ଓଡିଶା

odisha

ETV Bharat / bharat

ଚିନ୍ତା ବଢାଇଛି ନୂଆ ନୂଆ କୋଭିଡ ଭ୍ୟାରିଆଣ୍ଟ - ଚିନ୍ତା ବଢାଇଛି ନୂଆ ନୂଆ କୋଭିଡ ଭ୍ୟାରିଆଣ୍ଟ

୨୦୧୯ରେ ଆସିଥିବା ଏକ ଅପ୍ରତ୍ୟାଶିତ ଓ ଅନିମନ୍ତ୍ରିତ ଅତିଥି ବିଶ୍ୱର ଜନସଂଖ୍ୟାକୁ ହ୍ରାସ କରିବାରେ ଲାଗିଛି । ଭାରତର ମୋଟ ଜନସଂଖ୍ୟାରେ ମଧ୍ୟ ଏହି କିଲର ଭାଇରସର ପ୍ରତିଫଳନ ଦେଖିବାକୁ ମିଳିବ । ଭାଇରସରେ ଏକାଧିକ ମୁଟେସନ ହେଉଛି । କିଛି ମୁଟେସନ ଭାଇରସକୁ ଶକ୍ତିଶାଳୀ କରୁଛି ତ ଆଉ କିଛି ଦୁର୍ବଳ କରୁଛି । ପ୍ରଶ୍ନ ହେଲା, ସାରା ବିଶ୍ୱରେ କୋରୋନା ଭାଇରସର କେତୋଟି ଭେରାଂଇଟ୍ ସକ୍ରିୟ ରହିଛି ଓ ସେଗୁଡିକ କେତେ ମାରାତ୍ମକ? ଡକ୍ଟର ପି.ଭି ରଙ୍ଗାନାକଲୁ ଭାଇରସର ଭେରାଇଂଟ ଉପରେ ଆଲୋକପାତ କରିଛନ୍ତି ।

ଚିନ୍ତା ବଢାଇଛି ନୂଆ ନୂଆ କୋଭିଡ  ଭ୍ୟାରିଆଣ୍ଟ
ଚିନ୍ତା ବଢାଇଛି ନୂଆ ନୂଆ କୋଭିଡ ଭ୍ୟାରିଆଣ୍ଟ

By

Published : May 15, 2021, 8:28 PM IST

୨୦୧୯ରେ ଆସିଥିବା ଏକ ଅପ୍ରତ୍ୟାଶିତ ଓ ଅନିମନ୍ତ୍ରିତ ଅତିଥି ବିଶ୍ୱର ଜନସଂଖ୍ୟାକୁ ହ୍ରାସ କରିବାରେ ଲାଗିଛି । ଭାରତର ମୋଟ ଜନସଂଖ୍ୟାରେ ମଧ୍ୟ ଏହି କିଲର ଭାଇରସର ପ୍ରତିଫଳନ ଦେଖିବାକୁ ମିଳିବ । ଭାଇରସରେ ଏକାଧିକ ମୁଟେସନ ହେଉଛି । କିଛି ମୁଟେସନ ଭାଇରସକୁ ଶକ୍ତିଶାଳୀ କରୁଛି ତ ଆଉ କିଛି ଦୁର୍ବଳ କରୁଛି । ପ୍ରଶ୍ନ ହେଲା, ସାରା ବିଶ୍ୱରେ କୋରୋନା ଭାଇରସର କେତୋଟି ଭେରାଂଇଟ୍ ସକ୍ରିୟ ରହିଛି ଓ ସେଗୁଡିକ କେତେ ମାରାତ୍ମକ? ଡକ୍ଟର ପି.ଭି ରଙ୍ଗାନାକଲୁ ଭାଇରସର ଭେରାଇଂଟ ଉପରେ ଆଲୋକପାତ କରିଛନ୍ତି ।

