ଓଡିଶା

odisha

3 ଶିଶୁଙ୍କୁ ଜନ୍ମ ଦେଲେ ମହିଳା, ଡାକ୍ତରୀ ଟିମ ନୀରିକ୍ଷଣରେ ମା’ ଓ ଶିଶୁ

By

Published : Aug 1, 2023, 10:19 PM IST

ରାଜସ୍ଥାନରେ ଏକକାଳୀନ 3 ଶିଶୁଙ୍କୁ ଜନ୍ମ ଦେଲେ ମହିଳା । ସମସ୍ତେ ବିପଦମୁକ୍ତ ଥିବା ସୂଚନା । ଡାକ୍ତରୀ ଟିମ ନୀରିକ୍ଷଣରେ ମା’ ଓ ଶିଶୁ । ଅଧିକ ପଢନ୍ତୁ

3 ଶିଶୁଙ୍କୁ ଜନ୍ମ ଦେଲେ ମହିଳା, ଡାକ୍ତରୀ ଟିମ ନିରକ୍ଷୀଣରେ ମା’ ଓ ଶିଶୁ
3 ଶିଶୁଙ୍କୁ ଜନ୍ମ ଦେଲେ ମହିଳା, ଡାକ୍ତରୀ ଟିମ ନିରକ୍ଷୀଣରେ ମା’ ଓ ଶିଶୁ

ଜୟପୁର:ରାଜସ୍ଥାନ ଚିତ୍ତୋରଗଡ ଜିଲ୍ଲାର ବଡିସାଦଡିରେ ଜଣେ ମହିଳା ଏକକାଳୀନ 3 ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଶିଶୁଙ୍କ ମଧ୍ୟରେ ଗୋଟିଏ ପୁତ୍ର ଏବଂ 2 ଜଣ କନ୍ୟା ସନ୍ତାନ ରହିଛନ୍ତି । ତିନି ନବଜାତ ଶିଶୁ ଓ ମହିଳାଙ୍କୁ ସ୍ବତନ୍ତ୍ର ଡାକ୍ତରୀ ଟିମର ତତ୍ବାବଧାନରେ ରଖାଯାଇଛି । ସମସ୍ତେ ସୁସ୍ଥ ଥିବା ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ବାଡିସାଡାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ସର୍ଜନ ତଥା ମେଡିକାଲ୍ ଅଫିସର୍ ଡ. ରାଜୀବ ମଙ୍ଗଲଙ୍କ ଅନୁଯାୟୀ, ଉଦୟପୁରର ଭାଲାବନଗର ମାଙ୍ଗ୍ରି ଫାଲାର ବାସିନ୍ଦା କବିତା ମୀନା ନାମ୍ନୀ ଜଣେ ମହିଳା ଗତକାଲି ପ୍ରସବ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ରାତି ପ୍ରାୟ 11 ଟା 45 ମିନିଟରେ ତାଙ୍କୁ ପ୍ରସବ ଯନ୍ତ୍ରଣା ହେଉଥିବା ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 12 ଟା 36 ମିନିଟରେ ସେ ପ୍ରଥମେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପରେ ସେ ମାତ୍ର ଗୋଟିଏ ମିିନିଟ ବ୍ଯବଧାନରେ ଦୁଇ ଜଣ କନ୍ୟା ସନ୍ତାନଙ୍କୁ ମଧ୍ୟ ଜନ୍ମ ଦେଇଥିଲେ । ସମସ୍ତ ତିନି ନବଜାତ ଶିଶୁ ଏବଂ ମା’ ସୁସ୍ଥ ଅଛନ୍ତି । ପୁତ୍ର ସନ୍ତାନର ଓଜନ 2 କିଲୋଗ୍ରାମ 100 ଗ୍ରାମ ଥିବା ବେଳେ ଦୁଇ କନ୍ୟା ସନ୍ତାନଙ୍କ ଓଜନ ଯଥାକ୍ରମେ 2 କିଲୋଗ୍ରାମ ଏବଂ 1.5 କିଲୋଗ୍ରାମ ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ସମସ୍ତେ ଏବେ ବିପଦମୁକ୍ତ ଅଛନ୍ତି ଓ ସେମାନଙ୍କୁ ଏବେ ସ୍ବତନ୍ତ୍ର ଓ୍ବାର୍ଡରେ ନୀରିକ୍ଷଣରେ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ :-ଦୀର୍ଘଦିନ ପର୍ଯ୍ୟନ୍ତ ସ୍ତନ୍ୟପାନ କରିଥିବା ଶିଶୁ ପାଠରେ ସବଳ: ରିପୋର୍ଟ


ପୂର୍ବରୁ ଡାକ୍ତରୀ ପରୀକ୍ଷାରୁ ମହିଳାଙ୍କ ଗର୍ଭରେ 3 ଶିଶୁ ଥିବା ଜଣାପଡିଥିଲା । ସେହି କ୍ରମରେ ପ୍ରସବ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଥିଲା ଡାକ୍ତରୀ ଟିମ । ତେବେ ସମସ୍ତେ ଏବେ ବିପଦମୁକ୍ତ ଥିବା ଓ ଡାକ୍ତରୀ ଟିମର ନିରୀକ୍ଷଣରେ ରହିଛନ୍ତି । ତେବେ ଏମାନେ ଏବେ କିଛି ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବେ । ଭୟଭୀତ ହେବାର କୌଣସି କାରଣ ନାହିଁ ଓ କେବଳ ଅଧିକ ଯତ୍ନବାନ ହେବାକୁ ପଡିବ ବୋଲି ଡାକ୍ତର କହିଛନ୍ତି । ସେହିପରି ମହିଳାଙ୍କୁ ଏକାଧିକ କ୍ଷେତ୍ରରେ ପରାମର୍ଶ ଦେଇଛି ଡାକ୍ତରୀ ଟିମ୍‌ । ପୂର୍ବରୁ ମହିଳାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ଏବେ ଏକକାଳୀନ ଆଉ 3 ସନ୍ତାନ ଜନ୍ମ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details