ନୂଆଦିଲ୍ଲୀ: ସଂସଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଧୋଇଦେଲେ ବୈଦେଶିକ ମନ୍ତ୍ରୀ ଡା. ଏସ ଜୟଶଙ୍କର ( External Affairs Minister Dr S Jaishankar) । ସେନାକୁ ସମ୍ମାନ କିଭଳି କରାଯାଏ ରାହୁଲଙ୍କୁ ଦେଲେ ନୀତିଶିକ୍ଷା । ଆଜି(ସୋମବାର) ଲୋକସଭାରେ କଂଗ୍ରେସ ଉପରେ ଗର୍ଜିଛନ୍ତି ବୈଦେଶିକ ମନ୍ତ୍ରୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କଡା ଜବାବ ଦେଇ ସେନାକୁ କିଭଳି ସମ୍ମାନ ଦିଆଯାଏ ତାର ପାଠ ପଢାଇଛନ୍ତି । ରାହୁଲ ଗାନ୍ଧୀଙ୍କ ବୟାନ ‘ପିଟାଇ’ ଶବ୍ଦକୁ ନେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି ଭାରତୀୟ ସେନାକୁ ନେଇ ଏଭଳି ଶବ୍ଦ ଉଚ୍ଚାରଣ କି ପ୍ରୟୋଗ ଉଚିତ ନୁହେଁ (Word pitai shouldn't be used for jawans Jaishankar hits out at Rahul Gandhi over his remark on Tawang faceoff) । ରାଜନୈତିକ ଆଲୋଚନା ତର୍କ ବିତର୍କକୁ ନେଇ କୌଣସି ସମସ୍ୟା ନାହିଁ (We've no problem with political criticism but we should not disrespect our jawans) । କିନ୍ତୁ ଆମର ସେନାକୁ କୌଣସି ଅପମାନ ଦେବାର ଅଧିକାର ନାହିଁ । ସେନାର ସୌର୍ଯ୍ୟ ବୀରତ୍ବକୁ ନେଇ କୌଣସି ନାଗରିକଙ୍କ କିଛି ବି ସନ୍ଦେହ ହେବା ଅନୁଚିତ ।
ଏହାବି ପଢନ୍ତୁ- ଲିଜରେ ଦିଆଯିବ ଦେଶର 25 ବିମାନ ବନ୍ଦର: ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ
ଗତ 9 ତାରିଖରେ ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗ ସେକ୍ଟରରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି ଘଟଣା ପରେ ପରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁ ଭିଡିଓରେ ଭାରତୀୟ ଯବାନ ଚୀନ ସେନାକୁ ଠେଙ୍ଗାରେ ପିଟିବାରେ ଲାଗିଛନ୍ତି । ଭାରତୀୟ ଯବାନଙ୍କ ଆକ୍ରମଣକେ ଚୀନ ସେନା ପଛକୁ ହଟୁଛି । ତେବେ ଭିଡିଓକୁ ନେଇ କୌଣସି ନିର୍ଦ୍ଦିଷ୍ଟ ସ୍ପଷ୍ଟିକରଣ ହୋଇନଥିଲେ ସୁଦ୍ଧା, ଭାରତୀୟ ଯବାନ ଚୀନ ସେନାକୁ ପିଟୁଥିବା ଦେଖି ସାରା ଦେଶରେ ଖୁସିର ଲହରି ଲାଗିରହିଛି । ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ସେନାକୁ ଅପମାନ କରିଥିଲେ । କହିଥିଲେ ସୀମାରେ ଚୀନ ସେନା ଭାରତୀୟ ଯବାନଙ୍କୁ (ପିଟାଇ) ପିଟୁଛି । ସେନା ଅପମାନିତ ହେଉଛି । ସରକାର ଚୁପ ବୋଲି କହିଥିଲେ । ପୁରା ବିରୋଧୀ ସେନାକୁ ନେଇ ଟିପ୍ପଣୀ ଦେଇଥିଲେ ।
ଏହାବି ପଢନ୍ତୁ- Same Sex Marriage: ରାଜ୍ୟସଭାରେ ସମଲିଙ୍ଗୀ ବିବାହ ପ୍ରସଙ୍ଗ, ବିରୋଧ କଲେ ସୁଶୀଲ ମୋଦି