ଭୋପାଳ: ମହିଳାଙ୍କୁ ଦିଆଗଲା ଦୁଇ ଭିନ୍ନ ଟିକା । ମଧ୍ୟପ୍ରଦେଶର ଶାହାଜାପୁରର ଜଣେ ମହିଳାଙ୍କୁ ଦୁଇ ପ୍ରକାରର କୋଭିଡ ଟିକା ମିଳିଛି । ପ୍ରଥମଟି କୋଭିସିଲ୍ଡ ଏବଂ ଦ୍ବିତୀୟଟି କୋଭାକ୍ସିନ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏହି ଘଟଣାରେ ସ୍ବାସ୍ଥ୍ୟ ଅଧିକାରୀମାନେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବାନେଇ ସୂଚନା ମିଳିଛି ।
ସାଧନା ଜଡମେ ଇଟିଭି ଭାରତକୁ ସୂଚନାଦେଇ କହିଛନ୍ତି ଯେ ଏପ୍ରିଲ୍ 9 (ବ୍ୟାଚ୍ ନମ୍ବର 4131 Z 034)ରେ ତାଙ୍କୁ କୋଭିସିଲ୍ଡ ଟିକା ଦିଆଯାଉଥିବା ବେଳେ ଦ୍ବିତୀୟ ଡୋଜ୍ ଜୁଲାଇରେ ମିଳିବାରଥିଲା । ସେପଟେ ଜଡମେ କୋଭିଡ ଟୀକାକରଣ କେନ୍ଦ୍ରରେ 3 ଜୁଲାଇ ଶନିବାର ଦିନ ଅପରାହ୍ନ 4 ଟାରେ ଅତ୍ୟାବଶ୍ୟକ ଡକ୍ୟୁମେଣ୍ଟ ସହିତ ଦ୍ବିତୀୟ ଡୋଜ ଟିକା ନେବା ପାଇଁ ପହଞ୍ଚିଥିଲେ । ତାଙ୍କୁ ଏହି ଟିକା ଦିଆଯିବା ପରେ ସ୍ବାସ୍ଥ୍ୟକର୍ମୀମାନେ ପଞ୍ଜୀକରଣ କରାଯାଇଥିବା ପୋର୍ଟାଲ ଖୋଲିଥିଲେ ଯେଉଁଠାରେ ସେମାନେ ଜାଣିଥିଲେ ଯେ ଜଡମେଙ୍କୁ ପୂର୍ବରୁ କୋଭିସିଲ୍ଡ ଦିଆଯାଇଛି । ପରେ ମହିଳାଙ୍କୁ ତୁରନ୍ତ ଘରକୁ ପଠାଯାଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି ।