ଓଡିଶା

odisha

ETV Bharat / bharat

ମିରଟର ବାଣ କାରଖାନାରେ ବିସ୍ଫୋରଣ, ଜଣେ ଶ୍ରମିକ ମୃତ ଏକାଧିକ ଆହତ - ଗ୍ରାମାଞ୍ଚଳ ଏସପି କେଶବ ମିଶ୍ରା

ମିରଟର ବାଣ କାରଖାନାରେ ବିସ୍ଫୋରଣ । ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ମିରଟର ବାଣ କାରଖାନାରେ ବିସ୍ଫୋରଣ ,ଆଖିବୁଜିଲେ ଜଣେ ଶ୍ରମିକ ଏକାଧିକ ଆହତ
ମିରଟର ବାଣ କାରଖାନାରେ ବିସ୍ଫୋରଣ ,ଆଖିବୁଜିଲେ ଜଣେ ଶ୍ରମିକ ଏକାଧିକ ଆହତ

By

Published : Aug 27, 2022, 7:37 AM IST

ଲକ୍ଷ୍ନୌ: ମିରଟର ବାଣ କାରଖାନାରେ ବିସ୍ଫୋରଣ । ଏଥିରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କାରଖାନାଟି ବେଆଇନ ଭାବେ ଚାଲୁଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ମିରଟର ରୋହତ ଅଞ୍ଚଳ(Rohta area police in Meerut)ରେ ଥିବା ଏକ ବାଣ କାରଖାନାରେ ଦୀର୍ଘ ଦିନ ଧରି ଏଠାରେ ଚାଲି ଆସୁଥିଲା । ହେଲେ ଶୁକ୍ରବାର ଦିନ କାରଖାନାରେ ଶ୍ରମିକମାନେ କାମ କରୁଥିବା ବେଳେ ବାରୁଦରୁ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ବିସ୍ଫୋରଣ ଯୋଗୁଁ କାମ କରୁଥିବା ଶ୍ରମିକମାନେ ଜୀବନ ବଞ୍ଚାଇବାକୁ ଦୌଡିବାକୁ ଲାଗିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଜଣେ ଶ୍ରମିକଙ୍କର ଏ ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । କାରଖାନାରେ ବିସ୍ଫୋରଣ ହୋଇଥିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇ ଥିଲା । ଏହାସହ କାରଖାନା ଭିତରେ ଫସିଥିବା ଆଉ କିଛି ଶ୍ରମିକଙ୍କୁ ମଧ୍ୟ ଉଦ୍ଧାର କରିଥିଲା । ପରେ ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଥିଲା ।

ଏହାବି ପଢନ୍ତୁ:ତେଲେଙ୍ଗାନାର ଏକ ପ୍ଲାଣ୍ଟରେ ବିସ୍ଫୋରଣ, ୭ ଆହତ

ସେପଟେ, ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଏସପି କେଶବ ମିଶ୍ରା (SP, Rural, Keshav Mishra) ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି ଯେ,‘‘ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏ କାରଖାନା ଚଳାଇବା ପାଇଁ ଲାଇସେନ୍ସ ରହିଛି କିନ୍ତୁ ଏହି ଲାଇସେନ୍ସ ବାଣ ତିଆରି ପାଇଁ କି ବାଣକୁ ଗଚ୍ଛିତ ରଖିବା ପାଇଁ ତାହା ଜଣାପଡିନି । ସେନେଇ ତଦନ୍ତ ଜାରି ରହିଛି । ତେବେ ଏ ବାଣ କାରଖାନାର ମାଲିକ ହେଉଛନ୍ତି ମିରଟର ଗୌରବ ଗୁପ୍ତା ବୋଲି ଜଣାପଡିଛି । ବିସ୍ଫୋରଣ ସମୟରେ କାରଖାନାରେ ୧୨ ଜଣ ଶ୍ରମିକ କାମ କରୁଥିବା ସୂଚନା ମିଳିଛି ।

ABOUT THE AUTHOR

...view details