ଓଡିଶା

odisha

By

Published : Apr 18, 2021, 10:37 PM IST

ETV Bharat / bharat

ଦେଶରେ ତରବରିଆ ଲାଗୁ ହେବନି ଲକଡାଉନ: ଗୃହମନ୍ତ୍ରୀ

କରୋନାର ଦ୍ବିତୀୟ ଲହରୀ ଭୟଙ୍କର ରୂପ ନେଲାଣି । ଦେଶର 12ଟି ରାଜ୍ୟରେ ସ୍ଥିତି ଅଣାୟତ ହେଲାଣି । ଅନେକ ରାଜ୍ୟରେ ସାପ୍ତାହିକ ଓ ଆଂଶିକ ଲକଡାଉନ ଘୋଷଣା ହୋଇଛି । ପୁଣି ସାରା ଦେଶ ହୋଇଯିବନି ତ ଲକଡାଉନ ? ଉତ୍ତର ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅଧିକ ପଢନ୍ତୁ...

ପୁଣି ଦେଶ ହେବ କି ଲକଡାଉନ ? ଏମିତି ପ୍ରଶ୍ନର ଉତ୍ତର ରଖିଲେ ଅମିତ ଶାହା
ପୁଣି ଦେଶ ହେବ କି ଲକଡାଉନ ? ଏମିତି ପ୍ରଶ୍ନର ଉତ୍ତର ରଖିଲେ ଅମିତ ଶାହା

ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହରୀ ସମସ୍ତଙ୍କୁ ଅସ୍ତବ୍ୟସ୍ତ କଲାଣି । ଦେଶରେ କୋରୋନାର ଦୈନିକ ସଂକ୍ରମଣ 2 ଲକ୍ଷ ପାର କରୁଥିବା ବେଳେ ଗତ 24 ଘଣ୍ଟାରେ 2.60 ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦେଶର 12ଟି ରାଜ୍ୟରେ ଏବେ ସ୍ଥିତି ସଙ୍ଗୀନ ରହିଛି । ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହୋଇଥିବା ବେଳେ 24 ଘଣ୍ଟାରେ 60 ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଦେଶର ଅନେକ ରାଜ୍ୟରେ କରୋନା ପୁଣି ତାର କରାଳ ରୂପ ଦେଖାଇଥିବା ବେଳେ ଏବେ ଅନେକ ରାଜ୍ୟରେ ସାପ୍ତାହିକ ଓ ଆଂଶିକ ଲକଡାଉନ ଘୋଷଣା ହୋଇଛି ।

କୋରୋନାର ଏହି ଭୟଙ୍କର ପରିସ୍ଥିତିକୁ ଦେଖିଲେ ଲାଗୁଛି ସାରା ଭାରତ ପୁଣି ଥରେ ହୋଇଯିବନି ତ ଲକଡାଉନ ? ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ସାକ୍ଷାତକାରରେ ପଚାରିବାରୁ ସେ କହିଛନ୍ତି କି ଗତବର୍ଷ ଲକଡାଉର ଉଦ୍ଦେଶ୍ୟ ଅଲଗା ଥିଲା । ସେତେବେଳେ ଦେଶରେ ଟିକା ନଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଭିନ୍ନ ରହିଛି ।

ଆମେ ରାଜ୍ୟଗୁଡିକ ସହ ନିରନ୍ତର ଯୋଗାଯୋଗରେ ଅଛୁ । ରାଜ୍ୟର ସହମତି ଯାହା ରହିବ ଆମେ ସେହି ଅନୁଯାୟୀ ନିଷ୍ପତ୍ତି ନେବୁ । କୋରୋନାର ଦ୍ବିତୀୟ ଲହରୀ ଚିନ୍ତାର ବିଷୟ । ଆମେ ବୈଜ୍ଞାନିକମାନେ ଏହାର ମୁକାବିଲା ପାଇଁ ଦିନରାତି ଚେଷ୍ଟା କରୁଛନ୍ତି । ଦେବେ ମହାମାରୀ ବିରୋଧରେ ଚାଲିଥିବା ଯୁଦ୍ଧରେ ଭାରତ ଜିତିବ ବୋଲି ବିଶ୍ବାସ ପ୍ରକଟ କରିଛନ୍ତି ଶାହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details