ଓଡିଶା

odisha

ETV Bharat / bharat

ବିହାର କଲେଜରେ ଅଜବ ନିୟମ: ସେଲଫି ଓ ଫର୍ମାଲ ଡ୍ରେସକୁ ନା...

ଆଫଗାନିସ୍ତାନର ମହିଳା ବିରୋଧୀ ନିୟମକୁ ଚର୍ଚ୍ଚା ହେଉଥିବାବେଳେ ବିହାରର ଏକ କଲେଜରେ ଆସିଛି ଏଭଳି କିଛି ନିୟମ । ଯେଉଁଥିରେ ଖୋଲା ଚୁଟି କରିପାରିବେନି ଛାତ୍ରୀ କି କଲେଜ ପରିସରରେ ସେଲଫି ଉଠାଇପାରିବେ ନାହିଁ । ଅଧିକ ପଢନ୍ତୁ...

ବିହାର କଲେଜରେ ଅଜବ ନିୟମ, Wavy Hair ରଖିପାରିବେନି ଛାତ୍ରୀ
ବିହାର କଲେଜରେ ଅଜବ ନିୟମ, Wavy Hair ରଖିପାରିବେନି ଛାତ୍ରୀ

By

Published : Aug 22, 2021, 6:03 PM IST

ପାଟନା: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ମହିଳା ବିରୋଧୀ ଆଇନ ପ୍ରଣୟନ କରୁଛନ୍ତି, ଯେଉଁଥିରେ ମହିଳାଙ୍କ ଅଧିକାରକୁ ଛଡ଼ାଇ ନେଉଛି । ଏହାରି ମଧ୍ୟରେ ବିହାରର ଏକ କଲେଜରେ ଛାତ୍ରୀଙ୍କ ବିରୋଧରେ ଏଭଳି କିଛି ନିୟମ ଲାଗୁ ହୋଇଥିବା ନଜର ଆସିଛି । ଯେଉଁଥିରେ ଛାତ୍ରୀମାନେ କଲେଜ ପରିସରରେ କୁଞ୍ଚୁକୁଞ୍ଚିଆ କେଶ ରଖିପାରିବେ ନାହିଁ କି ସେଲଫି ନେଇପାରିବେ ନାହିଁ ।

ବିହାର କଲେଜରେ ଅଜବ ନିୟମ, Wavy Hair ରଖିପାରିବେନି ଛାତ୍ରୀ

ସୁନ୍ଦରବତୀ ମହିଲା ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି ହୋଇଛି ଏହି ନୂତନ ବିଜ୍ଞପ୍ତି । ୨୦୨୧-୨୩ ବ୍ୟାଚର ଛାତ୍ରୀମାନଙ୍କ ପାଇଁ ଏକ ନୂତନ ଡ୍ରେସ କୋଡ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ନୂତନ ନିୟମ ଅନୁସାରେ ଛାତ୍ରୀମାନେ କଲେଜ ପରିସରରେ କୁଞ୍ଚିକୁଞ୍ଚିଆ କେଶ ବା କର୍ଲି ହେୟାର ରଖିପାରିବେ ନାହିଁ । କେବଳ ଏତିକି ନୁହେଁ, କେବଳ ଛାତ୍ରୀଙ୍କୁ କଲେଜ ପରିସରରେ ସେଲଫି ନେବାକୁ ମଧ୍ୟ ବାରଣ କରାଯାଇଛି । ଛାତ୍ରୀମାନେ କଲେଜକୁ ଗୋଟିଏ କି ୨ଟି ବେଣୀ ବାନ୍ଧି ଆସିବେ । ଖୋଲା କେଶ ରଖୁଥିବା ଛାତ୍ରୀଙ୍କୁ କଲେଜରେ ଆଡମିଶନ ମିଳିବ ନାହିଁ । ଛାତ୍ରୀଙ୍କ ସ୍ବାଧୀନତାକୁ କ୍ଷୁଣ୍ଣ କରୁଥିବା ଏଭଳି ଆଇନକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ରମନ ସିହ୍ନା ମଧ୍ୟ ଅନୁମୋଦିତ କରିଛନ୍ତି ।

ଚଳିତ ଶିକ୍ଷାବର୍ଷରେ ବିଜ୍ଞାନ, ବାଣିଜ୍ୟ ଓ କଳାର ଦ୍ବାଦଶ ପାଠ୍ୟକ୍ରମ ପାଇଁ ୧୫୦୦ ଛାତ୍ରୀ ନାମାଙ୍କନ ପତ୍ର ଦାଖଳ କରିଛନ୍ତି । ଏଥିଲାଗି ନୂଆ ଡ଼୍ରେସ କୋଡ ପାଇଁ ଅଧ୍ୟକ୍ଷ ଏକ କମିଟିକୁ ନିର୍ଦ୍ଦେଶ ଦେଇଥିଲେ । ଆଫଗାନିସ୍ତାନରେ ମହିଳା ବିରୋଧୀ ଆଇନକୁ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବାବେଳେ ଭାରତର ବିହାର କଲେଜରେ ଏଭଳି ନିୟମ ଆଣିଛି । ଏହାସହିତ ଛାତ୍ରୀମାନେ ରୟାଲ ବ୍ଲୁ ରଙ୍ଗର କୁର୍ତ୍ତି ସହିତ ଧଳା ରଙ୍ଗର ସଲୱାର, ଓଢଣୀ, ଷ୍ଟକିଂ ଓ କଳା ରଙ୍ଗର ଜୋତା, ୨ ପଟେ ବେଣୀ ପକାଇ କେଶ ବାନ୍ଧିବା ସହିତ ବ୍ଲୁର ରଙ୍ଗର ବ୍ଲେଜର ପିନ୍ଧିବାକୁ କୁହାଯାଇଛି । ଏହି ଡ୍ରେସ କୋଡ଼ ବିନା କଲେଜରେ ଆଡମିଶନ ମିଳିବ ନାହିଁ ବୋଲି ଜଣାପଡି଼ଛି । ବିହାର ଏହି କଲେଜ ଏଭଳି ଡ୍ରେସକୋଡ଼ ତିଆରି କରି ବିବାଦ ଘେରକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details