ଓଡିଶା

odisha

ETV Bharat / bharat

ଆଶ୍ଚର୍ଯ୍ୟ ! ପୋଷ୍ଟମର୍ଟମ ବେଳେ ମୃତଦେହରୁ ଆଖି ତାଡି ନେଇଗଲେ

Eyes missing after postmortem in Uttar Pradesh : ଉତ୍ତରପ୍ରଦେଶର ବଦାୟୁ ଅଞ୍ଚଳରେ ଅଭାବନୀୟ ଘଟଣା । ପୋଷ୍ଟମର୍ଟମ ବେଳେ ମୃତଦେହରୁ ଆଖି ଚୋରି କରାଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 12, 2023, 2:14 PM IST

Eyes missing after postmortem in Uttar Pradesh
ଯୌତୁକ ପାଇଁ ହତ୍ୟା!

ଲକ୍ଷ୍ମୌ:ପୋଷ୍ଟମର୍ଟମ ବେଳେ ମୃତଦେହରୁ ଆଖି ଚୋରି ଅଭିଯୋଗ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଉତ୍ତରପ୍ରଦେଶର ବଦାୟୁ ଅଞ୍ଚଳରୁ । ହସ୍ପିଟାଲରେ ଜଣେ ମୃତ ମହିଳାଙ୍କ ପୋଷ୍ଟମର୍ଟମ ପରେ ହଠାତ୍ ତାଙ୍କର ଆଖି କୁଆଡେ ଉଭାନ ହୋଇଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି । ତେବେ ଆଖି ଚୋରି ହୋଇଥିବା ମୃତ ମହିଳାଙ୍କୁ ଯୌତୁକ ଲୋଭରେ ଶାଶୁଘର ଲୋକେ ହତ୍ୟା କରିଥିବା ମାମଲାରେ ପୂର୍ବରୁ ତଦନ୍ତ ଜାରି ରହିଥିଲା ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲା ଅନ୍ତର୍ଗତ ମୁଜାରିୟା ଥାନା ଅଞ୍ଚଳର ରସୁଲା ଗାଁରେ ପୂଜା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଯୌତୁକ ଲୋଭରେ ଶାଶୁଘର ଲୋକେ ତାଙ୍କୁ ହତ୍ୟା କରିଥିବା ନେଇ ମହିଳାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । ଏହାପରେ ପୋଲିସ ଅଭିଯୋଗ ଅନୁଯାୟୀ ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ଯେତେବେଳେ ପରିବାର ଲୋକେ ଘରକୁ ଆଣିଥିଲେ ଆଚମ୍ବିତ ହୋଇଯାଇଥିଲେ । ମହିଳାଙ୍କ ମୃତଦେହରେ ଆଖି ନଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପୁଣି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ମହିଳାଙ୍କୁ ଯୌତୁକ ପାଇଁ କରାଯାଇଛି ହତ୍ୟା!ରସୁଲା ଗାଁରେ ବିବାହ କରିଥିବା ପୂଜାଙ୍କ ମୃତ୍ୟୁ ହୋଇଥିବା ଖବର ପାଇଥିଲେ ପରିବାର ଲୋକେ । ଏହାପରେ ପରିବାର ଲୋକେ ଝିଅ ଘରେ ପହଞ୍ଚିବା ବେଳକୁ ମୃତଦେହ ପଡିଥିବା ବେଳେ ଶାଶୁଘର ଲୋକେ ଫେରାର ହୋଇଯାଇଥିଲେ । ଯୌତୁକ ପାଇଁ ଶାଶୁଘର ଲୋକେ ପୂଜାଙ୍କୁ ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା ।

ମାତ୍ର 9 ମାସ ତଳେ ବିବାହ କରିଥିଲେ ମହିଳା: ସୂଚନା ଅନୁଯାୟୀ ମାତ୍ର 9 ମାସ ପୂର୍ବେ ପୂଜାଙ୍କ ବିବାହ ହୋଇଥିଲା । ମାତ୍ର ଯୌତୁକ ପାଇଁ ଶାଶୁଘର ଲୋକେ ତାଙ୍କୁ ଅନେକ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରାଯାଇଛି ।

ପୋଷ୍ଟମର୍ଟମ ପରେ ମୃତଦେହରୁ ଆଖି ଗାୟବ !ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୋଷ୍ଟମର୍ଟମ ହେବା ପୂର୍ବରୁ ଆଖି ଥିବାବେଳେ ପୋଷ୍ଟମର୍ଟମ ପରେ ମୃତଦେହରେ 2ଟା ଯାକ ଆଖି ନଥିଲା । ଏନେଇ ଥାନାରେ ମାମଲା ଦାୟର କରିବା ସହ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଲୋକେ । ଅଭିଯୋଗ ଅନୁଯାୟୀ ପୋଲିସ ପୁଣିଥରେ ମୃତଦେହକୁ ନିଜ କବଜାରେ ନେଇ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details