ଓଡିଶା

odisha

ETV Bharat / bharat

ଆଶ୍ଚର୍ଯ୍ୟ ! ଏକା ସାଙ୍ଗରେ ଜନ୍ମ ନେଲେ 4 ଶିଶୁ - ମହିଳାଙ୍କ ଗର୍ଭରୁ ଏକା ସାଙ୍ଗରେ ଜନ୍ମ ନେଲେ 4 ଶିଶୁ

ଏକା ସାଙ୍ଗରେ ଦୁଇ ପୁଅ ଓ ଦୁଇ ଝିଅକୁ ଜନ୍ମ ଦେଲେ ମହିଳା। ରାଜାସ୍ଥାନରୁ ସାମ୍ନାକୁ ଆସିଛି ଏପରି ଘଟଣା। ଅଧିକ ପଢନ୍ତୁ

woman gives birth to four children in rajasthan
woman gives birth to four children in rajasthan

By ETV Bharat Odisha Team

Published : Aug 28, 2023, 1:16 PM IST

ଜୟପୁର: ଆଶ୍ଚର୍ଯ୍ୟ ! ମହିଳାଙ୍କ ଗର୍ଭରୁ ଏକା ସାଙ୍ଗରେ ଜନ୍ମ ନେଲେ 4 ଶିଶୁ। ନବଜାତଙ୍କ ମଧ୍ୟରେ ଦୁଇ ପୁତ୍ର ଓ ଦୁଇ କନ୍ୟା ସନ୍ତାନ ରହିଛନ୍ତି। 3 ନବଜାତ ଶିଶୁଙ୍କ ଓଜର 1କେଜି 350 ଗ୍ରାମ ହୋଇଥିବା ବେଳେ ଚତୁର୍ଥ ଶିଶୁର ଓଜର 1କେଜି 650 ଗ୍ରାମ ରହିଛି । ଏପରି ଅଶ୍ଚର୍ଯ୍ୟଜନକ ଘଟଣା ଘଟିଛି ରାଜସ୍ଥାନରେ । ଆୟୁଷ୍ମାନ ନାମକ ଏକ ହସ୍ପିଟାଲରେ ମହିଳା ଜଣଙ୍କ ଚିକିତ୍ସିତ ହେଉଛନ୍ତି।

ହସ୍ପିଟାଲର ଡାକ୍ତର ସାଲିନ ଅଗ୍ରଓ୍ବାଲ କହିଛନ୍ତି ଯେ, ରବିବାର ରାତିରେ ମହିଳାଙ୍କ ପ୍ରସବ ବେଦନା ହୋଇଥିଲା । ସେହିଦିନ ରାତି 2ଟା ସମୟରେ ଓ୍ବାଜିପୁର ବାସିନ୍ଦା କିରଣ କନଓ୍ବାର ତାଙ୍କ ପତ୍ନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ସକାଳ 6ଟାରେ ମହିଳା ଜଣଙ୍କ ପ୍ରସବ କରିଥିଲେ। ଏହା ସାଙ୍ଗରେ 4ଟି ଶିଶିଙ୍କୁ ଜନ୍ମ ଦେଇଥିଲେ ମହିଳା । 3 ନବଜାତ ଶିଶୁଙ୍କ ଓଜର 1କେଜି 350 ଗ୍ରାମ ହୋଇଥିବା ବେଳେ ଚାରି ନମ୍ବର ଶିଶୁର ଓଜର 1କେଜି 650 ଗ୍ରାମ ରହିଛି । ଏହି ଶିଶୁ ମାନଙ୍କୁ ସ୍ବତନ୍ତ୍ର ମନିଟରିଂର ଆବଶ୍ୟକତା ରହିଛି । କମ ଓଜନ ଥିବା 3 ଶିଶୁଙ୍କୁ ଜନାନା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଚତୁର୍ଥ ସନ୍ତାନଟି ତାଙ୍କ ମାଆଙ୍କ ପାଖରେ ଅଛି ।

ଏହା ମଧ୍ୟ ପଢନ୍ତୁ:-MP: ଜନ୍ମନେଲା ବିରଳ ଶିଶୁକନ୍ୟା, ରହିଛି 4ଟି ଗୋଡ

ଗତ ଏପ୍ରିଲ 19 ତାରିଖରେ ଆସାମରୁ ଏପରି ଏକ ଖବର ସାମ୍ନାକୁ ଆସିଥିଲା । ବଜାରିଚାରା ଅଞ୍ଚଳର ଜଣେ ମହିଳା ଏକା ସାଙ୍ଗରେ ୪ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ନବଜାତ ଶିଶୁମାନଙ୍କ ମଧ୍ୟରେ ତିନି ପୁଅ ଓ ଗୋଟିଏ ଝିଅ ରହିଥିଲା । ମାଆ ଓ 4 ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା ଡାକ୍ତର ସୂଚନା ଦେଇଥିଲେ। ନବଜାତ ଶିଶୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ-ଆଶ୍ଚର୍ଯ୍ୟ ! ଏକାଥରେ ୭ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ନିକଟରେ ମଧ୍ୟ ପ୍ରଦେଶର ଭିଦିସା ଜିଲ୍ଲାରେ ଜଣେ ପ୍ରସୂତି ଏକ ବିରଳ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ । କନ୍ୟା ସନ୍ତାନଟିର 4ଟି ଗୋଡ଼ ରହିଥିଲା । ଭିଦିସା ମାଣ୍ଡି ବାମୋରାସ୍ଥିତ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଜଣଙ୍କ ପ୍ରସବ କରିଥିଲେ । ହେଲେ ଏହି ବିରଳ ଶିଶୁଟିର ସ୍ବାସ୍ଥ୍ଯାବସ୍ଥା ସଙ୍କଟାପନ୍ନ ରହିଥିଲା । ଉଭୟ ପ୍ରସୂତି ଓ ନବଜାତକକୁ ଭୋପାଳ ସ୍ଥିତ AIIMSକୁ ସ୍ଥାନାନ୍ତିରତ କରାଯାଇଥିଲା । ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଏହି ମା’ ଓ ଶିଶୁଙ୍କ ଚିକିତ୍ସା କରିଥିଲେ ।

ABOUT THE AUTHOR

...view details