ବେଙ୍ଗାଲୁରୁ:ବନ୍ଧା ହେଲେ ଠକ ଡାକ୍ତର ଦମ୍ପତି । ମହିଳାଙ୍କୁ ଆଇଭିଏଫ ଚିକିତ୍ସା (IVF treatment) ମାଧ୍ୟମରେ ସନ୍ତାନ ପ୍ରାପ୍ତ କରାଇବେ ବୋଲି ୪ ଲକ୍ଷ ଟଙ୍କା ନେଇଥିଲେ ଡାକ୍ତର ଦମ୍ପତି । ଭୁଲ ଚିକିତ୍ସା କରି ନେଲେ ମହିଳାଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ତୁମକୁର(Tumkur) ।
ସୂଚନା ଅନୁସାରେ, ଦୀର୍ଘ ୧୫ ବର୍ଷ ପୂର୍ବେ ମମତା ଓ ମଲ୍ଲିକାଜ୍ଜୁନ(Mallikarjun)ଙ୍କ ବିବାହ ହୋଇଥିଲା । ବିବାହର ଦୀର୍ଘ ବର୍ଷ ପରେ ବି ସନ୍ତାନ ସୁଖରୁ ବଞ୍ଚିଲେ ଥିଲେ ଉଭୟେ । ମମତା ନିଜର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ମା ଡାକ ଶୁଣିବାରୁ ବଞ୍ଚିତ ହେଉଥିଲେ । ଏନେଇ ସେ ବିଭିନ୍ନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ । ଠିକ ଏହି ସମୟରେ ଡାକ୍ତର ଦମ୍ପତି ଭାନି ଓ ମଞ୍ଚୁନାଥ(Vani and Manjunath )ଙ୍କ ହାବୁଡରେ ପଡିଥିଲେ ମମତା ଓ ମଲ୍ଲିକାଜ୍ଜୁନ ।
ମାନ୍ଧ୍ୟା ଓରଫ ମଞ୍ଚୁନାଥ ଓ ଉଡୁପି ଓରଫ ଭାନି । ଆଇଭିଏଫ ଚିକିତ୍ସା (IVF treatment) ମାଧ୍ୟମରେ ମମତାଙ୍କୁ ମା ହେବାର ସୌଭାଗ୍ୟ ଅର୍ଜନ କରିବାକୁ ପ୍ରତିଶ୍ରୃତି ଦେଇଥିଲେ ଠକ ଡାକ୍ତର ଦମ୍ପତି । ଏପରିକି ଚିକିତ୍ସା ବାବଦକୁ ମଲ୍ଲିକାଜ୍ଜୁନଙ୍କ ଠାରୁ ୪ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ । ପରେ ଚିକିତ୍ସା ପାଇଁ ଅଧିକ ଟଙ୍କା ମଧ୍ୟ ଦାବି କରିଥିଲେ । ହେଲେ ମମତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଅନ୍ୟ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।