ଓଡିଶା

odisha

ETV Bharat / bharat

କଣ ହେବ ଅଞ୍ଜୁଙ୍କ ଭାଗ୍ୟ ? ଗ୍ରହଣ କରିବ କି ପରିବାର, ଜାଣନ୍ତୁ କଣ କହୁଛନ୍ତି ତାଙ୍କ ସ୍ବାମୀ

କଣ ଭାରତ ଫେରିବେ ଅଞ୍ଜୁ । ଫେସବୁକ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଚାଲିଯାଇଥିବା ରାଜସ୍ଥାନର ଅଞ୍ଜୁଙ୍କୁ ଗ୍ରହଣ କରିବେ କି ପରିବାର । କଣ କହୁଛନ୍ତି ତାଙ୍କ ସ୍ବାମୀ ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

By

Published : Jul 28, 2023, 11:20 AM IST

Anjus husband statement
ଫେସବୁକ ବନ୍ଧୁଙ୍କ ପାଇଁ ମହିଳାଙ୍କ ପାକିସ୍ତାନ ଯାତ୍ରା

ଜୟପୁର/ରାଜସ୍ଥାନ:ଫେସବୁକ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଚାଲିଯାଇଥିବା ରାଜସ୍ଥାନର ଅଞ୍ଜୁଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଖବର ସାମ୍ନାକୁ ଆସିଛି । ଦୁଇ ପିଲା ଓ ସ୍ବାମୀଙ୍କୁ ଛାଡି ଅଞ୍ଜୁ ପାକିସ୍ତାନରେ ଫତିମା ବନିଥିବା ଖବର ଆସିବା ପରେ ଏବେ ତାଙ୍କ ସ୍ବାମୀଙ୍କ ପ୍ରତିକ୍ରିୟା ମିଳିଛି । ଅଞ୍ଜୁ ପାକିସ୍ତାନରେ ଆଉ ଥରେ ବିବାହ କରିଥିବା ଖବର ମିଳିଛି । ବିନା ଛାଡପତ୍ରରେ ସେ ଆଉ ଥରେ ବିବାହ କରିଛନ୍ତି । ଏହା କିପର ସମ୍ଭବ ହେଲା । ଆମ ଛାଡପତ୍ର ହୋଇନାହିଁ ସେ କିପରି ଆଉ ଥରେ ବିବାହ କଲେ । ଆମେ ତାଙ୍କୁ ଗ୍ରହଣ କରିବୁ ନାହିଁ ହେଲେ ପିଲାମାନେ ଯାହା ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଅଞ୍ଜୁଙ୍କ ସ୍ବାମୀ ଅରବିନ୍ଦ ।

ଅଞ୍ଜୁ ପାକିସ୍ତାନରେ ଆଉ ଥରେ ବିବାହ କରିଥିବା ଖବରକୁ ନେଇ ଅରବିନ୍ଦ କହିଛନ୍ତି, ''ସେ ଦିଲ୍ଲୀରେ ଛାଡପତ୍ର ନେଇ ଆବେଦନ କରିବା କଥା କହିଛନ୍ତି ମାତ୍ର ମୋତେ ତ କୌଣସି ସମନ ଆସିନାହିଁ । ସେ ଏବେ ବି ମୋ ପତ୍ନୀ ତେଣୁ ସେ ଆଉ କାହାକୁ ବିବାହ କରି ପାରିବେ ନାହିଁ । ମୁଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି । ସେ ଭାରତ ଫେରିଲେ ତାଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରିବି । ଏବେ ମୁଁ ତାଙ୍କୁ ଆଉ ଗ୍ରହଣ କରିବି ନାହିଁ । ମାତ୍ର ଆମ ପିଲା ଶେଷ ନିଷ୍ପତ୍ତି ନେବେ । ବର୍ତ୍ତମାନ ମୋ ପିଲା ତାଙ୍କ ମାଆଙ୍କ ସହ କଥା ହେବାକୁ ଚାହୁଁ ନାହାନ୍ତି ।''

ସେ ଆହୁରି କହିଛନ୍ତି,''ମୋ ସହ ପିଲାମାନେ ରହିବେ । କାମ ପ୍ରେସରରେ ସେ ଚିନ୍ତାଗ୍ରସ୍ତ ଥିଲେ । ମୋ ସହ ଝଗଡା ମଧ୍ୟ କରୁଥିଲେ ହେଲେ କେବେ ସ୍ବପ୍ନରେ ଭାବି ନଥିଲି ସେ ଏପରି ପଦକ୍ଷେପ ନେବେ ବୋଲି । ମୁଁ ସରକାରଙ୍କୁ ଅନୁରୋଧ କରୁଛି ଅଞ୍ଜୁଙ୍କ ପାସପୋର୍ଟ ଓ ଭିସା ଡକ୍ୟୁମେଣ୍ଟକୁ ଯାଞ୍ଚ କରାଯାଉ । ନକଲି ଉପାୟ ଆପଣାଇ ପାକିସ୍ତାନ ଯାତ୍ରା ପାଇଁ ଭିସା ହାସଲ କରିଛନ୍ତି । ଏହାର ତଦନ୍ତ କରାଯାଉ ।''

