ମୁମ୍ବାଇ:ସାମାନ୍ୟ ବଚସାରୁ ରକ୍ତପାତ। ସ୍ବାମୀ ପାଲଟିଗଲା ସଇତାନ। ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ଜୀବନ ହାରିଲା ସ୍ବାମୀ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାରେ। ତିନି ମୃତକ ହେଉଛନ୍ତି ଚିଖଲି ଗ୍ରାମର କିଶୋର କୁଟେ, ତାଙ୍କ ପତ୍ନୀ ବର୍ଷା ଦାଣ୍ଡଡେ କୁଟେଲ ଓ ତାଙ୍କ ଦୁଇ ବର୍ଷର ଶିଶୁକନ୍ୟା। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଏହା ମଧ୍ୟ ପଢନ୍ତୁ-ଖାକିରେ କଳଙ୍କ, ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନିର୍ଦ୍ଧୁମ ଛେଚା ଖାଇଲେ ପୋଲିସ କନେଷ୍ଟବଳ
ବର୍ଷା ଚିଖିଲି ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲେ। ରବିବାର ରାତିରେ ଚିଖଲି ପୋଲିସ ଷ୍ଟେସନରେ ଡ୍ୟୁଟି ସରିବା ପରେ ବର୍ଷା ସକାଳେ ଘରକୁ ଆସିଥିଲେ। ଏହାପରେ ସ୍ବାମୀ କିଶୋର ଓ ବର୍ଷାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଯାହା ପରମୁହୁର୍ତ୍ତରେ ଉଗ୍ରରୂପ ଧାରଣ କରିଥିଲା। କିଶୋର ଉତକ୍ଷିପ୍ତ ହୋଇ ସ୍ତ୍ରୀ ବର୍ଷାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ଶିଶୁକନ୍ୟାକୁ ଛୁରୀ ଭୁସି ହତ୍ୟା କରିଥିଲେ। ଦୁଇ ଜଣଙ୍କୁ ହତ୍ୟା କରିବା ପରେ କିଶୋର ବାଇକ ଯୋଗେ ନିକଟ ଗଙ୍ଗାଲଗାଓଁ ଗ୍ରାମକୁ ଯାଇ ସେଠାରେ ଏକ କୂଅରେ ଝୁଲି ପଡି ଆତ୍ମହତ୍ୟା କରିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।