ଭୋପାଳ: ପୁଣି ନିର୍ଭୟା ମାମଲାରେ ହୋଇଛି ପୁନରାବୃତ୍ତି । ମଧ୍ୟପ୍ରଦେଶରେ ପୁଣି ମହିଳାଙ୍କ ସହିତ ଗଣଦୁଷ୍କର୍ମ ପରେ ସମ୍ବେଦନଶୀଳ ଅଙ୍ଗରେ ଲୁହାରଡ ଭର୍ତ୍ତି କରାଯାଇଛି । ରବିବାର ରାତିରେ ଏପରି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଜଣେ ବିଧବା ମହିଳାଙ୍କୁ 3 ଜଣ ଗଣଦୁଷ୍କର୍ମ କରିବା ସହିତ ଶାରୀରିକ ନିର୍ଯାତନା ଦେଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ରେୱା ଡିଏଚଏଚରେ ଭର୍ତ୍ତି କରାଯାଇଛି ।
ସେପଟେ ମହିଳାଙ୍କ ସମ୍ପର୍କୀୟ ଅଭିଯୋଗ କରିବା ପରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସ ସେମାନଙ୍କୁ ପଚରାଉଚରା ଜାରି ରଖାଯାଇଛି । ପୋଲିସ ସୂତ୍ର ଅନୁଯାୟୀ, ରବିବାର ରାତିରେ ମହିଳା ଜଣକ ତାଙ୍କ ଘରେ ଏକୁଟିଆ ଥିବାବେଳେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ମହିଳାଙ୍କୁ ପାଣି ମାଗି ତାଙ୍କ ଘର ବାହାରକୁ ଆସିବାକୁ ଡାକିଥିଲା। ଯେତେବେଳେ ମହିଳା ଜଣକ ବାହାରକୁ ଆସିବାକୁ ମନା କରିଦେଲେ, ଅଭିଯୁକ୍ତ ତିନି ଜଣ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହାରଡ୍ ଭର୍ତ୍ତି କରି ନିର୍ଯାତନା ଦେଇଥିଲେ। ଅପରାଧ କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।