ପାଟନା:ବିହାର ଗୟାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । କାରଟି ସନ୍ତୁଳନ ହରାଇ ପୋଲରୁ ତଳକୁ ଖସିବା ପରେ ଏଥିରେ ଅଗ୍ନିକାଣ୍ଡ ଘଟିଛି । ଫଳରେ କାରରେ ଥିବା ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି । ମହିଳାଙ୍କ ସ୍ବାମୀ କାର ଭିତରୁ ବାହାରିବାରେ ସଫଳ ହୋଇଥିବା ବେଳେ ପତ୍ନୀଙ୍କୁ ଉଦ୍ଧାର କରିପାରିନଥିଲେ । ଫଳରେ ମହିଳା ଜୀବିତ ଅବସ୍ଥାରେ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଏହି ଘଠଣା ଘଟିଥିବା ବେଳେ ଏହାର ଭିଡିଓ ସାମ୍ନାକୁ ଆସିଛି ।
ମିଳିଥିବା ସୂଚନା ଅନୁସାରେ କାରରେ ଦମ୍ପତି ଟିକାରି ଥାନା ଅନ୍ତର୍ଗତ ମଉ ଅଞ୍ଚଳକୁ ଫେରୁଥିଲେ । ଟିକାରି-କୁର୍ଥା ରାସ୍ତାରେ ହଠାତ କାରଟି ସନ୍ତୁଳନ ହରାଇଥିଲା । ଏହାପରେ କାର ରାସ୍ତା ତଳକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ କାରରେ ନିଆଁ ଲାଗିଯାଇଥିଲା । କାର ଚଲାଉଥିବା ବ୍ୟକ୍ତି ଜଣକ ବାହାରକୁ ବାହାରି ଆସିଥିଲେ । କିନ୍ତୁ ନିଜ ପତ୍ନୀଙ୍କୁ ରକ୍ଷା କରିବାରେ ଅସଫଳ ହୋଇଥିଲେ । ସେ ପ୍ରଥମେ କାରରୁ ବାହାରିବା ପରେ ନିଜ ପତ୍ନୀଙ୍କୁ କାର ଭିତରୁ ବାହାର କରିବା ଲାଗି ଉଦ୍ୟମ କରିଥିଲେ । ମାତ୍ର ନିଆଁ ଲାଗିଯିବା ଫଳରେ ସେ ଅକ୍ଷମ ରହିଥିଲେ । ଏହି ସମୟରେ ମହିଳା ଜଣକ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ ।