ନୂଆଦିଲ୍ଲୀ: ଆଜି ସଂସଦ ଶୀତ ଅଧିବେଶନର (Winter session of Parliament) ଦ୍ବିତୀୟ ଦିନ । ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ କୃଷି ଆଇନ ପ୍ରତ୍ୟାହାର ବିଲ(Farm law repeal) ପାରିତ ହୋଇଛି । ଆଜି (ମଙ୍ଗଳବାର) ସହାୟକ ପ୍ରଜନନ ଟେକନିକ (Assisted Reproductive Technology Bill) ବିଲ୍ ୨୦୨୦ ଲୋକସଭାରେ ଉପସ୍ଥାପନ ହେବ ।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ବିଲ ଚାଲିଥିବା ସଂସଦ ଶୀତ ଅଧିବେଶନର ଦ୍ବିତୀୟ ଦିନରେ ଉପସ୍ଥାପନ କରିବେ । କ୍ଲିନିକ୍ ଏବଂ ସହାୟକ ପ୍ରଜନନ ଟେକନିକର ନିୟାମକ ତଥା ତଦାରଖ ପାଇଁ ବିଲ ଉପସ୍ଥାପନ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ସହାୟକ ପ୍ରଜନନ ଟେକନିକ ସେବାର ଅପବ୍ୟବହାର ରୋକିବା ଏବଂ ଏଥିରେ ଜଡିତ ଘଟଣା ଓ ବିଷୟଗୁଡ଼ିକ ପାଇଁ ପଦକ୍ଷେପ ନିଆଯିବ। ଏହା ପରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜ୍ଜୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ଦରମା ଓ ସେବା ଚୁ୍କ୍ତି ଅନୁମୋଦିତ ବିଲ ଉପସ୍ଥାପନ କରିବେ (saleries and condition service) ।