କୋଲକାତା:ପଶ୍ଚିମବଙ୍ଗ ପୂର୍ବ ମେଦିନପୁର ଜିଲ୍ଲାରେ ଏକ ଜଘନ୍ୟ ଘଟଣା ଦେଖିବାକୁ ମିଳିଛି । ଘରୋଇ କଳି ହେବାରୁ ଶ୍ବଶୁରଙ୍କ ସମ୍ବେଦନଶୀଳ ଅଙ୍ଗ କାଟି ଦେଲେ ମହିଳା । ଏହି ଘଟଣା ନେଇ ସୂଚନା ମିଳିବା ପରେ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାନିଆ ଥାନାଞ୍ଚଳ ବାକ୍ଚା ଗ୍ରାମରେ ଏହି ଘଟଣା ଘଟିଛି ।
ଗ୍ରାମରେ ଶିଖା ନାମକ ମହିଳା ପାଖରେ ଥିବା ନିଜ ବାପା ଘରେ ମାଂସ ରନ୍ଧା ହୋଇଥିବା ଜାଣିବାକୁ ପାଇଥିଲେ । ସେ ବାପା ଘରକୁ ଯିବାକୁ ନିଜ ସ୍ବାମୀଙ୍କୁ ଅନୁମତି ମାଗିଥିଲେ । ତେବେ ଏହାକୁ ନେଇ ମନା କରିଥିଲେ ଶିଖାଙ୍କ ସ୍ବାମୀ । ସେ ଘରକୁ ମାଂସ ନେଇ ଆସିବେ ବୋଲି କହିଥିଲେ । ଏଥିରେ କ୍ରୋଧାନ୍ବିତ ହୋଇ ଶିଖା ନିଜ ସ୍ବାମୀ ସହ ଶ୍ବଶୁର ଘର ଲୋକଙ୍କୁ ଗାଳି କରିବା ଆରମ୍ଭ କରିଦେଲେ ।