ଲକ୍ଷ୍ନୌ:ଆଉ ଦୁଇ ଦିନ ପରେ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବ । ଏ ନେଇ ପ୍ରସ୍ତୁତି ଜୋରସୋର ହୋଇଛି । ଭୋଟରଙ୍କ ମନ ଜିଣିବାକୁ ଭୋଟରଙ୍କୁ ମିଳୁଛି ଗଦା ଗଦା ପ୍ରତିଶ୍ରୁତି । ଏହାରି ଭିତରେ ଆଜି ବିଜେପି ତାର ପ୍ରତିଶ୍ରୁତି ପେଡି ଖୋଲିଛି । ନିର୍ବାଚନୀ ଇସ୍ତାହାର ଜାରି କରି ମାଳ ମାଳ ପ୍ରତିଶ୍ରୁତିରେ ଭୋଟରଙ୍କୁ ପୋତି ପକାଇଛି ଦଳ । ରାଜ୍ୟ ମୁଖ୍ୟାଳୟରେ ଘୋଷଣାପତ୍ର ଜାରି କରିଛି ବିଜେପି । ୟୁପି ବିଜେପି ନିର୍ବାଚନୀ ଇସ୍ତାହାରକୁ ଲୋକ କଲ୍ୟାଣ ସଂକଳ୍ପ ପତ୍ର ନାଁ ଦେଇଛି। ଯେଉଁଥିରେ ବିଭିନ୍ନ ପ୍ରତିଶ୍ରୁତି ପୂରଣ କରିବାକୁ କଥା ଦେଇଛି ଦଳ ।
ଯୁବଗୋଷ୍ଠୀ, କୃଷକ ଏବଂ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଇସ୍ତାହାର ଜାରି କରିଛି ଦଳ । ଏହା ସହ ଏକ ନିର୍ବାଚନୀ ଗୀତ ମଧ୍ୟ ରିଲିଜ କରିଛି ବିଜେପି । ନଜର ପକାନ୍ତୁ କଣ କଣ ପ୍ରତିଶ୍ରୁତି ଦେଇଛି ପଦ୍ମ ।
- କ୍ଷମତାକୁ ଆସିଲେ ପ୍ରତି ପରିବାରରେ ଜଣଙ୍କୁ ଚାକିରୀ ।
- ଅନ୍ନପୂର୍ଣ୍ଣା ଯୋଜନାରେ ମିଳିବ ଶସ୍ତା ରାସନ ।
- ଛାତ୍ରୀଙ୍କ ପାଇଁ ସ୍କୁଟି ।
- ଛାତ୍ରଛାତ୍ରୀଙ୍କ ପାଇଁ ଟାବଲେଟ ଓ ସ୍ମାର୍ଟଫୋନ ଯୋଜନା ଜାରି ରହିବ ।
- କୃଷକଙ୍କ ପାଇଁ ଫସଲ ବୀମା ଯୋଜନା ।
- କୃଷକଙ୍କୁ ଚାଷ ପାଇଁ ମାଗଣା ସୋଲାର ପମ୍ପ ।