ହାଇଦ୍ରାବାଦ: ଯେକୌଣସି ଶାରୀରିକ ସମସ୍ୟା ହେଉନା କାହିଁକି ତାକୁ ନ ଡରି ସାମ୍ନା କରିବା ଆବଶ୍ୟକ । ଏଡସର ପ୍ରଭାବକୁ ପ୍ରତିହତ କରିବା ପାଇଁ ସାରା ବିଶ୍ବରେ ଡିସେମ୍ବର ପହିଲାକୁ ବିଶ୍ବ ଏଡସ ଦିବସ (world aids day) ଭାବରେ ପାଳନ କରାଯାଏ । ଏଡସ ନିୟନ୍ତ୍ରଣ ଓ ନିରାକରଣ ଉଦ୍ଦେଶ୍ୟରେ ଏହି ଦିବସ ସମର୍ପିତ । ଏହି ଦୁରାରୋଗ୍ୟ ବ୍ୟାଧିରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ ।
୧୯୮୮ ମସିହାରେ ପ୍ରଥମେ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା । ବିଶ୍ବବାସୀଙ୍କ ସ୍ବାସ୍ଥ୍ୟ ନିମନ୍ତେ ଏହା ପ୍ରଥମେ ଅନ୍ତର୍ଜାତୀୟ ଦିବସ ମଧ୍ୟ ଥିଲା। ଆକ୍ବାର୍ଡ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ୍ (AIDS) ଏକ ରୋଗ ଯାହା ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ(HIV) ଦ୍ବାରା ହୋଇଥାଏ । ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କ ପ୍ରତିରକ୍ଷା ପ୍ରଣାଳୀ ନଷ୍ଟ ହୋଇଥାଏ । ରୋଗ ସହ ଲଢିବା ପାଇଁ ଶରୀରର ରୋଗ ପ୍ରତିରୋଧ ଶକ୍ତି ହାସ୍ର ପାଏ । ଚଳିତ ବର୍ଷ ବିଶ୍ବ ଏଡସ ଦିବସର ବିଷୟ ବସ୍ତୁ ରହିଛି ଅସମାନତା ସମାପ୍ତ (End inequalities) କର । ଏଡସ ସମାପ୍ତ କର(End AIDS) ।