ନୂଆଦିଲ୍ଲୀ : ଦକ୍ଷିଣ ପୂର୍ବ ଦିଲ୍ଲୀରୁ ଆସିଛି ଏକ ଅଜବ ଖବର । ଜଣେ 25 ବର୍ଷୀୟା ମହିଳା ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ୨ ମାସର ନବଜାତ ଶିଶୁକୁ ଅପହରଣ କରିଛନ୍ତି(kidnapped newborn child in delhi )। ତେବେ ପଚାରିବାରୁ ଜଣାପଡ଼ିଥିଲା ଯେ ଶିଶୁକୁ ଅପହରଣ କରିବାର କାରଣ ଯେ ଶିଶୁକୁ ବଳି ପକାଇଲେ ମୃତ ବାପାକୁ ପୁଣିଥରେ ଜୀବିତ ଅବସ୍ଥାରେ ଫେରିପାଇବେ ମହିଳା ଜଣକ । ଏହି ଘଟଣାପରେ ପୋଲିସ ତୁରନ୍ତ ମହିଳାଙ୍କୁ ଗିରଫ କରିବା ସହ ନବଜାତ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।
ଏନେଇ ଡିସିପି ଇଶା ପାଣ୍ଡେ କହିଛନ୍ତି ଯେ ନଭେମ୍ବର 10 ଗୁରୁବାର ଦିନ ଅପରାହ୍ନ 4 ଟା ସମୟରେ ଅମର କଲୋନୀ ପୋଲିସ ଷ୍ଟେସନରୁ ଏକ ଛାତି ଥରାଇଲା ଭଳି ସୂଚନା ମିଳିଥିଲା । ଜଣେ ମହିଳା ନିକଟସ୍ଥ ଅଞ୍ଚଳରୁ ପ୍ରାୟ ଦୁଇ ମାସର ଜଣେ ଶିଶୁକୁ ଅପହରଣ କରି ନେଇଥିଲେ । ଏ ସମ୍ପର୍କରେ ଶିଶୁର ମାଆ ପୋଲିସକୁ କହିଛନ୍ତି ଯେ ଅପହରଣ କରିଥିବା ମହିଳା ସେମାନଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭେଟିଥିଲେ । ନିଜକୁ ମାଆ ଏବଂ ଶିଶୁ ଯତ୍ନ ପାଇଁ କାର୍ଯ୍ୟ କରୁଥିବା ଏକ ଏନଜିଓର ସଦସ୍ୟ ବୋଲି ପରିଚୟ ଦେଇଥିଲେ । ସେଠାରେ ମୋର ଏବଂ ମୋ ଶିଶୁର ଯତ୍ନ ନେବାସହ ଅନେକ ପରାମର୍ଶ ଦେଉଥିଲେ ।
ଏହି କ୍ରମରେ ମହିଳା ଜଣକ ଗୁରୁବାର ଦିନ ତାଙ୍କ ଘରକୁ ଆସି ନିକଟସ୍ଥ କେନ୍ଦ୍ରରେ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରିବା ନାମରେ ପିଲାଟିକୁ ସାଙ୍ଗରେ ନେଇଯାଇଥିଲେ । ସାଙ୍ଗରେ ଶିଶୁର ମାଆ ନିଜର 21 ବର୍ଷର ଭଣଜା ରିତୁଙ୍କୁ ମଧ୍ୟ ପଠାଇଥିଲେ । ଏହା ପରେ ଅଭିଯୁକ୍ତ ରିତୁ ଶିଶୁ ପୁତ୍ରକୁ ତାଙ୍କ କାରରେ ବସାଇ ନେଇଥିଲା । ହେଲେ ଅଧା ବାଟରେ, ମହିଳା ଜଣକ ରିତୁକୁ ଏକ ବିଷାକ୍ତ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ । ଫଳରେ ରିତୁ ଚେତା ହରାଇ ବସିଥିଲେ । ପରେ ଅପହରଣକାରୀ ରିତୁଙ୍କୁ ଗାଜିଆବାଦ, ୟୁପି ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲା । କିଛି ସମୟ ପରେ ରିତୁଙ୍କ ଚେତା ଫେରିବା ପରେ ପରିବାର ଲୋକଙ୍କ ସହ ଯୋଗଯୋଗ କରିଥିଲେ । ଏହାସହ ଘଟଣା ସମ୍ପର୍କରେ ନିଜ ପରିବାରକୁ ଜଣାଇଥିଲେ ।