ଭୋପାଳ: ଶାରୀରିକ ସମ୍ପର୍କ ସହ ସନ୍ତାନ ପ୍ରାପ୍ତି ପାଇଁ ସ୍ବାମୀଙ୍କୁ ବେଲରେ ଆଣିବାକୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ବାରସ୍ତ ହେଲେ ପତ୍ନୀ । ସ୍ବାମୀ ଜେଲ୍ରେ ଥିବାରୁ ସେ ଶାରୀରିକ ସମ୍ପର୍କ ରଖି ନପାରି ମାଆ ହେବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ସ୍ବାମୀଙ୍କୁ ଜେଲ୍ରୁ ମୁକୁଳାଇବା ପାଇଁ କୋର୍ଟଙ୍କ ଅନୁମତି ମାଗିଛନ୍ତି ଜବଲପୁର ଖାଣ୍ଡୱାରର ଜଣେ 40 ବର୍ଷିୟ ମହିଳା । ମଧ୍ୟପ୍ରଦେଶ ହାଇକୋର୍ଟରେ ଏନେଇ ସେ ଏକ ପିଟିସନ ଦାଖଲ କରିଛନ୍ତି । ତାଙ୍କ ସ୍ବାମୀ ବର୍ତ୍ତମାନ ଇନ୍ଦୋର ଜେଲରେ ରହୁଛନ୍ତି । ଆଜିବନ ସଜା କାଟୁଥିବାରୁ ସେ ବାହାରକୁ ଆସିପାରିବେ ନାହିଁ । ମହିଳା ଜଣକ କହିଛନ୍ତି ଯେ, ସେ ମାଆ ହେବାକୁ ଚାହୁଁଛନ୍ତି କିନ୍ତୁ ସ୍ୱାମୀ ଜେଲ୍ରେ ଥିବାରୁ ଏହି ଅଧିକାର ତାଙ୍କଠାରୁ ଛଡ଼ା ଯାଉଛି ।
ମହିଳାଙ୍କ ଏହି ଆବେଦନକୁ ନେଇ କୋର୍ଟରେ ଆଡଭୋକେଟ୍ ବସନ୍ତ ଡାନିଏଲ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଧାରା 21 ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିଙ୍କ ସନ୍ତାନ ପ୍ରାପ୍ତି ପାଇଁ ଅଧିକାର ରହିଛି ଏବଂ ସେ ତାଙ୍କର ବଂଶକୁ ଆଗକୁ ବଢ଼ାଇ ପାରିବେ । ମହିଳାଙ୍କୁ 40 ବର୍ଷ ହୋଇଥିବା ବେଳେ ତାଙ୍କ ସ୍ବାମୀ ଗତ 7 ବର୍ଷ ହେଲା ଜେଲ୍ରେ ସଜା କାଟୁଛନ୍ତି । ତାଙ୍କୁ ଭାରତୀୟ ଦଣ୍ଡସଂହିତାର ଧାରା 351 ଏବଂ 302 ଅନୁଯାୟୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏଭଳି ପରିସ୍ଥିତିରେ ଜେଲ୍ରୁ ବାହାରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ଯାହା ଫଳରେ ମୋ'ଠାରୁ ମାଆ ହେବାର ଅଧିକାର ଛଡାଇ ନିଆ ଯାଉଛି ବୋଲି ମହିଳା ଜଣଙ୍କ କୋର୍ଟରେ କହିଛନ୍ତି । ଧାରା 21 ଅନୁଯାୟୀ ମୋର ବଂଶକୁ ବଢାଇବାର ମୋର ଅଧିକାର ରହିଛି । ତେଣୁ ମୋତେ ମୋ ସ୍ୱାମୀଙ୍କ ସହ ସମ୍ବନ୍ଧ ରଖି ସନ୍ତାନ ପ୍ରାପ୍ତି କରିବାର ସୁଯୋଗ ଦିଆଯିବା ଉଚିତ୍ । ସେପଟେ ଅଡଭୋକେଟ ସନ୍ତୋଷ କଠର କହିଛନ୍ତି ଯେ, ମହିଳାଙ୍କ ବୟସ ଅଧିକ ହୋଇଛି, ସେ ବର୍ତ୍ତମାନ ଆଉ ମାଆ ହୋଇପାରିବେ ନାହିଁ । ତେଣୁ ମହିଳାଙ୍କ ତରଫରୁ ଜାରି ହୋଇଥିବା ପିଟିସନରେ ସେ କୌଣସି ପ୍ରକାର ସାହାଯ୍ୟ ପାଇପାରିବେ ନାହିଁ ।
ଏହା ମଧ୍ୟ ପଢନ୍ତୁ-ରାଜସ୍ଥାନ ହାଇକୋର୍ଟରେ ଏକାଠି ବିଚାର କରିବେ ବିଚାରପତି ଦମ୍ପତି