ଥିରୁଅନନ୍ତପୁରମ:କାଳ ସାଜିଲା ବିରିୟାନୀ ଖାଇବା । ଅନଲାଇନରେ ବିରିୟାନୀ ମଗାଇ ଖାଇବା ପରେ ଯୁବତୀଙ୍କ ମୃତ୍ୟୁ ହୋଇଛି(woman in Kerala died of alleged food poisoning) । ବିରିୟାନୀ ପରି କୁଜିମନ୍ତ(kuzhimanthi) ନାମକ ଏକ ଡିସ ଖାଇବା ପରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି କେରଳର କସରାଗୋଡରେ। ମୃତକ ଜଣଙ୍କ ହେଉଛନ୍ତି ପେରୁମବାଲାର ଶ୍ରୀପ୍ରଭାତି ।
ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୩୧ ତାରିଖ ଜିନ ଦୁଇ ଯୁବତୀ ରାମନସିଆ ନାମକ ଏକ ହୋଟେଲରୁ କୁଝିମନ୍ତି ଡିସ ମଗାଇଥିଲେ । ଏହାକୁ ଖାଇବା ପରେ ଉଭୟଙ୍କ ଅବସ୍ଥା ଗୁରୁର ହୋଇପଡିଥିଲା । ଚିକିତ୍ସା ଚାଲିଥିବା ବେଳେ ଦୁଇ ଯୁବତୀଙ୍କ ମୃତ୍ୟୁ ହୋଇଛି । ଏନେଇ ମୃତକଙ୍କ ସମ୍ପର୍କୀୟ ଥାନାରେ ଏକ ମାମଲା ଦାୟର କରିଛନ୍ତି ।
ଏନେଇ ପୋଲିସ କହିଛି ଯେ, ଶନିବାର ସକାଳେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଅଭିଯୋଗ ପରେ ତଦନ୍ତ ଜାରି ରହିଛି । ବର୍ତ୍ତମାନ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ବ୍ୟଚ୍ଛେଡ ରିପୋର୍ଟ ଆସିବାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ କର୍ଣ୍ଣାଟକର ଏକ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ତରଫରୁ ସୂଚନା ଦିଆଯାଇଥିଲା ।
ଯୁବତୀଙ୍କ ମୃତ୍ୟୁ ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗଣମାଧ୍ୟମ ସମ୍ମୁଖରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା କମିଶନରଙ୍କୁ ଏହି ଘଟଣା ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ବିରିୟାନୀ ଖାଇବା ପରେ ଯୁବତୀଙ୍କ ମୃତ୍ୟୁ ହୋଇଥାଏ ତେବେ ହୋଟେଲର ଲାଇସେନ୍ସ ରଦ୍ଦ କରାଯିବ । ନିକଟରେ କୋଝିକୋଡର ଏକ ହୋଟେଲରୁ ଖାଦ୍ୟ ଖାଇବାପରେ ଜଣେ ମେଡିକାଲ ନର୍ସଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା ।