ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗଣଦୁଷ୍କର୍ମର ଏକ ଲୋମଟାଙ୍କୁରା ଘଟଣା । ମହିଳାକୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳି ଦେଲେ ନିଜ ବାପା ଓ ପୁଅ । ଉଭୟ ବାପା-ପୁଅକୁ ପୋଲିସ ଅଟକ ରଖିଛି । ଗୁରୁତର ଅବସ୍ଥାରେ ପୀଡିତା ମହିଳାଙ୍କ ଚିକିତ୍ସା ଜାରି ରହିଛି । ଘଟଣା ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ଘଟିଛି ।
ଜିଲ୍ଲାର ନୌମେଷାରଣ୍ୟ ଥାନା ଅଞ୍ଚଳ ଶ୍ରୀନଗର ଜୋଗି ବାବା ବାଜାର ନିକଟରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି । ଗୁରୁବାର ପୀଡିତା ଜଣକ ତାଙ୍କ ବାପା ଘର ସିଧାଉଲିରୁ ତାଙ୍କ ଶାଶୂ ଘର ମିଶରିଖକୁ ଫେରୁଥିଲେ । ସେଠାରୁ ସେ କିଛି ସମୟ ଚାଲି ଚାଲି ଯିବା ପରେ ଏକ ରିକ୍ସା ଚାଳକକୁ ଲିଫ୍ଟ ମାଗିଥିଲେ । ଏହାର ସୁଯୋଗ ନେଇ ରିକ୍ସା ଚାଳକ ଜଣକ ତାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହା ପରେ ଉକ୍ତ ରିକ୍ସା ଚାଳକର ପୁଅ ମଧ୍ୟ ଦୁଷ୍କର୍ମ କରିଥିଲା । ପରେ ଉଭୟରେ ମହିଳାଙ୍କୁ ଜାଳି ଦେବାକୁ ଉଦ୍ୟମ କରିଥିଲେ ।