ଓଡିଶା

odisha

ETV Bharat / bharat

ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ, ମାଆ ଓ ଦୁଇ ଝିଅ ଜୀବନ୍ତ ଦଗ୍ଧ

ଜମ୍ମୁ କାଶ୍ମୀରର ରାମବାନ୍ ଜିଲ୍ଲାରେ ଅଗ୍ନିକାଣ୍ଡ । ନିଆଁରେ ପୋଡି ହୋଇ ମାଆ ଓ ଦୁଇ ଝିଅ ମୃତ । ଅଧିକ ପଢନ୍ତୁ

By ETV Bharat Odisha Team

Published : Aug 31, 2023, 7:14 AM IST

Woman and her two daughters charred to death
Woman and her two daughters charred to death

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଭୟଙ୍କର ଅଗ୍ନିକାଣ୍ଡ । ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ । ନିଆଁରେ ପୋଡି ହୋଇ ଜଳିଗଲେ ମାଆ ଓ ଦୁଇ ଝିଅ । ରାମବାନ୍ ଜିଲ୍ଲାର ବିଙ୍ଗରା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡିଛି । 3 ମୃତକ ହେଉଛନ୍ତି ନଜମା ବେଗମ୍ ନାମ ଓ ତାଙ୍କ ଦୁଇ ଝିଅ ଇକ୍ରା ଏବଂ ଆସମା । ଅଗ୍ନିକାଣ୍ଡରେ 2 ଜଣ ଆହତ ମଧ୍ୟ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଘରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ-ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ଚାଲିଗଲା 4 ଜୀବନ

ପୋଲିସର ସୂଚନା ଅନୁଯାୟୀ, ରାମବାନ୍ ଜିଲ୍ଲାର ବିଙ୍ଗରା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଇବ୍ରାହିମ୍ ନାମକ ଜଣେ ବ୍ୟକ୍ତି ଘରେ ନିଆଁ ଲାଗିଯାଇଥିଲା । ସମସ୍ତେ ଖାଇ ପିଇ ରାତିରେ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଘରେ ଶୋଇଥିବା ନଜମା ବେଗମ୍ ନାମକ ଜଣେ ମହିଳା ଓ ତାଙ୍କ ଦୁଇ ଝିଅ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । ମହିଳାଙ୍କ ସ୍ବାମୀ ଇବ୍ରାହିମ୍ ଆହତ ହୋଇଥିବା ବେଳେ ତାଙ୍କର ଜଣେ ସମ୍ପର୍କୀୟ ମିର୍ଜା ବେଗମ ଆହତ ମଧ୍ୟ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ ପଠାଇ ଦିଆଯାଇଛି । ଅଗ୍ନିକାଣ୍ଡରେ 5ଟି ଘର ଜଳି ପୋଡି ପାଉଁଶ ହୋଇଯାଇଛି । କେଉଁ କାରଣରୁ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହେବ ।

ଏହା ମଧ୍ୟ ପଢନ୍ତୁ-ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦୦ରୁ ଅଧିକ ରୋଗୀ ସ୍ଥାନାନ୍ତର

ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମନୋଜ ସିହ୍ନା କହିଛନ୍ତି ଯେ, ରାମବାନ୍ ଜିଲ୍ଲାର ବିଙ୍ଗରା ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ 3ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ମୋତେ ବହୁତ କଷ୍ଟ ଦେଇଛି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି । ଆହତଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ବୁଧବାର ମହାରାଷ୍ଟ୍ର ପୁଣେର ପୁର୍ଣ୍ଣାନଗର ପିମପ୍ରିଚିନଚାୱାଡରେ ଏକ ଭୟାନକ ଅଗ୍ନିକାଣ୍ଡ ଘଟିଥିଲା । ଏକ ଇଲେକ୍ଟ୍ରି ହାଡୱାର ଦୋକାନରେ ଅଗ୍ନିକାଣ୍ଡ ଘଟି 4 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ସର୍ଟସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ABOUT THE AUTHOR

...view details