ଓଡିଶା

odisha

ETV Bharat / bharat

ବେଙ୍ଗାଲୁରୁରେ ଭୁଶୁଡିଲା ନିର୍ମାଣାଧୀନ ମେଟ୍ରୋ ପିଲାର, ଚାଲିଗଲା ମା’ ଓ ଶିଶୁର ଜୀବନ - ମଟ୍ରୋ ପିଲର ଭୁଶୁଡି 2 ମୃତ

ବେଙ୍ଗାଲୁରୁରେ ନିର୍ମାଣାଧୀନ ମେଟ୍ରୋ ପିଲର ଭୁଶୁଡି ମା’ ଓ ଶିଶୁ ମୃତ । କାର୍ଯ୍ୟରେ ସୁରକ୍ଷା ମାନକକୁ ଅବହେଳା କରାଯାଇଥିବା ଅଭିଯୋଗ । ମୁଖ୍ୟମନ୍ତ୍ରୀ ରିଲିଫପାଣ୍ଠିରୁ 10 ଲକ୍ଷ ଅନୁକମ୍ପା ରାଶି ସହ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ବୋମ୍ମାଇ । ଅଧିକ ପଢନ୍ତୁ

ନିର୍ମାଣାଧୀନ ମଟ୍ରୋ ପିଲର ଭୁଶୁଡି 2 ମୃତ
ନିର୍ମାଣାଧୀନ ମଟ୍ରୋ ପିଲର ଭୁଶୁଡି 2 ମୃତ

By

Published : Jan 10, 2023, 9:10 PM IST

Updated : Jan 10, 2023, 10:33 PM IST

ହାଇଦ୍ରବାଦ:ବେଙ୍ଗାଲୁରୁ ସହରରେ ଜାରି ରହିଥିବା ମେଟ୍ରୋ ରେଳ ପ୍ରକଳ୍ପର ଏକ ନିର୍ମାଣାଧୀନ ଖମ୍ବ ଭୁଶୁଡି ପଡିବାରୁ ଜଣେ ମହିଳା ଓ ତାଙ୍କ ଅଢେଇ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ଆଜି (ମଙ୍ଗଳବାର) ସକାଳେ ରିଙ୍ଗରୋଡ ନିକଟ ନଗାଭାରାରେ ଏହି ଦୁର୍ଘଟଣା ଘଟିଛି । ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ହଠାତ ଏକ ପିଲର ରାସ୍ତା ଉପରକୁ ଭୁଶୁଡି ପଡିଥିଲା । ରାସ୍ତାରେ ଯାଉଥିବା ଜଣେ ମହିଳା ଓ ତାଙ୍କ ଅଢେଇ ବର୍ଷର ଶିଶୁପୁତ୍ର ପିଲାର ରଡ ତଳେ ଚାପି ହୋଇଯାଇଥିଲେ । ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଉଭୟଙ୍କ ମୃତ୍ୟୁ ହୋଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫପାଣ୍ଠିରୁ ମୃତ ମହିଳାଙ୍କ ପରିବାରକୁ 10 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ।

ସୂଚନା ଅନୁସାରେ ଆଜି ସକାଳ ପ୍ରାୟ 10ଟା ବେଳେ ଏହି ଅଘଟଣ ଘଟିଛି । ସ୍ଥାନୀୟ ଲୋକେ ଓ ପୋଲିସ ମହିଳା ଓ ତାଙ୍କ ଶିଶୁପୁତ୍ରକୁ ଉଦ୍ଧାର କରି ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅଘଟଣ ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ନିର୍ମାଣ କାର୍ଯ୍ୟର ଟେଣ୍ଡର ନେଇଥିବା କମ୍ପାନୀର ଅବହେଳା ପାଇଁ ଏପରି ଅଘଟଣ ଘଟିଥିବା ମହିଳାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମହିଳାଙ୍କ ପରିବାର ସଦସ୍ୟ ।

ଅଘଟଣ ପରେ ବେଙ୍ଗାଲୁରୁ ମେଟ୍ରୋ ରେଳ ନିଗମ ଲିମିଟେଡର ମହାନିର୍ଦ୍ଦେଶକ ଅଞ୍ଜୁମ ପରଭେଜ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ନିର୍ମାଣ ସମ୍ପର୍କିତ ସମସ୍ତ ସୁରକ୍ଷା ମାନକ ସଠିକ ଭାବେ ଅନୂସରଣ କରାଯାଉଛି । କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା, ତାହା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟି ସେ ନେଇ ତଦନ୍ତ ପରେ ସ୍ପଷ୍ଟ ହେବ । ଅଘଟଣର କାରଣ ସାମ୍ନାକୁ ଆସିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ମଧ୍ୟ ଅଘଟଣରେ ଦୁଖଃ ପ୍ରକାଶ କରିଛନ୍ତି । ସେହିପରି ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫପାଣ୍ଠିରୁ 10 ଲକ୍ଷ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ବୋମ୍ମାଇ । ଏହା ସହ ସେ ଅଘଟଣର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତଦନ୍ତରେ ଏପରି ଅଘଟଣ ପାଇଁ କେହି ଉତ୍ତରଦାୟୀ ପ୍ରମାଣିତ ହେଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମୁଖ୍ଯମନ୍ତ୍ରୀ ବୋମ୍ମାଇ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 10, 2023, 10:33 PM IST

ABOUT THE AUTHOR

...view details