ଚଣ୍ଡିଗଡ଼:ହରିୟାଣାର ଯମୁନାନଗର ଜିଲ୍ଲା ଛଛରୌଲୀ ଥାନା ଅଧିନରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ପୀଡି଼ତାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତମାନଙ୍କୁ ଖୋଜିବା ସହିତ ପୀଡି଼ତାଙ୍କ ଡ଼ାକ୍ତରୀ ମାଇନା କରିଛି ।
ମିଳିଥିବା ସୂଚନା ଅନୁସାରେ ପୀଡିତା ମହିଳା 14 ବର୍ଷ ଧରି ଯମୁନାନଗରରେ ଥିବା ଏକ ବିଲ ମଧ୍ୟରେ ନିଜ ସ୍ବାମୀଙ୍କ ସହିତ ରହିଥାନ୍ତି । ତେବେ ଘଟଣା ଘଟିବା ଦିନ ସେ ରାତ୍ରିଭୋଜନ କରିସାରି ବସିଥିବାବେଳେ 5 ଜଣ ଦୁର୍ବୃତ୍ତ ରାତି ପ୍ରାୟ 11ଟା ସମୟରେ ଆସି ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ପୀଡିତା ମହିଳାଙ୍କ ସ୍ବାମୀକୁ ବାନ୍ଧି ପକାଇଥିଲେ ।