ନୂଆଦିଲ୍ଲୀ:ଜୁଲାଇ ୧୯ରୁ ଆରମ୍ଭ ହୋଇଯାଇଛି ସଂସଦ ମୌସୁମୀ ଅଧିବେଶନ । କୋଭିଡ ପ୍ରୋଟୋକଲ ଗୁଡିକ ପାଳନ କରିବା ନେଇ ଲୋକସଭା ସଚିବାଳୟର ସେମାନଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ପାଇଁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଲୋକସଭାର ସମସ୍ତ ଅଧିକାରୀଙ୍କ ପାଇଁ ଟୀକାକରଣ ସ୍ଥିତି ନିର୍ବିଶେଷରେ ସପ୍ତାହିକ ଆରଟି ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।
କୋରୋନାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ହୋଇଛି । ଜୁଲାଇ ୧୯ ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନରେ ସମୁଦାୟ ୧୯ଟି କାର୍ଯ୍ୟ ଦିବସ ରହିଛି । ଅଗଷ୍ଟ ୧୩ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନର ଫଳାଫଳ ପରଠାରୁ ଏହା ସଂସଦର ପ୍ରଥମ ଅଧିବେଶନ ।