ଓଡିଶା

odisha

By

Published : Dec 8, 2022, 5:20 PM IST

ETV Bharat / bharat

ନବମ ଜାତୀୟ ଦଳ ହେଲା AAP, ଶୁଭେଚ୍ଛା ଜଣାଇଲେ କେଜ୍ରିଓ୍ୱାଲ

ନବମ ଜାତୀୟ ଦଳର ମାନ୍ୟତା ପାଇଲା AAP । ଏହାପୂର୍ବରୁ କେବଳ ବିଜେପି, କଂଗ୍ରେସ, NPP, TMC, NCP, CPI, CPM, ଓ BSP ଦଳ ଭାବରେ ଜାତୀୟ ରାଜନୀତିରେ ସକ୍ରିୟ ଥିଲେ । ଅଧିକ ପଢନ୍ତୁ

AAP got national party status with performance in Gujarat
ନବମ ଜାତୀୟ ଦଳ ରୂପେ ଉଭା ହେଲା AAP, 4 ରାଜ୍ୟରେ ରହିଛନ୍ତି 6 ପ୍ରତିଶତ ସଦସ୍ୟ

ହାଇଦ୍ରାବାଦ: ଗୁଜରାଟ ସାଧାରଣ ନିର୍ବାଚନୀ ମୈଦାନରେ ପ୍ରତିଦ୍ବନ୍ଦିତା କରି AAP ଦେଶର ନବମ ଜାତୀୟ ଦଳ ବିବେଚିତ ହୋଇଛି। ଏହାପୂର୍ବରୁ ବିଜେପି, କଂଗ୍ରେସ, NPP, TMC, NCP, CPI, CPM ଓ BSP ଜାତୀୟ ଦଳ ଭାବରେ ବିଭିନ୍ନ ରାଜ୍ୟରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ଆସୁଥିଲେ । ଏବେ ଏହି ତାଲିକାରେ AAP ମଧ୍ୟ ସାମିଲ ହୋଇଛି ।

ନବମ ଜାତୀୟ ଦଳ ରୂପେ ଉଭା ହେଲା AAP, 4 ରାଜ୍ୟରେ ରହିଛନ୍ତି 6 ପ୍ରତିଶତ ସଦସ୍ୟ

2012 ମସିହାରେ ଆପ୍‌ ଦଳ ପ୍ରତିଷ୍ଠା ହୋଇଥିଲା । 2011ରେ ସମାଜସେବୀ ଆନ୍ନା ହାଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ପରେ ସୂଚନା ଅଧିକାର କର୍ମୀ, ତଥା ପୂର୍ବତନ ଆୟକର ଅଧିକାରୀ ଅରବିନ୍ଦ କେଜ୍ରିୱାଲ ଏହି ଦଳ ପ୍ରତିଷ୍ଠା କରିଥିଲା । ଗତ 10 ବର୍ଷ ମଧ୍ୟରେ ଜାତୟ ରାଜନୀତିରେ ଦୁଇଟି ଜିନିଷ ଦେଖିବାକୁ ମିଳିଛି । ବିଜେପି ଗୋଟିଏ ପରେ ଗୋଟିଏ ରାଜ୍ୟ ହାତଉଥିବା ବେଳେ କଂଗ୍ରେସର ଗଡ଼ ଭାଙ୍ଗି ଚାଲିଥିଲା। ଏହାରି ମଧ୍ୟରେ ଏକ ନୂଆ ରାଜନୈତିକ ଶକ୍ତି ଭାବରେ ଉଭା ହୋଇଛି ଆପ୍‌ ।

