ଓଡିଶା

odisha

ETV Bharat / bharat

ରାଜସ୍ଥାନରେ ନିର୍ଭୟାକାଣ୍ଡର ପୁନରାବୃତ୍ତି, ନିର୍ବସ୍ତ୍ର ଅବସ୍ଥାରେ ରାସ୍ତାକଡ଼ରୁ ପୀଡ଼ିତା ଉଦ୍ଧାର

ମହିଳାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ । ଜଘନ୍ୟକାଣ୍ଡ ଘଟାଇବା ପରେ ଉଲଗ୍ନ କରି ରାସ୍ତାରେ ଛାଡି ଦେଲେ ଦୁର୍ବୃତ୍ତ । ପୋଲିସର ତଦନ୍ତ ଜାରି । ଅଧିକ ପଢ଼ନ୍ତୁ

ମହିଳାଙ୍କୁ ଗଣଦୁଷ୍କର୍ମ
ମହିଳାଙ୍କୁ ଗଣଦୁଷ୍କର୍ମ

By ETV Bharat Odisha Team

Published : Sep 10, 2023, 5:39 PM IST

ମହିଳାଙ୍କୁ ଗଣଦୁଷ୍କର୍ମ

ଜୟପୁର: ସ୍ବାଧୀନତାର 77 ବର୍ଷ ପରେ ମଧ୍ୟ ସୁରକ୍ଷିତ ନୁହଁନ୍ତି ମହିଳା । ଦିନକୁ ଦିନ ବଢ଼ୁଛି ମହିଳାଙ୍କ ପ୍ରତି ନିର୍ଯାତନା । ମଣିଷ ସମାଜ ଯେତେ ଆଗକୁ ଆଗକୁ ବଢ଼ୁଛି ସେତେ ନିଜର ହିତାହିତ ଜ୍ଞାନ ହରାଇ ବସୁଛି । ପ୍ରାୟ ପ୍ରତିଦିନ ମହିଳାମାନଙ୍କ ପ୍ରତି ନିର୍ଯାତନା, ହିଂସା ଏବଂ ଦୁଷ୍କର୍ମ ଭଳି ଘଟଣା ସାମ୍ନାକୁ ଆସୁଥୁବା ବେଳେ ଏବେ ପୁଣି ଥରେ ସେଭଳି ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳାଙ୍କୁ ତିନି ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ନିର୍ବସ୍ତ୍ର କରି ରାସ୍ତାରେ ଛାଡି ଦେଇଛନ୍ତି । ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ ।

ସୂଚନା ଅନୁସାରେ, ରାଜସ୍ଥାନ ଭିଲଓ୍ବାଡ଼ା ଜିଲ୍ଲା ଗଙ୍ଗାପୁର ଥାନା ଅଞ୍ଚଳରେ ଗତକାଲି ଜଣେ ମହିଳା ରାତିରେ ଖାଇସାରିବା ପରେ ଘର ବାହାରକୁ ବୁଲିବା ପାଇଁ ବାହାରି ଥିଲେ । ତେବେ ଏହି ସମୟରେ 3 ଜଣ ଯୁବକ ଏକ ଜିପ୍‌ରେ ଆସି ମହିଳାଙ୍କୁ ଅଟକାଇଥିଲେ । ମହିଳାଙ୍କୁ ଅପହରଣ କରି ସେଠାରୁ 8କି.ମି ଦୂରରେ ଥିବା ଆମଲି ରୋଡ ଝୁମପୁରା ଛକ ନିକଟରେ ଥିବା ଏକ ପୁରୁଣା ଭଙ୍ଗା ଘରକୁ ନେଇଯାଇଥିଲେ । ସେଠାରେ ତିନି ଦୁର୍ବୃତ୍ତ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏତିକିରେ ମହିଳାଙ୍କ ପ୍ରତି ଦୁର୍ବୃତ୍ତମାନଙ୍କର ଅତ୍ୟାଚାର କମିନଥିଲା । ମହିଳଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ଉଲଗ୍ନ କରି ରାସ୍ତାରେ ଛାଡ଼ି ଦେଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ....ରାତିରେ ୮ ବର୍ଷର ଝିଅକୁ ଟେକି ନେଇ ଦୁଷ୍କର୍ମ, ଧାନ ବିଲରୁ ଉଦ୍ଧାର

ତେବେ ମହିଳା ଜଣଙ୍କ ସେହିଭଳି ଉଲଗ୍ନ ଅବସ୍ଥାରେ ରାସ୍ତାରେ ଛିଡା ହୋଇ ସାହାଯ୍ୟ ମାଗିଥିଲେ । ତେବେ ଲୋକମାନେ ମହିଳାଙ୍କୁ ପାଗଳ ଭାବି କେହି ତାଙ୍କୁ ସାହାଯ୍ୟ କରିନଥିଲେ । ଏତିକି ବେଳେ ଜଣେ ବ୍ୟକ୍ତି ମହିଳାଙ୍କ ନିକଟରେ ଅଟକି ତାଙ୍କ କଥା ଶୁଣିଥିଲେ । ଏହାପରେ ବ୍ୟକ୍ତି ଜଣଙ୍କ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ସେପଟେ ଖବର ପାଇ ତୁରନ୍ତ ଗଙ୍ଗାପୁର ଥାନା ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ ।

ତେବେ ପୋଲିସ ପ୍ରଥମେ ମହିଳାଙ୍କୁ ଥାନାକୁ ନେଇ ଅଭିଯୋଗ ଦାଖଲ କରାଇବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ଗଙ୍ଗାପୁର ଥାନ ଅଧିକାରୀ ଲାଭୁରାମ ବିଷ୍ଣୋଇଙ୍କ କହିବା ଅନୁସାରେ, ପୀଡି଼ତା ମହିଳାଙ୍କ ଦ୍ବାରା ଦିଆଯାଇଥିବା ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରି ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details