ଯେତେବେଳେ ଅଜଣା ଅଶୁଣା କୋରୋନା ଭାଇରସ ମହାମାରୀର ରୂପ ନେଲାସ ସେତେବେଳେ ଟେକ୍ନୋଲୋଜି ଏହା ଉପରେ ଗବେଷଣା ପାଇଁ ସହାୟକ ହୋଇଥିଲା । ଭାଇରସ ଦ୍ୱାରା ଆମର ଶ୍ୱସନ ପ୍ରକ୍ରିୟାକୁ ପ୍ରଭାବିତ ହେଲା ପରେ ବୈଜ୍ଞାନିକମାନେ ଏହାର ଜେନେଟିକ କୋଡ୍ ସଂପର୍କରେ ଅଧ୍ୟୟନ କରିବା ଆରମ୍ଭ କଲେ । ରିକମ୍ବିନାନଟ୍ ଜରିଆରେ ଟିକା ପ୍ରସ୍ତୁତ କରିବା ପାଇଁ ଭାଇରସର ଜେନେଟିକ କୋଡ୍ ଅଧ୍ୟୟନ କରିବା ଦରକାର ଥିଲା । ଆଜି ଉପଲବ୍ଧ ଅଧିକାଂଶ ଟିକା ପୋଲିଓ,ଡିପଥେରିଆ,ଟିଟାନସ୍ ଆଦି ରୋଗ ବିରୋଧରେ ଉଦ୍ଦିଷ୍ଟ । ମେଡିସିନ ପରିସରରେ ଆସୁଥିବା କୋରୋନା ଭାଇରସ ସଂପର୍କରେ ଆହୁରି ଅଧିକ ଗବେଷଣା ଚାଲିଛି । ଏବେ ଜଣାପଡିଛି ଯେ, କୋରୋନା ଭାଇରସ ମଧ୍ୟ ଦ୍ରୁତଗତିରେ ମ୍ୟୁଟ୍ ହୋଇ ନୂଆ ନୂଆ ଭେରାଂଇଟ୍ ସୃଷ୍ଟି କରେ । କିଛି ମୁଟେସନ ଭାଇରସକୁ ଦୀର୍ଘ ଜୀବନ ଦିଏ ଓ ଆଉ କିଛି ମୁଟେସନ ଭାଇରସର ଜୀବନକାଳ ହ୍ରାସ କରେ । କିଛି ମୁଟେସନ ଭାଇରସକୁ ଅଧିକ ଶକ୍ତିଶାଳୀ କରୁଥିବା ବେଳେ ଆଉ କିଛି ଦୁର୍ବଳ କରିଦିଏ ।

ଡୋମିନାଣ୍ଟ ବି.୧.୬୧୭

ନିକଟରେ କୋରୋନା ଭାଇରସର ବି.୧.୬୧୭ ଭେରାଂଇଟ୍ ସାରା ଭାରତ ପାଇଁ ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ୪୦ରୁ ଅଧିକ ଦେଶରେ ଏହି ଭେରାଂଇଟ୍ ଦେଖାଯାଇଛି । ପୂର୍ବରୁ ବି.୧.୧.୧୭ ଭେରାଂଇଟ୍ ଦିଲ୍ଲୀରେ ପରିପୁଷ୍ଟ ହୋଇ ପଂଜାବକୁ ବ୍ୟାପିଥିଲା । ଏହି ଷ୍ଟ୍ରେନ୍ ବ୍ରିଟେନରୁ ଭାରତରେ ପହଂଚିଥିଲା । ପଶ୍ଚିମବଙ୍ଗରେ ବି.୧.୬୧୮ ଷ୍ଟ୍ରେନ୍ ବି ଚାରିଆଡେ ବ୍ୟାପିଥିଲା । କିନ୍ତୁ ବର୍ତ୍ତମାନର ବି.୧.୬୧୭ ଷ୍ଟ୍ରେନ୍ ସ୍ଥାନୀୟ ଭେରାଂଇଟ୍ ସ୍ଥାନରେ ପଶ୍ଚିମବଙ୍ଗ ଓ ଉତ୍ତର-ପଶ୍ଚିମ ଭାରତକୁ ଦ୍ରୁତଗତିରେ ବ୍ୟାପିଥିଲା । ଏହାଛଡା ଏହି ଭେରାଇଂଟ ମହାରାଷ୍ଟ୍ରରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପିଲା । ଭାରତୀୟ ଏସଏଆରଏସ-ସିଓଭି୨ ଜିନୋମ ସିକ୍ୱେନସିଂ –(ଆଇଏନଏସଏସିଓଜି ) କୋଭିଡର ବିଭିନ୍ନ ଷ୍ଟ୍ରେନ୍ ସଂପର୍କରେ ଗବେଷଣା କରୁଛି । ୬୧୭ ଭେରାଇଟି ଦ୍ୱାରା ୟୁକେରେ ଏକ ସବ୍ ଟାଇପ୍ ବି.୧.୬୧୭.୨ ଜନ୍ମ ନେଇଛି । ଏହା ମେ ମାସ ପ୍ରଥମ ସପ୍ତାହରେ ଚିହ୍ନଟ ହୋଇଥିଲା ।

