ଓଡିଶା

odisha

ETV Bharat / bharat

ବ୍ରିଟେନବାସୀଙ୍କ ପାଇଁ ଦିନ ରାତି କାମ କରିବି କହିଲେ ସୁନକ

ପ୍ରଧାନମନ୍ତ୍ରୀ ମନୋନୀତ ହେବା ପରେ ଦେଶବାସୀଙ୍କୁ ସୁନକଙ୍କର ପ୍ରଥମ ସମ୍ବୋଧନ (Rishi Sunak Reaction)। କହିଲେ ବ୍ରିଟେନବାସୀଙ୍କ ପାଇଁ ଦିନ ରାତି କାମ କରିବି । ସାଧୁତା ଓ ନମ୍ରତାର ସହିତ ସେବା କରିବାକୁ ଦେଲେ ପ୍ରତିଶ୍ରୁତି । ସାଥୀ ସାଂସଦ ଓ ବିଦାୟୀ ପ୍ରଧାନମନ୍ତ୍ରୀ ଟ୍ରସଙ୍କୁ ମଧ୍ୟ ଦେଲେ ଧନ୍ୟବାଦ । ଅଧିକ ପଢନ୍ତୁ

By

Published : Oct 24, 2022, 10:31 PM IST

Updated : Oct 24, 2022, 10:37 PM IST

ବ୍ରିଟେନବାସୀଙ୍କ ପାଇଁ ଦିନରାତି କାମ କରିବି, ମନୋନୀତ ହେବା ପରେ ଋଷିଙ୍କ ସମ୍ବୋଧନ
ବ୍ରିଟେନବାସୀଙ୍କ ପାଇଁ ଦିନ ରାତି କାମ କରିବି କହିଲେ ସୁନକ

ଲଣ୍ଡନ: ‘‘ବ୍ରିଟେନବାସୀଙ୍କ ପାଇଁ ଦିନ ରାତି କାମ କରିବି । ଇଂଲଣ୍ଡବାସୀଙ୍କ ପାଇଁ କାର୍ଯ୍ୟ କରିବାର ଅବସର ମିଳିଛି । ମୁଁ ସାଧୁତା ଓ ନମ୍ରତାର ସହିତ ସେବା କରିବାକୁ ପ୍ରତିଶ୍ରୁତି ଦେଉଛି ।’’ ବ୍ରିଟେନର ନୂତନ ତଥା ୫୭ତମ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଥିବା କଞ୍ଜରଭେଟିବ ଦଳର ନେତା ଋଷି ସୁନକ ତାଙ୍କର ପ୍ରଥମ ସମ୍ବୋଧନରେ ବ୍ରିଟିଶବାସୀଙ୍କ ନିକଟରେ ଏପରି ପ୍ରତିଶୃତି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହେବା ପରେ ଆଜି ସଂଧ୍ୟାରେ ସୁନକଙ୍କ ପ୍ରଥମ ସମ୍ବୋଧନ ସାମ୍ନାକୁ ଆସିଛି । ଶାସକ ଦଳ କଞ୍ଜରଭେଟିବ ପାର୍ଟି ମୁଖ୍ୟାଳୟରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ସୁନକ (Rishi Sunak reaction) ।

ସେ ନିଜ ସମ୍ବୋଧନରେ ଦଳର ସମସ୍ତ ସାଂସଦ ସାଥୀଙ୍କୁ ଧନ୍ୟବାଦ ଜଣାଇବା ସହ ପୂର୍ବତନ ତଥା ବିଦାୟୀ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସୁନକ । ଦେଶର କଠିନ ସମୟରେ ଲିଜ ଟ୍ରସଙ୍କ ନେତୃତ୍ବକୁ ସେ ପ୍ରଶଂସା ମଧ୍ୟ କରିଛନ୍ତି । ସେ ଦଳର ସମସ୍ତ ସାଂସଦଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଭାବେ ମନୋନୀତି ହୋଇ ପାରିଛନ୍ତି । ଏପରି ଅବସର ପାଇବା ତାଙ୍କ ଜୀବନର ସବୁଠୁ ବଡ ସୌଭାଗ୍ୟ ବୋଲି ମଧ୍ୟ ସେ ନିଜ ସମ୍ବୋଧନରେ କହିଛନ୍ତି । ଦଳକୁ ଏବଂ ଦେଶକୁ ଏପରି ଭାବେ ସେବା କରିବାର ସୁଯୋଗ ପାଇଥିବାରୁ ସେ ଭାଗ୍ୟବାନ ଓ ନିଜର ସାଧୁତା ଓ ନମ୍ରତାର ସହ ସେବା କରିବେ ବୋଲି ମଧ୍ୟ ସେ ନିଜ ସମ୍ବୋଧନରେ କହିଛନ୍ତି ସୁନକ ।

ସୁନକ କହିଛନ୍ତି, "ବ୍ରିଟେନ ଏକ ମହାନ ଦେଶ, କିନ୍ତୁ ସାମ୍ପ୍ରତିକ ସମୟରେ ଆମେ ଏକ ଗଭୀର ଅର୍ଥନୈତିକ ଆହ୍ବାନର ସମ୍ମୁଖୀନ ହେଉଛୁ । ବର୍ତ୍ତମାନ ବ୍ରିଟେନକୁ ସ୍ଥିରତା ଏବଂ ଏକତାର ଏକାନ୍ତ ଆବଶ୍ୟକତା ରହିଛି । ଏହା ହିଁ ମୋର କାର୍ଯ୍ୟର ପ୍ରାଥମିକତା ହେବ । ପ୍ରାଥମିକତାର ସହ ଏହି ସମସ୍ୟାର ସମାଧାନ ଓ ସ୍ଥିରତା ଫେରାଇବା ଆମ ସମସ୍ତଙ୍କ ପାଇଁ ଆହ୍ବାନ । ଏହି ଦିଗରେ କାର୍ଯ୍ୟ କରିବା ପାଇଁ ମୁଁ ପ୍ରତିଶୃତିବଦ୍ଧ ।’’

ଋଷି ସୁନକ ତାଙ୍କ ସମ୍ବୋଧନରେ ସମସ୍ତ ସାଥୀ ସାଂସଦ ତଥା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସମେତ ବିଦାୟୀ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କୁ ପ୍ରଂଶସା କରିଥିବା ବେଳେ ଲିଜ ଟ୍ରସ ମଧ୍ୟ ସୁନକଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ସୁନକଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଥିଲେ ଟ୍ରସ । ଦାୟିତ୍ବ ନେବାର ମାତ୍ର ୪୫ ଦିନ ପରେ ଆର୍ଥିକ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ସେ ଇସ୍ତାଫା ଦେବା ପାଇଁ ବାଧ୍ୟ ହୋଇଥିଲେ । ପୂର୍ବରୁ ଟ୍ରସଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ଫେଲ ମାରିଥିବା ଋଷି ସୁନକ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 24, 2022, 10:37 PM IST

ABOUT THE AUTHOR

...view details