ଲକ୍ଷ୍ନୌ: ବର୍ତ୍ତମାନ ଖେଳ ପ୍ରେମରେ ସାରା ଦେଶ । ଆଜିର ଯୁଗରେ ଆବାଳ ବୃଦ୍ଧବନିତାଙ୍କ ଅନଲାଇନ ହେଉ ଅବା ଅଫଲାଇନ ଖେଳ ପ୍ରତି ରୁଚି ବଢିବାରେ ଲାଗିଛି । ତେବେ ଏହି ଗେମ ପ୍ରେମ କେତେ ଯେ ଭୟଙ୍କର ହୋଇପାରେ ତାହାର ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରୁ । ଯେଉଁଠି ଜଣ ମହିଳା ନିଜର ମାଲିକାଣି ଠାରୁ ଗେମରେ ହାରିଯିବା ପରେ ଦ୍ବିତୀୟ ଥର ନିଜକୁ ବାଜିରେ ଲଗାଇ ଦେଇଥିଲେ(Woman Put Herself at Stake After Losing in Ludo) । ମହିଳାଙ୍କ ସ୍ବାମୀ ଏହା ଜାଣିବା ପରେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବନ୍ଧୁକ ଛାଡି ନାଇଲେ ଶଙ୍ଖା ସିନ୍ଦୂର, ବଧୂ ସାଜିଲେ ଦୁଇ ମହିଳା ମାଓବାଦୀ
ସୂଚନାଅନୁସାରେ, ମହିଳା ଜଣକ ପ୍ରତାପଗଡରେ ଏକ ଭଡା ଘରେ ରହୁଥିଲେ । ତାଙ୍କ ସ୍ବାମୀ ରାଜସ୍ଥାନର ଏକ ଇଟାଭାଟିରେ କାମ କରନ୍ତି । ମହିଳାଙ୍କ ସ୍ବାମୀଙ୍କ କହିବା ଅନୁସାରେ, " ମୁଁ ବାହାରେ ରହୁଥିବାରୁ ସ୍ତ୍ରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଏ । ମୋ ସ୍ତ୍ରୀ ସହ ଦୁଇ ଛୁଆ ଅଛନ୍ତି । ସେ ସର୍ବଦା ଜୁଆ ଖେଳିବାକୁ ପସନ୍ଦ କରେ । ତେଣୁ ସେ କାର୍ଡ ଏବଂ ଲୁଡୁ ଖେଳୁଥାଏ । ଦିନେ ମୁଁ ଯେତେବେଳେ ଘରକୁ ଯିବି ବୋଲି ସ୍ତ୍ରୀକୁ ଫୋନ କରି କହିଲି । ସେ ସେତେବେଳେ ଲୁଡୁ ଖେଳରେ ନିଜକୁ ବାଜି ଲଗାଇ ହାରିଦେଇଥିବା କଥା କହିଥିଲେ । ମୁଁ ସେଠାକୁ ଗଲେ ମୋତେ ଜୀବନରୁ ମାରିଦେବେ କହିଥିଲେ ।"
ଏହି ଘଟଣାକୁ ନେଇ ମହିଳା ଜଣକ ମହିଳାଙ୍କ ସ୍ବାମୀ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ କରୁଥିବା କହିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