ଓଡିଶା

odisha

ETV Bharat / bharat

‘ଫେରସ୍ତ ନେବିନି ପଦ୍ମଶ୍ରୀ, କୌଣସି ଆଓ୍ବାର୍ଡ ଆମ ଭଉଣୀଙ୍କ ସମ୍ମାନଠାରୁ ବଡ଼ ନହେଁ ’ - ଭାରତୀୟ କୁସ୍ତି ମହାସଂଘ

Wrestler Bajrang Punia on Padma Shri Return: ପଦ୍ମଶ୍ରୀ ସମ୍ମାନ ଫେରସ୍ତ ନେବେନି ବଜରଙ୍ଗ ପୁନିଆ । କହିଲେ ସମ୍ମାନଠାରୁ ବଡ ଉଉଣୀଙ୍କ ସମ୍ମାନ । ଅଧିକ ପଢ଼ନ୍ତୁ

‘ତଥାପି ଫେରସ୍ତ ନେବିନି ପଦ୍ମଶ୍ରୀ, କୌଣସି ଆଓ୍ବାର୍ଡ ଠାରୁ ଆମ ଭଉଣୀଙ୍କ ସମ୍ମାନ ବଡ’
‘ତଥାପି ଫେରସ୍ତ ନେବିନି ପଦ୍ମଶ୍ରୀ, କୌଣସି ଆଓ୍ବାର୍ଡ ଠାରୁ ଆମ ଭଉଣୀଙ୍କ ସମ୍ମାନ ବଡ’

By ETV Bharat Odisha Team

Published : Dec 24, 2023, 6:56 PM IST

ନୂଆଦିଲ୍ଲୀ: ଆଜି କ୍ରୀଡା ମନ୍ତ୍ରଣାଳୟ ଦ୍ବାରା ଭାରତୀୟ କୁସ୍ତି ମହାସଂଘ (WFI)କୁ ନିଲମ୍ବିତ କରାଯାଇଛି । ହେଲେ ଏହା ସତ୍ତ୍ବେ ମଧ୍ୟ ସଞ୍ଜୟ ସିଂଙ୍କ ସଭାପତି ନିର୍ବାଚିତ ହେବାକୁ ବିରୋଧ କରି ପଦ୍ମଶ୍ରୀ ଫେରାଇଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ସମ୍ମାନ ଫେରସ୍ତ ନେବେ ନାହିଁ ବୋଲି କହିଛନ୍ତି । କୌଣସି ସମ୍ମାନ ଭଉଣୀଙ୍କ ସମ୍ମାନଠାରୁ ବଡ଼ ନୁହେଁ ବୋଲି କହିଛନ୍ତି ବଜରଙ୍ଗ ପୁନିଆ । ଏବେ ମଧ୍ୟ ସେ ନ୍ୟାୟ ଚାହାନ୍ତି ବୋଲି ପୁନିଆ କହିଛନ୍ତି । ସଞ୍ଜୟ ସଭାପତି ନିର୍ବାଚିତ ହେବାପରେ ପ୍ରଧାନମନ୍ତ୍ରୀଙ୍କୁ ପଦ୍ମଶ୍ରୀ ଫେରାଇବାକୁ ଆସିଥିଲେ ପୁନିଆ । ହେଲେ ତାଙ୍କୁ ରୋକାଯିବାରୁ ସେ କର୍ତ୍ତବ୍ୟପଥର ଫୁଟପାଥ୍‌ରେ ପଦ୍ମଶ୍ରୀ ସମ୍ମାନକୁ ରଖିଦେଇ ଚାଲିଯାଇଥିଲେ ।

21 ତାରିଖରେ ନବ ନିର୍ବାଚିତ କୁସ୍ତି ମହାସଂଘକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଆଜି ନିଲମ୍ବିତ କରିଛି । ମହାସଂଘର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ସିଂହଙ୍କ ପଦ ମଧ୍ୟ ରଦ୍ଦ କରାଯାଇଛି । ଅଧ୍ୟକ୍ଷଙ୍କ ସମେତ ସମସ୍ତ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କ ପଦ ମଧ୍ୟ ଅବୈଧ ଘୋଷିତ ହୋଇଛି । ଚଳିତ ମାସ 21 ତାରିଖରେ ସଂଘର ସଭାପତି ପଦ ସହିତ ଜଣେ ବରିଷ୍ଠ ଉପାଧ୍ୟକ୍ଷ, 4 ଉପାଧ୍ୟକ୍ଷ, ଜଣେ ମହାସଚିବ, ଜଣେ କୋଷାଧ୍ୟକ୍ଷ, ଦୁଇ ଯୁଗ୍ମ ସଚିବ ଓ 5 କାର୍ଯ୍ୟକାରୀ ସଚିବଙ୍କ ପଦ ପାଇଁ ଏହି ନିର୍ବାଚନ ଶେଷ ହୋଇଥିଲା । ଏଥିରେ ପୂର୍ବତନ ସଭାପତି ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ସଞ୍ଜୟ ସିଂ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ବିପକ୍ଷରେ ଥିବା ମହିଳା ପ୍ରାର୍ଥୀ ତଥା କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଅନୀତା ଶୋରାନଙ୍କୁ ସେ ପରାସ୍ତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- କର୍ତ୍ତବ୍ୟ ପଥ ଫୁଟପାଥରେ ପଦ୍ମଶ୍ରୀ ପୁରସ୍କାର ଛାଡି ଚାଲିଗଲେ ପୁନିଆ

ବ୍ରିଜଭୂଷଣ କହିଛନ୍ତି, ସମ୍ପୂର୍ଣ୍ଣ ଗାଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ସଂଘର ନିର୍ବାଚନ ଶେଷ ହୋଇଥିଲା । ଏବେ ସରକାରଙ୍କ ଏହି ନିଷ୍ପତ୍ତି ପରେ ନିର୍ବାଚନ ସଂଘ କାର୍ଯ୍ୟକର୍ତ୍ତା କୋର୍ଟର ଦ୍ବାରସ୍ଥ ହେବେ କି ସରକାରଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବେ ସେକଥା ସେମାନେ ନିଷ୍ପତ୍ତି ଗ୍ରହଣ କରିବେ । ଏ ସମ୍ପର୍କରେ ତାଙ୍କର କିଛି ମତାମତ ନାହିଁ । ଦୀର୍ଘ 12 ବର୍ଷ କାମ କରିବା ପରେ ସେ ଏବେ କୁସ୍ତିରୁ ସନ୍ନ୍ୟାସ ନେଇସାରିଛନ୍ତି । ଏବେ ମୁଁ ସାଧାରଣ ନିର୍ବାଚନ ପାଇଁ ବ୍ୟସ୍ତ ଅଛି । ଅନ୍ୟପଟେ ସଞ୍ଜୟ ସିଂ କିମ୍ବା ଅନ୍ୟ କେହି ସଦସ୍ୟଙ୍କ ନିକଟରୁ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details