ଓଡିଶା

odisha

ETV Bharat / bharat

ମହିଳାଙ୍କ ମହାନତା: କୋଭିଡରେ ମା'ଙ୍କୁ ହରାଇଥିବା ବା କୋଭିଡ ଆକ୍ରାନ୍ତ ମହିଳାଙ୍କ ଶିଶୁଙ୍କୁ କରାଇବେ ସ୍ତନ୍ୟପାନ - କୋରୋନା ମହାମାରୀ ଗୌହାଟୀ

କୋରୋନା ମହାମାରୀରେ ମା'ଙ୍କୁ ହରାଇଥିବା ବା କୋଭିଡରେ ଆକ୍ରାନ୍ତ ଶିଶୁଙ୍କୁ ସ୍ତନ୍ୟପାନ କରାଇବେ ଦୁଇମାସ ଶିଶୁର ମା ରୋନିଟା କୃଷ୍ଣ ଶର୍ମା । ଅଧିକ ପଢନ୍ତୁ...

କୋଭିଡରେ ମା' ଙ୍କୁ ହରାଇଥିବା ଶିଶୁଙ୍କୁ ସ୍ତନ୍ୟପାନ କରାଇବେ ଏହି ମହିଳା
କୋଭିଡରେ ମା' ଙ୍କୁ ହରାଇଥିବା ଶିଶୁଙ୍କୁ ସ୍ତନ୍ୟପାନ କରାଇବେ ଏହି ମହିଳା

By

Published : May 18, 2021, 9:50 AM IST

ଗୌହାଟୀ: ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ମହାମାରୀ କୋରୋନା । ଏଥିରେ ଅନେକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଅନେକଙ୍କ ଜୀବନ ମଧ୍ୟ ନେଲାଣି ଏହି ମହାମାରୀ । ତେବେ ଏହି ମହାମାରୀରେ ଯେଉଁ ଶିଶୁ ମାନେ ନିଜ ମା' କୁ ହରାଇଛନ୍ତି ବା ଯେଉଁ ମା' ମାନେ ଏବେ କୋରୋନାରେ ଚିକିତ୍ସିତ ହେଉଛନ୍ତି ତାଙ୍କର ଶିଶୁଙ୍କୁ ସ୍ତନ୍ୟପାନ କରାଇବେ ଦୁଇମାସର ଶିଶୁର ମା' ରୋନିଟା କୃଷ୍ଣ ଶର୍ମା ।

କୋଭିଡରେ ମା' ଙ୍କୁ ହରାଇଥିବା ଶିଶୁଙ୍କୁ ସ୍ତନ୍ୟପାନ କରାଇବେ ରୋନିଟା

ଏବେ ସେ ଗୌହାଟୀରେ ରହୁଥିବା ବେଳେ ଯଦି କୌଣସି ନବଜାତ ସ୍ତନ୍ୟପାନ ଆବଶ୍ୟକ କରେ ସେ ସ୍ତନ୍ୟପାନ କରାଇ ସାହାଯ୍ୟ କରିବେ ବୋଲି ଜଣାଇଛନ୍ତି । ଏନେଇ ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଅନୁରୋଧ ଆସିନଥିବା କହିଛନ୍ତି ରୋନିଟା କୃଷ୍ଣ ଶର୍ମା । ତେବେ ଏଭଳି କାମ କରିବାକୁ ମଧ୍ୟ ସେ ଅନ୍ୟ ମା' ମାନଙ୍କୁ ଏଥିରେ ସାମିଲ ହେବାକୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦିକୌଣସି ନବଜାତ ଶିଶୁ ସ୍ତନ୍ୟପାନ ଆବଶ୍ୟକ କରେ ତେବେ ମୁଁ କେବଳ ଗୌହାଟୀରେ ସାହାଯ୍ୟ କରିପାରିବି ।

ମୁମ୍ବାଇରେ ରହୁଥିବା ରୋନିଟା ମାର୍ଚ୍ଚ 10 ରେ ପ୍ରସବ କରିବା ପରେ ଆସାମ ସ୍ଥିତ ନିଜ ଘରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details