ଓଡିଶା

odisha

‘ଜିତେଗା ପଞ୍ଜାବ’ ମିଶନ ନେଇ କାର୍ଯ୍ୟ କରିବି: ସିଦ୍ଧୁ

By

Published : Jul 19, 2021, 9:22 PM IST

ନାନା ବାଦ ବିବାଦ ପରେ ଶେଷରେ ପଞ୍ଜାବ କଂଗ୍ରେସର ସଭାପତି ମୁକୁଟ ପିନ୍ଧିଛନ୍ତି ବିବାଦୀୟ ନେତା ନବଜ୍ୟୋତ ସିଂହ ସିଦ୍ଧୁ । ତେବେ ଏହି ପଦ ସମ୍ଭାଳିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ନବଜ୍ୟୋତି ସିଂହ ସିଦ୍ଧୁ । ଅଧିକ ପଢ଼ନ୍ତୁ...

ଜଣେ ସାଧାରଣ କଂଗ୍ରେସ କର୍ମକର୍ତ୍ତା ଭଳି କାର୍ଯ୍ୟ କରିବି: ସିଦ୍ଧୁ
ଜଣେ ସାଧାରଣ କଂଗ୍ରେସ କର୍ମକର୍ତ୍ତା ଭଳି କାର୍ଯ୍ୟ କରିବି: ସିଦ୍ଧୁ

ଚଣ୍ଡିଗଡ଼: ନାନା ବାଦ ବିବାଦ ପରେ ଶେଷରେ ପଞ୍ଜାବ କଂଗ୍ରେସର ସଭାପତି ମୁକୁଟ ପିନ୍ଧିଛନ୍ତି ବିବାଦୀୟ ନେତା ନବଜ୍ୟୋତ ସିଂହ ସିଦ୍ଧୁ । ତେବେ ଏହି ପଦ ସମ୍ଭାଳିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ନବଜ୍ୟୋତି ସିଂହ ସିଦ୍ଧୁ । "ଜିତେଗା ପଞ୍ଜାବ" ମିଶନ ନେଇ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଜଣେ ସଭାପତି ଭଳି ନୁହେଁ ବରଂ ଜଣେ ସାଧାରଣ କର୍ମକର୍ତ୍ତା ଭଳି ଦଳ ପାଇଁ ସମର୍ପିତ ହେବେ ବୋଲି କହିଛନ୍ତି ନବଜ୍ୟୋତ ସିହଂ ସିଦ୍ଧୁ ।

ଏକ ସାକ୍ଷାତାକାରରେ ସିଦ୍ଧୁ କହିଛନ୍ତି ଯେ, "କଂଗ୍ରେସ ଦଳରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ କର୍ମକର୍ତ୍ତା ଭଳି ମୁଁ ଗୋଟିଏ ପରିବାର ଗଢ଼ି କାର୍ଯ୍ୟ କରିବି । ହାଇ କମାଣ୍ଡ ୧୮ ସୂତ୍ରୀ ଏଜେଣ୍ଡା ନେଇ ଲୋକଙ୍କୁ ସେମାନଙ୍କ ଶକ୍ତି ଫେରାଇବା ମୋର ମୂଳ ଲକ୍ଷ୍ୟ ହେବ । ମୋର ଯାତ୍ରା ଏ ମାତ୍ର ଅୟମାରମ୍ଭ ।"

ମାସମାସ ଧରି ସିଦ୍ଧୁ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ବିବାଦ ପରେ ସିଦ୍ଧୁଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ଖୋଲାଖୋଲି ଭାବରେ ସିଦ୍ଧୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଥିଲେ । କଂଗ୍ରେସ ସରକାର ବିରୋଧରେ ସିଦ୍ଧୁଙ୍କୁ ଭଳି କଂଗ୍ରେସ ନେତାଙ୍କ ବିଦ୍ରୋହ ସ୍ବର ଉଠିବା କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଥିଲା । ବିଭିନ୍ନ ସମସ୍ୟା ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଘେରିଥିଲେ ନବଜ୍ୟୋତ ସିଂହ ସିଦ୍ଧୁ । ତେବେ ଏଥିରେ ବିଦ୍ୟୁତ ବିତରଣ ଓ ବିଲ ମୁଖ୍ୟ ସମସ୍ୟା ରହିଥିଲା ।

ଏହାପରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ବାରମ୍ବାର ବୈଠକ କରିଥିଲେ । ବୈଠକ ପରେ ନବଜ୍ୟୋତି ସିଂହ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ସଭାପତି ଦାୟିତ୍ବ ଦିଆଯାଇଛି ।

ଏହାକୁ ନେଇ ନବଜ୍ୟୋତ ସିଂହ ସିଦ୍ଧୁ କହିଛନ୍ତି ଯେ, "ମୋତେ ଏହି ଗୁରୁ ଦାୟିତ୍ବ ଦେଇଥିବାରୁ ମୁଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିକଟରେ କୃତଜ୍ଞ । ମୋ ଦେଖାଇଥିବା ବିଶ୍ବାସକୁ ମୁଁ ନିଶ୍ଚିତ ଭାବରେ ପ୍ରମାଣ କରି ଦେଖାଇବାକୁ ଚେଷ୍ଟା କରିବି ।"

କ୍ରିକେଟରୁ ରାଜନୀତିକୁ ଆସିଥିବା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ରବିବାର ପଞ୍ଜାବ କଂଗ୍ରେସର ସଭାପତି ଦାୟିତ୍ବ ଦିଆଯାଇଛି । ପଞ୍ଜାବ କଂଗ୍ରେସରେ ଯେଉଁ ବିବାଦ ଲାଗି ରହିଥିଲା ଏଭଳି କିଛି ହେବା ନେଇ ରାଜନୈତିକ ସମୀକ୍ଷକମାନେ ପୂର୍ବରୁ ଆକଳନ କରୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details