ଓଡିଶା

odisha

ETV Bharat / bharat

Moonlightingକୁ ନେଇ 300 କର୍ମଚାରୀଙ୍କୁ ଛଟେଇ କଲା Wipro - ୱିପ୍ରୋର ଅଧ୍ୟକ୍ଷ ରିଶଦ ପ୍ରେମଜୀ

ନିଜର ପ୍ରତିଦ୍ବନ୍ଦୀ ସଂସ୍ଥା ପାଇଁ କାର୍ଯ୍ୟ କରୁଥିବା 300 କର୍ମଚାରୀଙ୍କୁ ଛଟେଇ କରିଛି ଆଇଟି କ୍ଷେତ୍ରର ପ୍ରତିଷ୍ଠିତ କମ୍ପାନୀ ୱିପ୍ରୋ(Wipro fires 300 staff for moonlighting)। ଏନେଇ ବୁଧବାର ଅଲ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ୍(AIMA)ରେ ୱିପ୍ରୋର ଅଧ୍ୟକ୍ଷ ରିଶଦ ପ୍ରେମଜୀ (Rishad Premji) ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Moonlightingକୁ ନେଇ 300 କର୍ମଚାରୀଙ୍କୁ ଛଟେଇ କଲା Wipro
Moonlightingକୁ ନେଇ 300 କର୍ମଚାରୀଙ୍କୁ ଛଟେଇ କଲା Wipro

By

Published : Sep 22, 2022, 8:50 AM IST

Updated : Sep 22, 2022, 9:26 AM IST

ନୂଆଦିଲ୍ଲୀ:କର୍ମଚାରୀଙ୍କ ପାଇଁ ମୁନଲାଇଟିଂ(Moonlighting) ପଡିଲା ମହଙ୍ଗା । ଆଇଟି କ୍ଷେତ୍ରର ପ୍ରତିଷ୍ଠିତ କମ୍ପାନୀ ଓ୍ବିପ୍ରୋ(Wipro) ମୁନଲାଇଟିଂ ଅର୍ଥାତ ପ୍ରତିଦ୍ଵନ୍ଦ୍ଵୀ କମ୍ପାନୀ ପାଇଁ କାମ କରୁଥିବା କାରଣରୁ ୩୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଛି(Wipro fires 300 staff for moonlighting) । ଏନେଇ ବୁଧବାର ଅଲ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ୍(AIMA)ରେ ୱିପ୍ରୋର ଅଧ୍ୟକ୍ଷ ରିଶଦ ପ୍ରେମଜୀ (Rishad Premji) ସୂଚନା ଦେଇଛନ୍ତି।

ମୁନଲାଇଟିଂ କଣ?

ଯେବେ କୌଣସି କର୍ମଚାରୀ ନିଜର ନିୟମିତ ଚାକିରି ବ୍ୟତୀତ ଅଧିକ ରୋଜଗାର ଉଦ୍ଦେଶ୍ୟରେ ଅନ୍ୟ କୌଣସି ସଂସ୍ଥା ପାଇଁ କାମ କରିଥାଏ, ତାକୁ ମୁନଲାଇଟିଂ କୁହାଯାଏ । କୋଭିଡ(Covid19) ପରେ ଓ୍ବାର୍କ ଫମ ହୋମ ବ୍ୟବସ୍ଥା ଏହି ଟ୍ରେଣ୍ଡକୁ ଅଧିକା ବଢାଇଛି । ଶିଳ୍ପଜଗତର ପ୍ରମୁଖ ବ୍ୟକ୍ତିମାନେ ଏହି ମୁନଲାଇଟି୍ମ ବ୍ୟବସ୍ଥାକୁ ବିରୋଧ କରି ଆସୁଛନ୍ତି ।

ଓ୍ବିପ୍ରୋର ପେ ରୋଲରେ ରହିବି ଏହି କର୍ମଚାରୀମାନେ ପ୍ରତିଦ୍ବନ୍ଦୀ କମ୍ପାନୀଗୁଡିକ ପାଇଁ କାର୍ଯ୍ୟ କରୁଥିଲେ । ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ନେଇ ପ୍ରେମଜୀ(Rishad Premji) କହିଛନ୍ତି।

ଏହା ମଧ୍ୟ ପଢନ୍ତୁ: 1100 କର୍ମଚାରୀଙ୍କୁ ଛଟେଇ କଲା BYJU

ରିଶଦ ପ୍ରେମଜୀ କହିଛନ୍ତି ଯେ, ଏହା କମ୍ପାନୀର ଅଖଣ୍ଡତାର ଉଲ୍ଲଙ୍ଘନ । ମୁନଲାଇଟିଂ କରୁଥିବା କର୍ମଚାରୀଙ୍କୁ ଆମେ ଛଟେଇ କରିଛୁ । ଅର୍ଥାତ ଏକାସଙ୍ଗେ ଦୁଇଟି କମ୍ପାନୀରେ କାର୍ଯ୍ୟ କରିବା ଯୋଗୁଁ ଏମାନଙ୍କୁ ଛଟେଇ କରିବା ପାଇଁ ବାଧ୍ୟ ହୋଇଛୁ । ଏକା ସଙ୍ଗେ ଦୁଇଟି କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ପାଇଁ WIPROରେ କୌଣସି ଯାଗା ନାହିଁ । ଏହି ଘଟଣାକୁ ନେଇ ପ୍ରେମଜୀ ଟ୍ବିଟ କରି କହିଛନ୍ତି ଯେ, ‘‘ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀ ଗୁଡିକରେ ମୁନଲାଇଟିଂ କର୍ମଚାରୀଙ୍କ ବିଷୟରେ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ଏହା ସରଳ ଉପାୟରେ ପ୍ରତାରଣ ଅଟେ ।’’

ଏହି ଘଟଣା ପରେ ସୂଚନା ପ୍ରଯୁକ୍ତିବିଦ୍ୟା କମ୍ପାନୀ ଇନଫୋସିସ୍ ନିଜ କର୍ମଚାରୀମାନଙ୍କୁ ଚେତାବନୀ ଦେଇଛି । ଯଦି ଏକାସଙ୍ଗେ ଦୁଇଟି ସଂସ୍ଥାରେ କାର୍ଯ୍ୟ କରିବା ଅର୍ଥାତ ମୁନଲାଇଟିଂ କରନ୍ତି ତାହା ଆଦୌ ବରଦାସ୍ତ କରାଯିବନାହିଁ । ଯଦି ଏହାର ଉଲ୍ଲଙ୍ଘନ କେହି କରନ୍ତି ତାହାହେଲେ ଶୃଙ୍ଖଳିତ ଭାବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ଏବଂ ଚାକିରିରୁ ବରଖାସ୍ତ କରାଯିବ । ଗତ ସପ୍ତାହରେ IBMର ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ ପଟେଲ ମଧ୍ୟ ମୁନଲାଇଟିଂକୁ ନେଇ ସମାଲୋଚନା କରିଥିଲେ । କର୍ମଚାରୀମାନେ ବଳକା ସମୟରେ ସେମାନଙ୍କ ଇଚ୍ଛାମୁତାବକ କାର୍ଯ୍ୟ କରିପାରିବେ କିନ୍ତୁ ମୁନଲାଇଟିଂ କରିବା ନୈତିକଭାବେ ଠିକ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 22, 2022, 9:26 AM IST

ABOUT THE AUTHOR

...view details