ଜୟପୁର:ରାଜସ୍ଥାନର ରାଜଧାନୀ ଜୟପୁରର ଗ୍ରାମାଞ୍ଚଳରେ ଚାଞ୍ଚଲ୍ୟ । ଶୁକ୍ରବାର ସକାଳୁ ସକାଳୁ ଗାଁର ମଝି ରାସ୍ତାରେ ଠାବ ହେଲା ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଏହି ଘଟଣା ସଙ୍ଗେ ସଙ୍ଗେ ସାରା ଅଞ୍ଚଳରେ ବ୍ୟାପିଯାଇଥିବା ବେଳେ ଘଟଣାସ୍ଥଳରେ ଭିଡ଼ ଜମିଥିଲା । ମହିଳାଙ୍କ ପରିଚୟ ମିଳିନଥିବାବେଳେ ତାଙ୍କୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇ ପରିଚୟ ଲୁଚାଇବା ଲାଗି କେହି ତାଙ୍କ ଶରୀରରେ ନିଆଁ ଲଗାଇଥିବା ପୋଲିସ ସନ୍ଦେହ କରିଛି । ଘଟଣାସ୍ଥଳରେ ଫରେନ୍ସିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।
କାନୋତା ଥାନା ଅଧୀନସ୍ଥ ପାପଡ ରୋଡ ନିକଟରେ ମହିଳାଙ୍କ ମୃତଦେହ ଠାବ ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କାନୋତାପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଏ ନେଇ ଏସିପି କୁଲଚନ୍ଦ ମିଣା କହିଛନ୍ତି, "ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବାସୀ ପୋଲିସକୁ ଖବର ଦେଇଥିଲେ । ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ନିକଟରେ ଅଧା ଜଳା ଗଛର ଡାଳ ମଧ୍ୟ ଦେଖିବାକୁ ମିଳିଛି । ହୁଏତ ମହିଳାଙ୍କ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଲାଗି ତାଙ୍କୁ ଏଠାରେ ଦୁର୍ବୃତ୍ତ ପୋଡିବା ଲାଗି ଉଦ୍ୟମ କରିଛି । ଫରେନ୍ସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରୁଛି ।"
ଏହା ବି ପଢନ୍ତୁ- ପରିତ୍ୟକ୍ତ ଘରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର