ଓଡିଶା

odisha

ETV Bharat / bharat

୨୦ ବର୍ଷ ଧରି ଶଯ୍ୟାଶାୟୀ ହୋଇଥିବା ମହିଳାଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟାର ଆକ୍ଟରେ ମାମଲା ରୁଜୁ - ଗ୍ୟାଙ୍ଗଷ୍ଟାର ଆକ୍ଟ

ଅନେକ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିବା ମହିଳାଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟାର ଆକ୍ଟରେ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

Gangsters Act
ଗ୍ୟାଙ୍ଗଷ୍ଟାର ଆକ୍ଟ

By

Published : Jan 12, 2023, 5:22 PM IST

ଲକ୍ଷ୍ନୌ:ଆଲିସା ବେଗମ, ବୟସ 53 ବର୍ଷ । ଗତ 20ବର୍ଷ ହେଲା ସେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଶଯ୍ୟାଶାୟୀ ହୋଇପଡିଛନ୍ତି । ଏମିତିକି ନିଜ କାମ ମଧ୍ୟ ନିଜେ କରିବାକୁ ସକ୍ଷମ ନୁହଁନ୍ତି । ତାଙ୍କର ଓଜନ ବର୍ତ୍ତମାନ 130 କିଲୋଗ୍ରାମ ହୋଇଥିବା ବେଳେ ନା ସେ ଚାଲି ପାରୁଛନ୍ତି ନା ନିଜ କାମ ନିଜେ କରିପାରୁଛନ୍ତି । କିନ୍ତୁ ଏପରି ଅବସ୍ଥାରେ ବି ତାଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟାର ଆକ୍ଟ ଲାଗିଛି ।

କଣ ଥିଲା ସମ୍ପୂର୍ଣ୍ଣ ଘଟଣା ନଜର ପକାନ୍ତୁ:ପୋଲିସ ରେକର୍ଡ ଅନୁଯାୟୀ, ଆଲିସା ବେଗମ ଜଣେ ଗ୍ୟାଙ୍ଗଷ୍ଟାର ଏବଂ ତାଙ୍କ ପରିବାର ଏକ ମିଥ୍ୟା ଆର୍ଥିକ କାରବାର ମାମଲାରେ ଜଡିତ ଥିବା ଅଭିଯୋଗ ହୋଇଥିଲା । ଆଲିସାଙ୍କ ସ୍ବାମୀ ମୋହନ ହନିଫ ସ୍ଥାନୀୟ ଜଣେ କଂଗ୍ରେସ କର୍ମୀ ତଥା ବ୍ୟବସାୟୀ ନାସିମ କୁରେଶିଙ୍କ ସହ ଏକ ବ୍ୟବସାୟ କରୁଥିଲେ । ମଧ୍ୟପ୍ରଦେଶରେ ଏକ ମାଂସ କାରଖାନା ପାଇଁ ହନିଫକୁ ଟଙ୍କା ଦେବାକୁ କହିଥିଲେ କୁରେଶି । ଏହାପରେ ନଭେମ୍ବର 2021ରେ କୁରେଶି ହନିଫଙ୍କ ବିରୋଧରେ 3.5 କୋଟି ଟଙ୍କା ଫେରସ୍ତ କରିନଥିବା ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । କିନ୍ତୁ 2021 ମସିହାରେ ତଦନ୍ତରେ ଅନେକ ତ୍ରୁଟି ଥିବା ଜଣାପଡିଥିଲା । ଏହି ମାମଲାରେ କଠୋର ଆଇପିସି ଧାରାର କୌଣସି ଆବଶ୍ୟକତା ନାହିଁ, ଏହା କେବଳ ଆଇପିସି 406 (ବିଶ୍ୱାସ ଘାତକତା) ମାମଲା ରୁଜୁ ହୋଇଥିଲା । ଏହା ବ୍ୟତୀତ ଅଭିଯୋଗକାରୀ ଅଭିଯୁକ୍ତଙ୍କ ସହ ବ୍ୟବସାୟ ନେଇ ଯେଉଁ ଚୁକ୍ତି କରିଥିଲା ସେଥିରେ ମଧ୍ୟ ତ୍ରୁଟି ରହିଥିଲା। ଭାଗିଦାରୀଙ୍କ ଫଟୋ ସୋସିଆଲ ମିଡିଆରୁ ନିଆଯାଇଥିଲା ଯାହା ଠିକ ଅନୁଯାୟୀ ନୁହେଁ ବୋଲି ଏସପି ଜିତେନ୍ଦ୍ର ଶ୍ରୀବାସ୍ତବ କହିଛନ୍ତି।

