ମୁମ୍ବାଇ: ମହାରାଷ୍ଟ୍ରର ସୁପର ମାର୍କେଟ ଓ ତେଜରାତି ଦୋକାନରେ ମଦ ମିଳିବା ନେଇ କ୍ୟାବିନେଟ ନିଷ୍ପତିକୁ ବିରୋଧ କରାଯାଇଛି । ଏନେଇ ମହାରାଷ୍ଟ୍ର ଶିବସେନା ନେତା ସଞ୍ଜୟ ରାୱତ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ମହାରାଷ୍ଟ୍ର ସରକାର ସୁପର ମାର୍କେଟ ଓ ତେଜରାତି ଦୋକାନରେ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି ।
ଯାହା କୃଷକଙ୍କ ଆୟ ବୃଦ୍ଧି କରିବ। ଯଦି ମଦ ବିକ୍ରି ବୃଦ୍ଧି ହୁଏ ତେବେ ବିଶେଷ କରି କୃଷକମାନେ ଏଥିରୁ ଅଧିକ ଉପକୃତ ହେବେ । କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଆମେ ଏହା କରିଛୁ ବୋଲି ସଞ୍ଜୟ କହିଛନ୍ତି। ସେପଟେ ମହାରାଷ୍ଟ୍ର ସରକାରଙ୍କ ଏପରି ନିଷ୍ପତିକୁ ବିଜେପି ସମାଲୋଚନା କରିଛି ।
ବିଜେପି କେବଳ ବିରୋଧ କରେ । ଚାଷୀଙ୍କ ପାଇଁ କିଛି କରେ ନାହିଁ । ବିଜେପି ଦେଶର ବିଭିନ୍ନ ସ୍ଥାନକୁ ବିକ୍ରି କରିଦେଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ (Mallikarjun Kharge) ।