ଓଡିଶା

odisha

ETV Bharat / bharat

ଜାମିନରେ ମୁକୁଳିଲେ 1992 ଦଙ୍ଗା ଅଭିଯୁକ୍ତ ଶ୍ରୀକାନ୍ତ ପୁଜାରୀ: 22ରେ ଯିବେ ଅଯୋଧ୍ୟା - ରାମମନ୍ଦିର ପ୍ରତିଷ୍ଠା ଉତ୍ସବ

1992 riots convict Pujari release from jail: କର୍ଣ୍ଣାଟକ ଜେଲରୁ ମୁକ୍ତ ହେଲେ 1992 ଦଙ୍ଗାର ଅଭିଯୁକ୍ତ ଶ୍ରୀକାନ୍ତ ପୁଜାରୀ । 22ରେ ଯିବେ ଅଯୋଧ୍ୟା । ଅଧିକ ପଢନ୍ତୁ

କର୍ଣ୍ଣାଟକ ଜେଲରୁ ମୁକ୍ତ ହେଲେ 1992 ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୁଜାରୀ
କର୍ଣ୍ଣାଟକ ଜେଲରୁ ମୁକ୍ତ ହେଲେ 1992 ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୁଜାରୀ

By ETV Bharat Odisha Team

Published : Jan 7, 2024, 7:02 AM IST

ବେଙ୍ଗାଲୁରୁ: 1992ରେ ଅଯୋଧ୍ୟାରେ ବାବ୍ରୀ ମସଜିଦ କାଣ୍ଡ ପରେ ସୃଷ୍ଟି ହୋଇଥିବା ଦଙ୍ଗା ମାମଲାରେ ଗିରଫ ହୋଇଥିବା ହିନ୍ଦୁ ସଂଗଠନ କାର୍ଯ୍ୟକର୍ତ୍ତା ଶ୍ରୀକାନ୍ତ ପୁଜାରୀ ଶନିବାର ଜେଲରୁ ବେଲରେ ମୁକ୍ତ ହୋଇଛନ୍ତି । ତାଙ୍କୁ ନିକଟରେ କର୍ଣ୍ଣାଟକ ପୋଲିସ ଗିରଫ କରିବା ପରେ ସାରା ରାଜ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା । ସେ ଏବେ ଜେଲରୁ ବେଲରେ ମୁକ୍ତ ହେବା ପରେ 22 ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଅଯୋଧ୍ୟା ଯିବା କଥା କହିଛନ୍ତି । ଜେଲରୁ ବାହାରିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, 1992 ଦଙ୍ଗାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଶ୍ରୀକାନ୍ତଙ୍କ ନାମରେ ମାମଲା ଥିଲା । ହେଲେ ଦୀର୍ଘ ବର୍ଷ ଧରି କାର୍ଯ୍ୟାନୁଷ୍ଠାନ ହୋଇନଥିବା ବେଳେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଗତବର୍ଷ ଡିସେମ୍ବରରେ ତାଙ୍କୁ କର୍ଣ୍ଣାଟକ ହୁବଳିରୁ ପୋଲିସ ଗିରଫ କରିଥିଲା । ଏହାପରେ ବିଜେପି ସିଦ୍ଧରମୈୟା ସରକାର ଉପରେ ବର୍ଷିଥିଲା । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଦଳ ହିନ୍ଦୁ ବିରୋଧୀ କହିବା ସହ ଏହା ଏକ ରାଜନୈତିକ ଅସହିଷ୍ଣୁ କାର୍ଯ୍ୟାନୁଷ୍ଠାନ ବୋଲି ଦଳ କହିଥିଲା । ଏପରିକି ସାରା ରାଜ୍ୟରେ ପ୍ରତିବାଦ ମଧ୍ୟ କରିଥିବା ଭାରତୀୟ ଜନତା ପାର୍ଟି । ଏହାକୁ ନେଇ ରାଜ୍ୟରେ ରାଜନୀତି ତାତି ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ :- ବେଆଇନ ଟ୍ରଲର ମାଡ଼ରେ ଯାଉଛି କଇଁଛଙ୍କ ଜୀବନ ! ଅଲିଭ ରିଡଲେଙ୍କ ସୁରକ୍ଷା କଥା କିଏ ପଚାରେ

ଏହାକୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଖଣ୍ଡନ କରିବା ସହ ବିଜେପି ଉପରେ ପାଲଟା ବର୍ଷିଥିଲେ । ସେ ଘୃଣାର ରାଜନୀତି କରନ୍ତି ନାହିଁ ବୋଲି ସିଦ୍ଧରମୈୟା କହିଥିଲେ । ରାଜ୍ୟ ଗୃହମନ୍ତ୍ରୀ ପରମେଶ୍ବର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସ୍ବର ମିଳିଇବା ସହିତ କାର୍ଯ୍ୟାନୁଷ୍ଠାନକୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସହ ନ ଯୋଡିବାକୁ କହିଥିଲେ । ବିଜେପି ଏହାକୁ ନେଇ ରାଜନୀତି କରୁଛି ବୋଲି କହିଥିଲେ । ଏବେ ଶ୍ରୀକାନ୍ତ ବେଲରେ ଆସିବା ପରେ ତାଙ୍କୁ ବିଜେପି ଓ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ସ୍ବାଗତ କରିଥିଲେ । ଶ୍ରୀକନ୍ତ ମଧ୍ୟ 22ରେ ହେବାକୁ ଥିବା ଅଯୋଧ୍ୟା ମହୋତ୍ସବକୁ ଯିବା ନେଇ ଘୋଷଣା କରିଛନ୍ତି । ହେଲେ ତାଙ୍କୁ ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ କରାଯାଇଛି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details