ଓଡିଶା

odisha

ETV Bharat / bharat

ବର୍ଷା ପାଇଁ ବସା ବାନ୍ଧିଛି ଅନ୍ଧବିଶ୍ବାସ, ଉଲଗ୍ନ ହୋଇ ନାବାଳିକା ମାଗୁଛନ୍ତି ରାସନ - ମଧ୍ୟ ପ୍ରଦେଶରେ ମରୁଡି

ମଧ୍ୟ ପ୍ରଦେଶରେ ବର୍ଷା ପାଇଁ ବସା ବାନ୍ଧିଛି ଅନ୍ଧ ବିଶ୍ବାସ । ମରୁଡି ପରିସ୍ଥିତି ଏଡାଇବା ପାଇଁ ନାବାଳିକା ଝିଅଙ୍କୁ ଉଲଗ୍ନ କରି କାନ୍ଧରେ ହଳ ପକାଇ ଘରକୁ ଘର ବୁଲାଉଛନ୍ତି । ଅଧିକ ପଢନ୍ତୁ...

ବର୍ଷା ପାଇଁ ବସା ବାନ୍ଧିଛି ଅନ୍ଧ ବିଶ୍ବାସ, ଉଲଗ୍ନ ହୋଇ ନାବାଳିକା ମାଗୁଛନ୍ତି ରାସନ
ବର୍ଷା ପାଇଁ ବସା ବାନ୍ଧିଛି ଅନ୍ଧ ବିଶ୍ବାସ, ଉଲଗ୍ନ ହୋଇ ନାବାଳିକା ମାଗୁଛନ୍ତି ରାସନ

By

Published : Sep 7, 2021, 10:54 AM IST

ଭୋପାଲ: ଭାରତ ଏକ କୃଷି ପ୍ରଧାନ ଦେଶ । ଅଧିକାଂଶ ବ୍ୟକ୍ତି କୃଷି ଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି । ସେଥିମଧ୍ୟରୁ ଧାନଚାଷ ଅନ୍ୟତମ । ସମସ୍ତ ଫସଲ ମଧ୍ୟରୁ ଅଧିକ ପ୍ରଧାନ୍ୟ ଧାନ ଉପରେ ଦିଆଯାଇଥାଏ । କାରଣ ଭାରତରେ ଅଧିକ ବୃଷ୍ଟିପାତ ହୋଇଥାଏ । ମାତ୍ର ଚଳିତ ବର୍ଷ ଚିନ୍ତା ବଢାଇଛି ମରୁଡି ।

ବର୍ଷା ପାଇଁ ବସା ବାନ୍ଧିଛି ଅନ୍ଧ ବିଶ୍ବାସ, ଉଲଗ୍ନ ହୋଇ ନାବାଳିକା ମାଗୁଛନ୍ତି ରାସନ

ବିଭିନ୍ନ ସ୍ଥାନରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଚାଷକୁ ନେଇ ଅନିଶ୍ଚିତତା ମଧ୍ୟରେ ଚାଷୀ । ତେବେ ଏପରି ସମୟରେ ଏକ ଚାଞ୍ଚଲ୍ୟକର ଖବର ଆସିଛି ମଧ୍ୟପ୍ରଦେଶରୁ । ଏଠାରେ ବର୍ଷା ପାଇଁ ଅନ୍ଧ ବିଶ୍ବାସ ବସା ବାନ୍ଧିଛି । ନାବାଳିକାଙ୍କୁ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଇଲେ ବର୍ଷା ହୁଏ ବୋଲି ଏଠାରେ ବିଶ୍ବାସ ରହିଛି । ତେଣୁ ରାଜ୍ୟର ଦାମୋ ଜିଲ୍ଲା ଜେବ୍ରା ବ୍ଲକ ବଣିଆ ଗ୍ରାମରେ ଗାଁରୁ ଗାଁ ପର୍ଯ୍ୟନ୍ତ, ଅଖଣ୍ଡ କୀର୍ତ୍ତନ ଏବଂ ମହିଳାମାନେ ଖେର ମାତା ମନ୍ଦିରରେ ଟୋଟକା ପର୍ବ ପାଳୁଛନ୍ତି । ନାବାଳିକାଙ୍କ କାନ୍ଧରେ ହଳ ପକାଇ ଘରକୁ ଘର ବୁଲାଇ ଭଜନ ଗାଇ ରାସନ ମାଗୁଛନ୍ତି ଏମାନେ ।

ମହିଳାମାନେ କହିଛନ୍ତି ଯେ, ଆମେ ଖେର ମାତା ମଣ୍ଡପରେ ମାତା ରାନୀଙ୍କୁ ଗୋବର ଲଗାଇଛୁ, ଆମେ ବିଶ୍ୱାସ କରୁ ଯେ ନାବାଳିକାମାନଙ୍କୁ ଉଲଗ୍ନ କରି କାନ୍ଧରେ ହଳ ପକାଇ ଗାଁ କୁ ଗାଁ ବୁଲାଇଲେ ବର୍ଷା ହୁଏ । ପର୍ବ ଅନୁଯାୟୀ ଝିଅମାନେ ଗାଁ କୁ ଗାଁ ବୁଲି ପ୍ରତ୍ୟେକ ଘରୁ ରାସନ ମାଗିବେ ଯେଉଁଥିରେ ମଇଦା, ଚାଉଳ, ଡାଲି ଥାଏ । ଏହି ରାସନ ସାମଗ୍ରୀକୁ ମାତାରାନୀଙ୍କ ମନ୍ଦିରରେ ଅନ୍ନ ଭୋଗ ଲଗାଯାଇଥାଏ ।

ମହିଳାମାନେ କହିଛନ୍ତି ଯେ, ଯେତେବେଳେ ଆମ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଉପୁଜେ, ସମସ୍ତ ଗାଁର ମହିଳା ଏବଂ ପୁରୁଷ ମଧ୍ୟ ଏପରି କରିଥାନ୍ତି । ଏପରି କଲେ ଇନ୍ଦ୍ରଦେବ ପ୍ରସନ୍ନ ହୋଇ ବର୍ଷା କରାଇଥାନ୍ତି । ଏଥିସହ ଏହା କରିବା ଦ୍ୱାରା ଏତେ ଜୋରରେ ବର୍ଷା ହୋଇଥାଏ ଯେ, ମା’ଙ୍କ ଶରୀରରେ ଲାଗିଥିବା ଗୋବର ଆପେ ଆପେ ଧୋଇ ହୋଇ ଯାଇ କ୍ଷେତକୁ ପାଣି ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details