କୋଲକାତା:ଦୁଇ ବର୍ଷ ପୂର୍ବରୁ ସେ ଶିକ୍ଷକତାରୁ ଅବସର ନେଇଥିଲେ । ହେଲେ ଶିକ୍ଷାଦାନ ପ୍ରତି ଥିବା ଇଚ୍ଛାଶକ୍ତି କମ ହେଲାନି । ଫଳରେ ସେବା ନିବୃତ୍ତ ପରେ ମଧ୍ୟ ସେ ସ୍କୁଲ ଆସୁଛନ୍ତି । ସ୍ବାଭାବିକ ଭାବେ ଶ୍ରେଣୀଗୃହରେ ତାଙ୍କ ଚୌକିରେ ବସୁଛନ୍ତି । ସ୍କୁଲର ଉପସ୍ଥାନ ବାହାର କରି ତଦାରଖ ମଧ୍ୟ କରୁଛନ୍ତି । ହେଲେ ପାଠ ପଢାଇବାର ଇଚ୍ଛା ଥିଲେ ମଧ୍ୟ କେହି ଛାତ୍ରଛାତ୍ରୀ ସ୍କୁଲ ଆସୁନାହାନ୍ତି । ଏପରି ଜଣେ ଶିକ୍ଷାଦାନବତ୍ସଳ ଶିକ୍ଷକଙ୍କ ନିଆରା କାହାଣୀ ଓ ଶିକ୍ଷା ବ୍ୟବସ୍ଥାର ବିପର୍ଯ୍ୟସ୍ତ ଚିତ୍ର ପଶ୍ଚିମବଙ୍ଗର ଆସାନସୋଲରେ ଦେଖିବାକୁ ମିଳିଛି ।
ଆସାନସୋଲର ମହିଶିଲାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ସୁକୁମାର କାଇତି । ଦୁଇ ବର୍ଷ ପରେ ସେ ଶିକ୍ଷକତାରୁ ଅବସର ଗ୍ରହଣ କରିଥିଲେ । ହେଲେ ସେ ଶିକ୍ଷାଦାନ ଜାରି ରଖିବା ପାଇଁ ଚାହିଁଲେ । ବିନା ପାରିଶ୍ରମିକରେ ସ୍କୁଲ ଆସୁଛନ୍ତି । ପୂର୍ବ ପରି ଶିକ୍ଷକଙ୍କ ଚୌକିରେ ବସୁଛନ୍ତି । ହେଲେ ସ୍କୁଲରେ କେହି ଛାତ୍ରଛାତ୍ରୀ କିନ୍ତୁ ଆସୁନାହାନ୍ତି ।
ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ସୁକୁମାର ସାର, ଅନ୍ୟ ଏକ ସ୍କୁଲରେ ସହକାରୀ ପ୍ରଧାନଶିକ୍ଷକ ଥିଲେ । ପରେ ସେ ଏହି ସ୍କୁଲକୁ ଆସିଥିଲେ । ହେଲେ ୨ ବର୍ଷ ପୂର୍ବେ ତାଙ୍କର ସରକାରୀ ଚାକିକିର ଅବଧି ଶେଷ ହୋଇଥିଲା । ସେ ଅବସର ଗ୍ରହଣ କରିବା ପରେ ମଧ୍ୟ ଶିକ୍ଷାଦାନ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇ ଜଣେ ଅତିଥି ଶିକ୍ଷାବିତ ଭାବେ ସ୍କୁଲରେ ସାମିଲ ହୋଇଥିଲେ । କୌଣସି ଛାତ୍ରଛାତ୍ରୀ ନଥିବା କାରଣରୁ ତାଙ୍କର ସେ ଇଚ୍ଛା ପୂରଣ ହୋଇପାରୁନାହିଁ ।