ଓଡିଶା

odisha

ETV Bharat / bharat

ଛଟପଟ କଲା ପେଟର ଭୋକ, ୪ ଲକ୍ଷରେ ନିଜ ଝିଅକୁ ବିକିଦେଲା ମାଆ

୪ ଲକ୍ଷ ଟଙ୍କାରେ ନିଜ ଜନ୍ମକଲା ଝିଅକୁ ବିକିଦେଲା ମାଆ । ଅଧିକ ପଢନ୍ତୁ

By

Published : Aug 2, 2023, 12:56 PM IST

୪ ଲକ୍ଷରେ ନିଜ ଝିଅକୁ ବିକିଦେଲା ମାଆ
୪ ଲକ୍ଷରେ ନିଜ ଝିଅକୁ ବିକିଦେଲା ମାଆ

କୋଲକାତା: ଛଟପଟ କଲା ଭୋକର ଜ୍ବାଳା । ଅଭାବ ଅନଟନ ଆଗରେ ମରିଗଲା ମାଆର ମମତା । ପେଟ ପୋଷିବାକୁ ନିଜ ଜନ୍ମକଲା ଝିଅକୁ ବିକିଦେଲା ମାଆ । ୪ ଲକ୍ଷ ଟଙ୍କାରେ ମାତ୍ର ୨୧ ଦିନର ଶିଶୁକନ୍ୟାକୁ ଦଲାଲ ହାତରେ ବିକ୍ରି କରିଦେଲା । ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗରୁ । ଏହି ଶିଶୁ ବିକ୍ରି ଘଟଣାରେ ପୋଲିସ ମାଆ ସମେତ ୬ ଜଣଙ୍କୁ ଗିରଫ କରିଛି । ତେବେ ଏହା ପଛରେ ମାନବ ଚାଲାଣ ରାକେଟ କାମ କରୁଥିବାର ପୋଲିସ ସନ୍ଦେହ କରି ତଦନ୍ତ ଜାରି ରଖିଛି ।

ସୂଚନା ମୁତାବକ, କୋଲକାତାର ନୋନାଡଙ୍ଗା ରେଲୱେ କଲୋନୀ ଅଞ୍ଚଳରେ ରୁପାଲି ମଣ୍ଡଳ ନାମକ ମହିଳା ରହୁଥିଲେ । ସେ ୨୧ ଦିନ ତଳେ ଗୋଟିଏ ଶିଶୁକନ୍ୟା ଜନ୍ମ ଦେଇଥିଲେ । ତାଙ୍କର ଆର୍ଥିକ ସ୍ଥିତ ଅତ୍ୟନ୍ତ ଖରାପ ଥିଲା । ତେଣୁ ବାଧ୍ୟ ହୋଇ ସେ ନିଜର ୨୧ ଦିନ ଶିଶୁକନ୍ୟାକୁ ବିକିବାକୁ ନିଷ୍ପତ୍ତି ନେଇଥିଲେ । ରୁପାଲି ୪ ଲକ୍ଷ ଟଙ୍କାରେ କଲ୍ୟାଣି ଗୁହା ନାମକ ଜଣେ ମହିଳାକୁ ନିଜ ଝିଅ ବିକ୍ରି କରିଥିଲେ । ଖବର ପାଇ ପୋଲିସ ମଙ୍ଗଳବାର ଦିନ ଶିଶୁକନ୍ୟାକୁ ଉଦ୍ଧାର କରିବା ସହ ମାଆ ରୁପାଲି ଓ କଲ୍ୟାଣି ସମେତ ରୁପା ଦାସ, ସ୍ବପ୍ନ ସରଦାର, ପୂର୍ଣ୍ଣିମା କୁଣ୍ଡୁ, ଲଲିତା ଦେ ନାମକ ୬ ଜଣ ମହିଳାଙ୍କୁ ଗିରଫ କରିଛି ।

ଏହାମଧ୍ୟ ପଢନ୍ତୁ: Shocking: ରିଲ୍ସ ନିଶା, ୮ ମାସର ପୁଅକୁ ବିକି ଆଇଫୋନ ୧୪ କିଣିଲେ ବାପାମାଆ

କୋଲକାତା ଡେପୁଟି କମିଶନର(ଇଡି) ଆରିଶ ବିଲାଲ କହିଛନ୍ତି, ''ଶିଶୁକନ୍ୟାର ମାଆ ରୁପାଲି ମଣ୍ଡଳକୁ ଗିରଫ କରାଯାଇଛି । ମଙ୍ଗଳବାର କୋଲକାତା ପୋଲିଲସ ତାଙ୍କୁ ଆଲିପୋର କୋର୍ଟରେ ହାଜର କରିବା ପରେ ହେପାଜତକୁ ନେଇଛି । ଏହି ଘଟଣାରେ ଆନନ୍ଦପୁର ଥାନାରେ ପୂର୍ବରୁ ଏକ ମାନବ ଚାଲାଣ ମାମଲା ରୁଜୁ ହୋଇସାରିଛି । ମହିଳା ପୋଲିସ ଅଧିକାରୀ ବର୍ତ୍ତମାନ ଅଭିଯୁକ୍ତ ମାଆକୁ ପଚରାଉଚରା କରୁଛନ୍ତି । ଏହି ଶିଶୁ ବିକ୍ରି ପଛରେ ଅନ୍ତର୍ଜାତୀୟ ମାନବ ଚାଲାଣ ରାକେଟ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଘଟଣାରେ ମୋଟ ୬ ଜଣ ମହିଳାଙ୍କୁ ଗିରଫ କରାଯାଇ ଅଲଗା ଅଲଗା ଜେରା କରାଯାଉଛି । ଏଥିରେ ଆଉ କାହାର ସମ୍ପୃକ୍ତି ଅଛି ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ।''

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରୁପାଲି ମଣ୍ଡଳଙ୍କୁ କୋଲକାତାରୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ସ୍ଥାନରୁ ପୋଲିସ ଗିରଫ କରିଛି । ସେହି ମହିଳାମାନେ ଶିଶୁକନ୍ୟାର ବିକ୍ରି ପାଇଁ ଦଲାଲ ଭାବେ କାମ କରୁଥିଲେ । ଅଭିଯୁକ୍ତ କଲ୍ୟାଣି ଗୁହା ସହରର ସୋନାଡଙ୍ଗା ଅଞ୍ଚଳରେ ରହୁଥିବା ବେଳେ ତା' ଘର ପୂର୍ବ ମେଦିନାପୁରରେ । କୋଲକାତା ପୋଲିସ ସ୍ଥାନୀୟ ପୋଲିସ ସହ ଯୋଗାଯୋଗ କରି ମାମଲାର ଛାନଭିନ୍ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details