ଚେନ୍ନାଇ:ଗତ ୩ ଦିନ ଧରି ତାମିଲନାଡୁର ଚେନ୍ନାଇରେ ଜାରି ରହିଛି ପ୍ରବଳ ବର୍ଷା । ରାଜଧାନୀ ଚେନ୍ନାଇର ଅନେକ ଅଞ୍ଚଳର ଜଳମଗ୍ନ ହୋଇଥିବାବେଳେ ଦେଖିବାକୁ ମିଳିଛି ପୋଲିସ ଇନ୍ସ୍ପେକ୍ଟର ରାଜେଶ୍ବରୀଙ୍କ ବଦାନ୍ୟତା । ଅଞ୍ଚଳର ଉଦୟା ନାମକ ଜଣେ ବ୍ୟକ୍ତି ଲଗାଣ ବର୍ଷାରେ ଚେତାଶୂନ୍ୟ ହୋଇପଡ଼ିଥିବାବେଳେ ରାଜେଶ୍ବରୀ ତାଙ୍କୁ କାନ୍ଧରେ ଟେକି ହସ୍ପିଟାଲରେ ପହଞ୍ଚାଇ ତାଙ୍କ ଜୀବନ ବଞ୍ଚାଇଥିବା ଦେଖିବାକୁ ମିଳିଛି ।
ଉଦୟା ସ୍ଥାନୀୟ ଅଞ୍ଚଳରେ ଥିବା କିଲପୌକ ଶ୍ମଶାନ ଘାଟରେ କାର୍ଯ୍ୟ କରନ୍ତି । କିନ୍ତୁ ଲଗାଣ ବର୍ଷାରେ ସେ ପାଣି ଭିତରେ ବହୁତ ସମୟ ପଡ଼ି ରହିଥିବାବେଳେ ଚେତାଶୂନ୍ୟ ହୋଇପଡ଼ିଥିଲେ । ତେବେ ଏହି ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକମାନେ ଦେଖିଥିଲେ ମଧ୍ୟ ସେ ମୃତ ବୋଲି ଭାବିଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ଉକ୍ତ ଅଞ୍ଚଳର ସ୍ଥାନୀୟ ପୋଲିସ ଇନ୍ସ୍ପେକ୍ଟର ରାଜେଶ୍ବରୀ ଘଟଣାସ୍ଥଳରେ ପହଞ୍ଚି ଉଦୟାଙ୍କୁ ଉଦ୍ଧାର କରିଥିଲେ ।