ଓଡିଶା

odisha

By

Published : Nov 19, 2020, 9:58 AM IST

ETV Bharat / bharat

ରିଲିଫ ନେବାକୁ ଆସି ଟଳି ପଡିଲେ ମହିଳା

ରିଲିଫ ସହାୟତା ଆବେଦନ ପାଇଁ ଧାଡିରେ ଠିଆ ହୋଇଥିବା ବେଳେ ମହିଳାଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ରିଲିଫ ଆବେଦନ ପାଇଁ ଧାଡିରେ ଛିଡା ହୋଇଥିବା ବେଳେ ଟଳି ପଡିଲେ ମହିଳା
ରିଲିଫ ଆବେଦନ ପାଇଁ ଧାଡିରେ ଛିଡା ହୋଇଥିବା ବେଳେ ଟଳି ପଡିଲେ ମହିଳା

ହାଇଦ୍ରାବାଦ: ବର୍ଷା ଓ କୃତ୍ରିମ ବନ୍ୟା ରିଲିଫ ସହାୟତା ଆବେଦନ ପାଇଁ ଠିଆ ହୋଇଥିବା ବେଳେ ଟଳି ପଡିଲେ ମହିଳା । ବୁଧବାର ହାଇଦ୍ରାବାଦର ଏକ ମେସେବା କେନ୍ଦ୍ରରେ ଧାଡିରେ ଠିଆ ହୋଇଥିବା ବେଳେ ଜଣେ 50 ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ମୁନ୍ନଓ୍ବାର ଉନିସା । ଦୀର୍ଘ ସମୟ ଧରି ଠିଆ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ।

ନିକଟରେ ତେଲେଙ୍ଗାନା ପ୍ରବଳ ବର୍ଷା ଓ କୃତ୍ରିମ ବନ୍ୟା ଯୋଗୁଁ ବିପୁଳ ଧନ ଜୀବନ ନଷ୍ଟ ହୋଇଥିଲା । ଏନେଇ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ପ୍ରଭାବିତଙ୍କୁ ରିଲିଫ ସହାୟତା ପ୍ରଦାନ କରାଯାଉଛି । ଏହି ସହାୟତା ପାଇବା ପାଇଁ ଲୋକେମାନଙ୍କୁ ଅନଲାଇନରେ ଆବେଦନ କରିବାକୁ ହେଉଛି । ଏଣୁ ରିଲିଫ ଆବେଦନ କରିବାକୁ ହାଇଦ୍ରାବାଦର ମେସେବା କେନ୍ଦ୍ରରେ ଦୀର୍ଘ ସମୟ ଧରି ଧାଡିରେ ଠିଆ ହୋଇଥିବା ବେଳେ ମହିଳା ଜଣକ ଟଳି ପଡିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ବି ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ମହିଳା ଜଣକ ସକାଳ 6 ଟାରୁ ଦିନ ସାଢେ 11 ଟା ଯାଏଁ ଧାଡିରେ ଛିଡା ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details