ଭୋପାଳ: ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଷ୍ଟେସନରେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ । ନିଜକୁ ପୋଲିସ ଅଫିସର ପରିଚୟ ଦେଇ ମହିଳାଙ୍କ ସହ ଦୁଷ୍କର୍ମ କଲେ ଦୁଇ ଯୁବକ । ଶନିବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଅଶୋକ ନଗର ମୁଗାବଲି ଷ୍ଟେସନରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ଦୁଇ ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ ସହ ତାଙ୍କ ସ୍ବାମୀଙ୍କୁ ଖୁବ୍ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତାଲ ଦାୟର ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନେ ଧରାପଡି ନାହାନ୍ତି ।
ସୂଚନା ମୁତାବକ, ଜଣେ ଦମ୍ପତି ଜୟପୁର ଯିବାକୁ ରାତି ୧୧ଟା ବେଳେ ମୁଙ୍ଗାବଲି ଷ୍ଟେସନରେ ପହଞ୍ଚିଥିଲେ । ସେମାନେ ଯୋଧପୁର-ଭୋପାଳ ଟ୍ରେନରେ ଯିବାର ଥିଲା । ହେଲେ ଦୁହେଁ ବିଳମ୍ବରେ ପହଞ୍ଚିବାରୁ ଟ୍ରେନ ଛାଡିଦେଇଥିଲା । ସେଥିପାଇଁ ସ୍ବାମୀ ସ୍ତ୍ରୀ ଷ୍ଟେସନରେ ଆଉ ଏକ ଟ୍ରେନ୍ ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ ଦୁଇ ଯୁବକ ସେମାନଙ୍କ ନିକଟରେ ପହଞ୍ଚି ନିଜକୁ ଜିଆରପି ଅଫିସର ପରିଚୟ ଦେଇଥିଲେ । ଏହାପରେ ଦୁହିଁଙ୍କ ଟିକେଟ୍ ଦେଖାଇବାକୁ କହିଥିଲେ । ହେଲେ ଦୁହେଁ ବର୍ଦ୍ଦି ପିନ୍ଧିନଥିବାରୁ ମହିଳା ତାଙ୍କୁ ଟିକେଟ୍ ଦେଖାଇ ନଥିଲେ ।
ଏହା ମଧ୍ୟ ପଢନ୍ତୁ : ରକ୍ତମୁଖା ସ୍ବାମୀ; ସ୍ତ୍ରୀକୁ ଜୀଅଁନ୍ତା ଜାଳିଲା, ଶ୍ବଶୁରକୁ ପଥରରେ ଛେଚି ହତ୍ୟା କଲା