ଓଡିଶା

odisha

ETV Bharat / bharat

ଆମ୍‌ ଆଦମୀ ପାର୍ଟି ବୈଠକରେ ଯୁବକଙ୍କୁ ଚାପୁଡା; ଭିଡିଓ ଭାଇରାଲ - ଆମ୍‌ ଆଦମୀ ପାର୍ଟି ବୈଠକରେ ଯୁବକଙ୍କୁ ଚାପୁଡା

ଆମ୍‌ ଆଦମୀ ପାର୍ଟି ବୈଠକରେ ଯୁବକଙ୍କ ଚାପୁଡା ମାରିଲେ ମହିଳା କର୍ମୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ଅଧିକ ପଢନ୍ତୁ....

woman slap a man in aam aadmi party meeting ghaziabad
ଆମ୍‌ ଆଦମୀ ପାର୍ଟି ବୈଠକରେ ଯୁବକଙ୍କୁ ଚାପୁଡା;ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

By

Published : Jul 2, 2021, 1:12 PM IST

ଗାଜିଆବାଦ: ଆମ୍‌ ଆଦମୀ ପାର୍ଟି ବୈଠକରେ ଯୁବକଙ୍କ ଚାପୁଡା ମାରିଲେ ମହିଳା କର୍ମୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆମ୍‌ ଆଦମୀ ପାର୍ଟି ବୈଠକରେ ଯୁବକଙ୍କୁ ଚାପୁଡା;ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ଲୋରୀ ଅଞ୍ଚଳର ସ୍ଥାନୀୟ କାର୍ଯ୍ୟାଳୟରେ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେଉଥିଲା । ବୈଠକ ଚାଲିଥିବା ସମୟରେ ଦଳର ଜଣେ କର୍ମୀ ଅଭିଯୋଗ କରିଥିଲେ ଯେ ଦଳର ଓ୍ବାର୍ଡ ଆପ୍ ଗ୍ରୁପ୍‌ରେ କିଛି ଅଶାଳୀନ ଭାଷା ବ୍ୟବହାର କରାଯାଇଛି । ଏବଂ କର୍ମୀମାନଙ୍କୁ ସେମାନଙ୍କ ମତ ପ୍ରକାଶ କରିବାକୁ ଦିଆଯାଉ ନାହିଁ ବୋଲି ଜଣେ ଯୁବକ କହିଥିଲେ ।

ସଭାରେ ଉପସ୍ଥିତ ଜଣେ ମହିଳା ଏହି ପ୍ରସଙ୍ଗରେ କ୍ରୋଧିତ ହୋଇ ଯୁବକଙ୍କୁ ଚାପୁଡ଼ା ମାରିବା ସହ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଉଭୟ ପକ୍ଷ ଥାନାରେ ଏନେଇ ମାମଲା ଦେବାକୁ ଚାହୁଁଥିଲେ । କିନ୍ତୁ ଦଳର ଆଭ୍ୟାନ୍ତରୀଣ ବ୍ୟାପାର ହୋଇଥିବାରୁ ଘଟଣାସ୍ଥଳରେ ସଞ୍ଜୟ ସିଂଙ୍କ ପହଞ୍ଚି ସମାଧାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details