ଓଡିଶା

odisha

ETV Bharat / bharat

ପାରିବାରିକ କଳହରୁ ସ୍ବାମୀକୁ ପିଟି ପିଟି ମାରିଦେଲା ସ୍ତ୍ରୀ ! - ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ଝାଡଖଣ୍ଡରେ ପାରିବାରିକ କଳହରୁ ସ୍ବାମୀକୁ ପିଟି ପିଟି ମାରିଦେଲା ସ୍ତ୍ରୀ । ପଡୋଶୀଙ୍କଠାରୁ ସୂଚନା ପାଇଁ ପହଞ୍ଚିଲା ପୋଲିସ । ଅଧିକ ପଢନ୍ତୁ

ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ !
ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ !

By

Published : Jul 26, 2023, 9:59 PM IST

ରାଞ୍ଚି:ଘରୋଇ କଳିରୁ ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ । ଏପରି ଏକ ଅଭିଯୋଗ ଝାଡଖଣ୍ଡ ଗୁମଲା ଜିଲ୍ଲାର ବିଶନପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଲାପୁ ବିରିତୋଲି ଗାଁରୁ ଆସିଛି । ସ୍ଥାନୀୟ ଜଣେ ମହିଳା ପାରିବାରିକ କଳହ କାରଣରୁ ନିଜ ସ୍ବାମୀଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ପରେ ମହିଳା ଜଣଙ୍କ ମୃତଦେହ ଘରେ ଲୁଚାଇ ରଖିଥିଲା । ଅଭିଯୋଗ ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ସ୍ତ୍ରୀକୁ ମଧ୍ୟ ପୋଲିସ ଅଟକ ରଖି ଜେରା କରୁଛି ।

ଅଭିଯୋଗ ଅନୁସାରେ, ସ୍ଥାନୀୟ ମହିଳା ସସ୍ତି ଓରାଙ୍ଗ ଓ ତାଙ୍କ ସ୍ୱାମୀ ବାନ୍ଦେଶ୍ୱର ଓରାଙ୍ଗଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଲାଗି ରହିଥିଲା । ସୋମବାର ବିଳମ୍ବିତ ରାତିରେ ସ୍ବାମୀ ବାନ୍ଦେଶ୍ୱର ଶୋଇଥିବା ବେଳେ ପତ୍ନୀ ସସ୍ତି ତାଙ୍କୁ ଏକ ବାଡ଼ିରେ ପିଟି ପିଟି ହତ୍ୟା କରିଥିଲା । ପରେ ସେ ଘଟଣା ସମ୍ପର୍କରେ କାହାକୁ ନଜଣାଇ ମୃତଦେହକୁ ଘରେ ରଖିଥିଲା । ଏ ସମ୍ପର୍କରେ ଗ୍ରାମବାସୀଙ୍କଠାରୁ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ସମ୍ପୃକ୍ତ ମହିଳାଙ୍କୁ ଥାନାକୁ ନେଇଛି । ଏହି ଦମ୍ପତିଙ୍କର ଦୁଇଟି ଶିଶୁ ମଧ୍ଯ ରହିଛନ୍ତି ।

ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁସାରେ, ଘଟଣା ସମୟରେ ମୃତକଙ୍କ ଉଭୟ ଶିଶୁ ଘରେ ଅନ୍ୟ ଏକ କୋଠରୀରେ ଥିଲେ । ବାପାଙ୍କ ମୃତଦେହ ଦେଖି ପିଲାମାନେ ହିଁ ପଡ଼ୋଶୀ ଓ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ଏହାପରେ ଗ୍ରାମବାସୀ ଘଟଣାସ୍ଥଳରେ ଏକାଠି ହୋଇଥିଲେ । ଏହି ହତ୍ୟାକାଣ୍ଡ ସମ୍ପର୍କ ଜଣାପଡ଼ିବା ପରେ ଗ୍ରାମବାସୀ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ପ୍ରାଥମିକ ଅନୁସନ୍ଧାନ ବେଳେ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇବା ସହ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରି ପୋଲିସ ଷ୍ଟେସନକୁ ଆଣିଥିଲା ପୋଲିସ ଟିମ୍‌ ।

ଏହା ମଧ୍ୟ ପଢନ୍ତୁ:-Bihar: ବିଜୁଳି ଯୋଗାଣ ଦାବିରେ ଆନ୍ଦୋଳନ ବେଳେ ପୋଲିସର ଗୁଳିମାଡ, 3 ମୃତ ଆଶଙ୍କା

ପୋଲିସ ଏହି ଘଟଣାରେ ପଡ଼ୋଶୀ ଓ ଗ୍ରାମବାସୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୁକ୍ତ ସ୍ତ୍ରୀକୁ କୋର୍ଟ ଚାଲାଣ କରାଯିବା ନେଇ ମଧ୍ୟ ପୋଲିସ କହିଛି । ତେବେ ପାରିବାରିକ କଳହ କାରଣରୁ ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ପିଟି ହତ୍ୟା କରିବା ପରେ ଏବେ ଦୁଇ ଶିଶୁଙ୍କ ଭାଗ୍ଯ କ’ଣ ହେବ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details