ଅଞ୍ଜୁଙ୍କ ସ୍ବାମୀ ଆହୁରି କହିଛନ୍ତି, ତାଙ୍କର ଆରେଞ୍ଜ ମ୍ୟାରେଜ ହୋଇଥିଲା । ସେ ଜଣେ ଭଲ ମାଆ । ସେ ଆମ ପିଲାଙ୍କୁ ବହୁତ ଭଲ ପାଉଥିଲେ । ମାତ୍ର ପିଲାମାନେ ତାଙ୍କୁ ଗ୍ରହଣ କରିବାକୁ ଚାହୁଁ ନାହାନ୍ତି । ଛୋଟ ଛୋଟ କଥାରେ ଅଞ୍ଜୁଙ୍କର ମିଛ କହିବା ଅଭ୍ୟାସ ଥିଲା । ସେ ବିଳମ୍ବର ଘରକୁ ଫେରୁଥିଲେ ବର୍ତ୍ତମାନ ସେ ନକଲି ଉପାୟ ଆପଣାଇ ପାକିସ୍ତାନ ଯାତ୍ରା ପାଇଁ ଭିସା ହାସଲ କରିଛନ୍ତି ।'' ଅଞ୍ଜୁଙ୍କ ବାପା ଗୟା ପ୍ରସାଦ ଥୋମାସ ଝିଅ ଅଞ୍ଜୁଙ୍କ ଏପରି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଅଞ୍ଜୁ ଆମ ପାଇଁ ମରି ଯାଇଛି । ବର୍ତ୍ତମାନ ସେ ପାକିସ୍ତାନରେ ରହୁ । ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁ କହିଥିଲେ ସେ, 3 ବର୍ଷ ହେବ ଛାଡପତ୍ର ପ୍ରକ୍ରିୟା ନେଇ ଆବେଦନ କରିଥିବା କଥା କହିଥିଲେ ।

ଏହା ବି ପଢନ୍ତୁ...WATCH VIDEO: ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁ ବନିଲେ ଫାତିମା, ସାମ୍ନାକୁ ଆସିଲା ଭିଡିଓ

ଏହା ବି ପଢନ୍ତୁ...ପ୍ରେମ ପାଇଁ ସୀମା ପାର ଅଞ୍ଜୁଙ୍କ ଭିଡିଓ ମେସେଜ, କହିଲେ 2 ଦିନରେ ଫେରିବି

ଏହା ବି ପଢନ୍ତୁ...Social Media friendship: ପ୍ରେମ ପାଇଁ ପାର୍‌ କଲେ ସୀମା, ସ୍ବାମୀଙ୍କୁ ବୁଲି ଯାଉଛି କହି ପାକିସ୍ତାନରେ ସ୍ତ୍ରୀ

ପ୍ରକାଶ ଥାଉକି, ପ୍ରେମକୁ ପାଇବାକୁ ପାକିସ୍ତାନରୁ ନେପାଳ ଦେଇ ଭାରତ ଚାଲି ଆସିଥିବା ସୀମା ହାଇଦର ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଥମିନାହିଁ । ଏହାରି ଭିତରେ ଗତ ଜୁଲାଇ 24 ତାରିକରେ ଆଉ ଏକ ସମାନ ଘଟଣା ସାମ୍ନାକୁ ଆସିଥିଲା । ରାଜସ୍ଥାନର 34 ବର୍ଷୀୟ ଅଞ୍ଜୁ ତାଙ୍କ ପାକିସ୍ତାନ ଫେସବୁକ ବନ୍ଧୁ ନସରୁଲ୍ଲାଙ୍କୁ ଭେଟିବାକୁ ପାକିସ୍ତାନ ଚାଲି ଯାଇଥିଲେ । 2019ରୁ ଉଭୟ ବନ୍ଧୁ ଥିଲେ । ସ୍ବାମୀଙ୍କୁ ବୁଲି ଯିବାକୁ କହି ସୀମା ପାର କରିଥିଲେ ଅଞ୍ଜୁ । ଭିଡିଓ ମେସେଜ ଜାରି କରି ସେ ଆଇନଗତ ପ୍ରକ୍ରିୟାରେ ପାକିସ୍ତାନ ଆସିଛି କିଛି ଦିନ ପରେ ଭାରତ ଫେରିବି ବୋଲି କହିଥିଲେ । ଏହାର ଦିନକ ପରେ ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁ ଫାତିମା ବନିଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ସେଠାରେ ସେ ବିବାହ କରିଥିବା ଚର୍ଚ୍ଚା ହେଉଛି ।

ABOUT THE AUTHOR

...view details