ଏକ ଜାତୀୟ ଦଳ ପାଖରେ ଅନ୍ତତଃ ତିନୋଟି ରାଜ୍ୟରେ ଦୁଇ ପ୍ରତିଶତ ଲୋକସଭା ଆସନ ରହିବା ଆବଶ୍ୟକ । ଏହାର ଅର୍ଥ ଅତି କମ୍‌ରେ 11ଟି ଲୋକସଭା ଆସନରେ ସମ୍ପୃକ୍ତ ରାଜନୈତିକ ଦଳର ସାଂସଦ ରହିବା ଦରକାର । କିନ୍ତୁ ଆପ୍‌ ପାଖରେ କୌଣସି ଲୋକସଭା ସାଂସଦ ନାହାନ୍ତି, ରାଘବ ଚଢା ଓ ସଞ୍ଜୟଙ୍କୁ ସଂସଦରେ ଦେଖିବାକୁ ମିଳିଛି । କିନ୍ତୁ ସେମାନେ ରାଜ୍ୟସଭା ସଦସ୍ୟ ।

ଜାତୀୟ ଦଳ ପାଇଁ ଆଉ ଏକ ମାନଦଣ୍ଡ ହେଉଛି ଏକ ରାଜନୈତିକ ଦଳ ଅତି କମ୍‌ରେ 4ଟି ରାଜ୍ୟରେ ମାନ୍ୟତା ପାଇଥିବା ଦରକାର । ଏହି ରାଜ୍ୟରେ ମୋଟ 6 ପ୍ରତିଶତ ଆସନରେ ବିଜୟୀ ହେବା ଦରକାର । ଏହି ଅଙ୍କ ଅନୁଯାୟୀ ପ୍ରତି ରାଜ୍ୟରେ ଅନ୍ତତଃ ଦୁଇଟି ଆସନରେ ବିଜୟୀ ହେବା ଆବଶ୍ୟକ । ତାହା ନହେଲେ ଅନ୍ତତଃ ତିନୋଟି ଆସନରେ ପ୍ରାର୍ଥୀ ବିଜୟୀ ହେବା ଆବଶ୍ୟକ । ଏହି ମାନଦଣ୍ଡକୁ ପୂରଣ କରିଛି ଆପ୍‌ ।

ଦିଲ୍ଲୀ ପରେ ପଞ୍ଜାବରେ ବିପୁଳ ଜନସମର୍ଥନରେ ଆପ୍‌ ସରକାର ଗଠନ କରିଛି । ଗୋଆରେ ଦଳ 6 ପ୍ରତିଶତରୁ ଅଧିକ ଆସନରେ ବିଜୟ ହାସଲ କରିଛି। ଗୁଜରାଟରେ ବିଜେପି ବିପୁଳ ଭୋଟ ପାଇଥିବା ବେଳେ ଆପ୍‌ ଏଠାରେ ମଧ୍ୟ 6 ପ୍ରତିଶତ ଆସନରେ ବିଜୟୀ ହୋଇଛି । କିନ୍ତୁ ମୂଲାୟମ ସିଂହ ଯାଦବ, ନୀତିଶ କୁମାର, ଏନ୍‌ ଚନ୍ଦ୍ରବାବୁ ନାଇଡୁ, କେ. ଚନ୍ଦ୍ରଶେଖର ରାଓ, ଓ ଲାଲୁ ପ୍ରସାଦ ଯାଦବ ରାଜନୈତିକ ଦଳ ପ୍ରତିଷ୍ଠା କରି ଏହି ଉପଲବ୍ଧି ହାସଲ କରି ପାରିନାହାନ୍ତି ।

ନିର୍ବାଚନ ଆୟୋଗ ବର୍ତ୍ତମାନ NCP, TMC, CPIକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେମାନଙ୍କୁ ଜାତୀୟ ଦଳ ମାନ୍ୟତାରୁ କାହିଁକି ନିବୃତ୍ତ କରାଯିବନି ତାହାକୁ ନେଇ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି। 2024 ପର୍ଯ୍ୟନ୍ତ ସମୟ ଦେବାକୁ ଏହି ଦଳ ନିର୍ବାଚନ ଆୟୋଗଙ୍କ ନିକଟରେ ନିବେଦନ କରିଛନ୍ତି।

ABOUT THE AUTHOR

...view details