ଏହି ଷ୍ଟ୍ରେନ୍ ଭାରତରେ ପ୍ରଥମେ ୨୦୨୦ ମସିହା ଅକ୍ଟୋବର ମାସରେ ଦେଖାଦେଇଥିଲା । ଚଳିତବର୍ଷ ଫେବ୍ରୁଆରୀ ସୁଦ୍ଧା ଏହା ମହାରାଷ୍ଟ୍ରରେ ୬୦ ପ୍ରତିଶତରୁ ଅଧିକ ରହିଥିଲା । ଏହି ଭାଇରସର ଫ୍ୟାମିଲି ଟ୍ରି ବା ବଂଶବୃକ୍ଷ ଉପରେ ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି ତଦାରଖ କରୁଛି । ଦକ୍ଷିଣ ଭାରତରେ ସେଂଟର ଫର୍ ସେଲୁଲାର ଆଣ୍ଡ୍ ମୋଲିକ୍ୟୁଲାର ବାୟୋଲୋଜି –ସିସିଏମବି ଏନ୪୪୦ତେ ଭେରାଇଟି ଆବିଷ୍କାର କରିଛି । କିନ୍ତୁ ଏହାର ଇନକୁବେସନ ପିରିୟଡ କମ୍ ଓ ଦ୍ରୁତଗତିରେ ରୋଗ ସୃଷ୍ଟି କରିଥାଏ । ଏହି ଭେରାଂଇଟ୍ ଆନ୍ଧ୍ର ପ୍ରଦେଶ ଓ ପଡୋଶୀ ରାଜ୍ୟଗୁଡିକରେ ସଂଗୀନ ପରିସ୍ଥିତି ସୃଷ୍ଟି କରିଛି । ପୂର୍ବ ଭର୍ସନ ତୁଳନାରେ ଏହା ୧୫ ଗୁଣ ଅଧିକ ମାରାତ୍ମକ । ଏହା ବି.୧.୬୧୭ ଓ ବି.୧.୬୧୮ଠାରୁ ବି ଶକ୍ତିଶାଳୀ । ତେବେ ଏହି କର୍ଣ୍ଣୁଲ ଭେରାଇଟି ଦକ୍ଷିଣ ଭାରତରେ ଧୀରେ ଧୀରେ ଦୁର୍ବଳ ହୋଇପଡୁଛି । ଏବେ ବି.୧.୧.୭ ଓ ବି.୧.୬୧୭ ଏହାର ସ୍ଥାନ ନେଲାଣି ।

ସାରାବିଶ୍ୱରେ କୋରୋନା ଭାଇରସର ହଜାର ହଜାର ଭେରାଇଂଟ୍ ଥାଇପାରେ । ଭାଇରସଗୁଡିକ ସର୍ବଦା ମୁଟ୍ ହୁଅନ୍ତି । କିଛି ମ୍ୟୁଟେସନ ସଂପୃକ୍ତ ଭାଇରସ ପ୍ରତି କ୍ଷତିକାରକ ହୋଇଥାଏ ଓ ଆଉ କିଛି ଭାଇରସକୁ ଅଧିତ ଶକ୍ତିଶାଳୀ ଓ ମାରାତ୍ମକ କରିଦିଏ । ୟୁକେ ଭେରାଇଟି –ବି.୧.୧.୭ ଏବେ ୫୦ରୁ ଅଧିକ ଦେଶରେ ସକ୍ରିୟ ରହିଛି । ଦକ୍ଷିଣ ଆଫ୍ରିକୀୟ ଭେରାଇଟି –ବି.୧.୩୫୧ ୨୦ରୁ ଅଧିକ ଦେଶରେ ରହିଛି । ବ୍ରାଜିଲ ଭେରାଇଟି- ପି.୧ ୧୦ରୁ ଅଧିକ ଦେଶରେ ବ୍ୟାପିଛି । କୋରୋନା ଭାଇରସର ଏସବୁ ଭିନ୍ନ ଭିନ୍ନ ରୂପ ହିଁ ଭିନ୍ନ ଭିନ୍ନ ଲକ୍ଷଣ ଓ ସଂକେତ ପାଇଁ ଦାୟୀ । କିନ୍ତୁ ସବୁ କୋରୋନା ଭାଇରସ ମୁଖ୍ୟତଋ ଫୁସଫୁସକୁ ହିଁ ପ୍ରଭାବିତ କରନ୍ତି । ବି.୧.୬୧୭ ଷ୍ଟ୍ରେନ୍ ଅତି ଶକ୍ତିଶାଳୀ ଓ ଏହା ହିଁ ଅକ୍ସିଜେନ ସଂକଟ ପାଇଁ ଦାୟୀ ।

ଟିକା ଆମକୁ ବଂଚାଇ ପାରିବ କି ?

କୋଭିଶିଲ୍ଡ ଆମକୁ ୟୁକେ ଭେରାଇଂଟରୁ ଭଲ ସୁରକ୍ଷା ଦେଇଥାଏ । ତେବେ, ଏହା ଦକ୍ଷିଣ ଆଫ୍ରିକା ଭେରାଇଂଟ ବିରୋଧରେ କମ୍ ପ୍ରଭାବଶାଳୀ ହୋଇଥାଏ । ହେଲେ ବି ଏହା ଗମ୍ଭୀର ଅସୁସ୍ଥତାରୁ ସୁରକ୍ଷା ଦିଏ । ମଡେର୍ଣ୍ଣା ଟିକା ଦକ୍ଷିଣ ଆଫ୍ରିକା ଭେରାଇଂଟ ବିରୋଧରେ ବେଶ୍ ପ୍ରଭାବଶାଳୀ ହୋଇଥାଏ । କୋଭାକ୍ସିନ ୟୁକେ ଓ ବ୍ରାଜିଲ ଭେରାଂଇଟର ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ତେବେ ସବୁ ଟିକା ଊଣାଅଧିକେ ଭାଇରସରୁ ସୁରକ୍ଷା ଦେଇଥାଏ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଟିକାକରଣ ହିଁ କୋରୋନା ଭାଇରସକୁ ମାତ୍ ଦେବା ପାଇଁ ସବୁଠୁ ଭଲ ଉପାୟ ।

For All Latest Updates

TAGGED:

ABOUT THE AUTHOR

...view details