ଓଡିଶା

odisha

ETV Bharat / bharat

ବିବାହର 15 ଦିନ ପରେ ସ୍ବାମୀଙ୍କ ଟଙ୍କା ନେଇ ସ୍ତ୍ରୀ ଫେରାର

ଟଙ୍କା ଲୋଭ ଉଜାଡି ଦେଲା ସୁନା ସଂସାର। ବିବାହର 15 ଦିନ ପରେ ସ୍ବାମୀଙ୍କଠାରୁ 6.5 କୋଟି ଲୁଟି ନେଇ ଫେରାର ହୋଇଗଲେ ସ୍ତ୍ରୀ। ଅଧିକ ପଢ଼ନ୍ତୁ

woman left his husband after looted property
ବିବାହର 15 ଦିନ ପରେ ସ୍ବାମୀଙ୍କ ଟଙ୍କା ନେଇ ସ୍ତ୍ରୀ ଫେରାର

By

Published : Jun 22, 2022, 4:14 PM IST

ହାଇଦ୍ରାବାଦ:ଟଙ୍କା ଲୋଭ ଉଜାଡି ଦେଲା ସୁନା ସଂସାର। ବିବାହର 15 ଦିନ ପରେ ସ୍ବାମୀଙ୍କଠାରୁ 6.5 କୋଟି ଲୁଟି ନେଇ ଫେରାର ହୋଇଗଲେ ସ୍ତ୍ରୀ। ହାଇଦ୍ରାବାଦରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଖବର ଅନୁଯାୟୀ, ରୀନା ଗୋର୍ଲ ନାମକ ଜଣେ ଯୁବତୀ ମାଟ୍ରିମୋନି କାର୍ଯ୍ୟାଳୟରେ କାମ କରୁଥିଲେ। ଏହି ସମୟରେ ରବି କୁମାର ତାଗରମ ନାମକ ଜଣେ ଯୁବକ ଦୀର୍ଘ ଦୁଇ ବର୍ଷ ହେଲା ବିବାହ ପାଇଁ ଝିଅ ଖୋଜୁଥିଲେ। ରବି ବିବାହ ପାଇଁ ମାଟ୍ରିମୋନିର ସହାୟତା ନେଇଥିଲେ। ସାଇଟରେ ପ୍ରୋଫାଇଲ ଦେଖି ରୀନା ତାଙ୍କ ବିଷୟରେ ଜାଣିବାକୁ ପାଇଲେ। ରବି ଜଣେ ଧନୀ ବ୍ୟକ୍ତି ଜାଣିବାକୁ ପାଇଁ ତାଙ୍କୁ ବିବାହ କରିବାକୁ ଯୋଜନା କଲେ ଏବଂ ବନ୍ଧୁତା ଆରମ୍ଭ କଲେ। ରବିଙ୍କୁ ବିବାହ ପ୍ରସ୍ତାବ ଦେବାପରେ ଗତ ଫେବୃୟାରୀ 2022ରେ ଉଭୟଙ୍କ ବିବାହ ହୋଇଥିଲା। ରୀନା ବିବାହ ପୂର୍ବରୁ ରବିଙ୍କ ମାଧ୍ୟମରେ ଏକ କମ୍ପାନୀରେ 6.5 କୋଟି ଟଙ୍କା ବିନିଯୋଗ କରିଥିଲେ। ବିବାହ ପରେ ରବି ଯେତେବେଳେ ତାଙ୍କୁ ଟଙ୍କା ବିଷୟରେ ପଚାରିଥିଲେ ସେତେବେଳେ କିଛି ଲୋକ ଲଗାଇ ଉପରେ ଆକ୍ରମଣ କରିଥିଲେ। ଏହାପରେ ବିବାହର ମାତ୍ର 15 ଦିନ ପରେ ସେ ଘରଛାଡ଼ି ଫେରାର ହୋଇଯାଇଥିଲେ।

ଏନେଇ ରବିଙ୍କ ଭଉଣୀ ରୀନାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରିବା ପରେ ରୀନାଙ୍କୁ ହେପାଜତରେ ଆଣିଥିଲା। ପଚରାଉଚରା ପରେ ଏହି ଘଟଣାରେ ଅନେକ ସାମିଲ ଥିବା ଜଣାପଡ଼ିଥିଲା। ତେବେ କେତେକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details