ମୁମ୍ବାଇ:5 ବର୍ଷ ବୟସରେ ଭାଇ ଦ୍ବାରା ହୋଇଥିଲେ ଦୁଷ୍କର୍ମ ଶିକାର । 31 ବର୍ଷ ପରେ ଏନେଇ ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି ସମ୍ପୃକ୍ତ 36 ବର୍ଷୀୟା ମହିଳା (SEXUALLY ABUSED COMPLAINS AFTER 31 YEARS)। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଅମରାବତୀରେ (AMRAVATI POLICE)। ମହିଳାଜଣଙ୍କ ଅମରାବତୀ ଥାନାରେ ଏନେଇ ଏତଲା ଦେଇଛନ୍ତି । ଏପରି ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ମହିଳାଜଣଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ 5 ବର୍ଷ ବୟସ ହୋଇଥିବା ବେଳେ ସେ ତାଙ୍କ ଭାଇଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ । ଏନେଇ ସେ ଘରେ ଜଣାଇବା ପରେ ମଧ୍ୟ ଏହି ଘଟଣାକୁ ଘରଲୋକଙ୍କ ଦ୍ବାରା ଅଣାଦେଖା କରାଯାଇଥିଲା । ବାଧ୍ୟ ହୋଇ ସେ ସେତେବେଳେ ଚୁପ ରହିଥିଲେ ।
ତେବେ ଘଟଣାର 31 ବର୍ଷ ପରେ ମହିଳାଜଣଙ୍କ ଏପରି ଅଭିଯୋଗ ନେଇ ଥାନାରେ ଦ୍ବାରସ୍ଥ ହେବା ସହ ନିଜ ଭାଇଙ୍କ ବିରୋଧରେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ପୀଡିତା ତାଙ୍କ ସ୍ୱାମୀ ଏବଂ ପୁଅଙ୍କ ସହ ନୋଏଡା ଠାରେ ରୁହନ୍ତି । ପୀଡିତାଙ୍କୁ ତାଙ୍କ ବଡ ଭାଇ ପାଞ୍ଚ ବର୍ଷ ବୟସରେ ଦୁଷ୍କର୍ମ କରିଥିଲେ । ପରେ ପରିବାରର ନୀରବତା ପାଇଁ ତାଙ୍କ ସହ ବହୁ ବର୍ଷ ପର୍ଯ୍ୟନ୍ତ ଏପରି ଦୁଷ୍କର୍ମର ଶିକାର ସହ୍ୟ କରିବାକୁ ପଡିଥିବା ସେ ନିଜ ଏତଲାରେ ଦର୍ଶାଇଛନ୍ତି ।