ଓଡିଶା

odisha

ETV Bharat / bharat

ପନ୍ତ ହସ୍ପିଟାଲରେ ମହିଳାଙ୍କ ସହ ଦୁଷ୍କର୍ମ, ଅମାନବୀୟ କାଣ୍ଡ ପରେ ପୀଡ଼ିତାଙ୍କୁ ଆକ୍ରମଣ - ପନ୍ତ ହସ୍ପିଟାଲ

ହସ୍ପିଟାଲରେ କାମ କରୁଥିବା ବେଳେ ଦୁଷ୍କର୍ମର ଶିକାର ହେଲେ ମହିଳା । ଦୁଷ୍କର୍ମ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

woman raped in gb pant hospital
woman raped in gb pant hospital

By

Published : May 5, 2023, 3:17 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଲଜ୍ଜା ଜନକ ଘଟଣା । ହସ୍ପିଟାଲରେ ମହିଳାଙ୍କୁ ଦୁଷ୍କର୍ମ କରିବା ଆକ୍ରମଣ କରିବାକୁ ପଛାଇ ନଥିଲା ଦୁର୍ବୃତ୍ତ । ଗୋବିନ୍ଦ ବଲ୍ଲଭ ପନ୍ତ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି । ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କର ଜଣେ ସମ୍ପର୍କୀୟ ହିଁ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ମୁଣ୍ଡକୁ ଅଘାତ ଦେବା ସହ ତାଙ୍କ ପୁଅକୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ତେବେ ଏହାକୁ ଅସ୍ବୀକାର କରିଛି ପୋଲିସ । ମହିଳାଜଣକ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

ମହିଳାଙ୍କ ଅଭିଯୋଗ କ୍ରମେ ଆଇପି ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶାକିରକୁ ଗିରଫ କରିଛି । ମିଳୁଥିବା ସୂଚନା ଅନୁସାରେ, ୪୦ ବର୍ଷିୟା ମହିଳା ସପରିବାର ସହ ଯମୁନା ପାର ଅଞ୍ଚଳରେ ରହୁଥିଲେ । ସେ ଜିବି ପନ୍ତ ହସ୍ପିଟାଲରେ ଠିକାଦାରଙ୍କ ପାଖରେ କାମ କରୁଥିଲେ । ମହିଳାଙ୍କ ପ୍ରତ୍ୟେକ ଦିନ ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏଁ ଡ୍ୟୁଟି ଥାଏ । ଏକ ବର୍ଷ ପୂର୍ବେ କର୍କଟ ରୋଗରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୪ଟି ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି ।

ଗତ ମେ ୧ ତାରିଖ ଦିନ ମହିଳାଜଣକ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ବୃର୍ତ୍ତ ଜଣକ ହସ୍ପିଟାଲରେ ପହଞ୍ଚି ତାଙ୍କୁ ରହିବା ପାଇଁ କହିଥିଲେ । ଏହାପରେ ତାଙ୍କ ସହ ଖରାପ ବ୍ୟବହାର କରିବା ସହ ଦୁଷ୍କର୍ମ କରିଥିଲା । ଏହାପରେ ଆକ୍ରମଣ କରି ଫେରାର ହୋଇଯାଇଥିଲା । ତେବେ ମହିଳାଜଣକ ରାତିସାରା ସେଠାରେ ପଡି ରହିଥିଲେ । ସକାଳେ ତାଙ୍କ ସହକର୍ମୀଙ୍କୁ ଜଣାଇବା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ସେପଟେ ପୀଡ଼ିତାଙ୍କ ପୁଅ ଅଭିଯୋଗ କରିଛନ୍ତି ଯେ, ପୋଲିସ ସେମାନଙ୍କ ସହ ଦୁର୍ବ୍ୟବହାର କରୁଛି । ମାମଲାର ତଦନ୍ତ କରିବାକୁ ପଛଘୁଞ୍ଚା ଦେଉଛି ପୋଲିସ ।

ମହିଳାଙ୍କ ପୁଅର ଅଭିଯୋଗ ଅନୁସାରେ, "ଦୁଷ୍କର୍ମ ପରେ ନାନା ନିର୍ଯାତନା ଦେଇଥିଲା ଅଭିଯୁକ୍ତ । ଫଳରେ ୨ ତାରିଖରେ ଅପରେସନ କରାଯାଇଥିଲା । ତାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି ।" ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ଯୁବକ ଜଣକ ମହିଳାଙ୍କ ପରିଚିତ । ସେ ମଧ୍ୟ ହସ୍ପିଟାଲରେ କାମ କରୁଥିଲା । ମହିଳାଙ୍କ ବୟାନ ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମହିଳାଙ୍କୁ ପଚରାଉଚରା ଏବଂ ଡାକ୍ତରୀ ମାଇନା ପରେ ପୁଅର ଅଭିଯୋଗ ମିଥ୍ୟା ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details