ତେବେ ତଦନ୍ତ ରିପୋର୍ଟରେ, ଆଇପିସି ଧାରା 467 , 468 ଏବଂ 471 FIRରୁ ହଟାଇ ଦିଆଗଲା । ଏବଂ ଅବଶିଷ୍ଟ IPC ଧାରା 406, 506 ଏବଂ 420 ଧାରା ଅନୁଯାୟୀ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ପ୍ରକାଶ ଥାଉକି, ବରିଷ୍ଠ ପୋଲିସ ଅଧିକାରୀ ଏବଂ ଆହ୍ଲାବାଦ ହାଇକୋର୍ଟ ଏହି ଘଟଣାର ତଦନ୍ତ ପ୍ରକ୍ରିୟା ଉପରେ ରୋକ୍‌ ଲଗାଇଥିଲେ । ଏହାସତ୍ତ୍ବେ ଡିସେମ୍ବର 13, 2022 ରେ ଆଲିସାଙ୍କ ସମେତ ପରିବାରର 6 ସଦସ୍ୟଙ୍କ ଉପରେ ଗ୍ୟାଙ୍ଗ୍‌ଷ୍ଟାର ଆକ୍ଟ ଲାଗୁ କରିଥିଲା ପୋଲିସ ।

ଏହି ଘଟଣା ଉପରେ ହାଇକୋର୍ଟ ରୋକ ଲଗାଇବା ପରେ ମଧ୍ୟ କିପରି ଗ୍ୟାଙ୍ଗଷ୍ଟାର ଆକ୍ଟ ଲଗାଗଲା ସନେଇ ବର୍ତ୍ତମାନର ଏଡିଜି ମିରଟ୍ ଜୋନ୍ ରାଜୀବ ସାବରୱାଲ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ ମହିଳାଙ୍କ ନାମ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । 2019ରେ, କୁରେଶି ମିରଟରେ ଜମି କିଣିବା ପାଇଁ ହନିଫଙ୍କଠାରୁ 22 ଲକ୍ଷ ଟଙ୍କା ଋଣ ନେଇଥିଲେ, କିନ୍ତୁ ଏହା ଜମି କିଣା ନହେବାରୁ ହନିଫ ତାଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ । କୁରେଶି ନଗଦ 7.5 ଲକ୍ଷ ଟଙ୍କା ଫେରସ୍ତ କରିଥିଲେ ଏବଂ ବାକି ଟଙ୍କାର ଚେକ୍‌ ବାଉନ୍ସ ହୋଇଯାଇଥିଲା । ଏହାପରେ ହନିଫ କୋର୍ଟର ଦ୍ବାରସ୍ତ ହୋଇଥିଲେ । ଏହାର ପ୍ରତିଶୋଧ ନେବା ପାଇଁ କୁରେଶି ହନିଫ ଏବଂ ତାଙ୍କ ପରିବାର ବିରୋଧରେ ଏକ ମିଥ୍ୟା ମାମଲାରେ ଫସାଇ ଦେଇଥିଲା ।

ଏନେଇ ହନିଫ କହିଛନ୍ତି, "କୁରେଶି ଜଣେ କଂଗ୍ରେସ ନେତା ହୋଇ ତାଙ୍କ ପ୍ରଭାବକୁ ବ୍ୟବହାର କରି ମୋତେ ଓ ପରିବାରକୁ ମିଥ୍ୟା ମାମଲାରେ ଫସାଇ ଦେଇଥିଲେ । ଏନେଇ ମୁଁ ଆଇଜି ମିରଟ୍ ରେଞ୍ଜରେ ଅଭିଯୋଗ କରିଥିଲି ଏବଂ ହାଇକୋର୍ଟକୁ ମଧ୍ୟ ଯାଇଥିଲି, ଯାହା ପରେ ଯାଞ୍ଚ ଆରମ୍ଭ ହୋଇଥିଲା ।" ସେପଟେ କୁରେଶି କହିଛନ୍ତି ଯେ ହନିଫ ଓ ତାଙ୍କ ସହଯୋଗୀ ମାନେ କରିଥିବା ଠକେଇ ନେଇ ମୋ ପାଖରେ ସମସ୍ତ ପ୍ରମାଣ ରହିଛି ।

ABOUT THE AUTHOR

...view details