ନୂଆଦିଲ୍ଲୀ:ପଞ୍ଜାବରେ କଂଗ୍ରେସ ବିଧାୟକ ଗିରଫ ହେବା ପରେ ଇଣ୍ଡିଆ ମେଣ୍ଟରେ ସବୁ କିଛି ଠିକ ନାହିଁ ବୋଲି ଚର୍ଚ୍ଚା ଲାଗି ରହିଥିଲା । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ବିରାମ ଲଗାଇଛନ୍ତି । କୌଣସି ବି ପରିସ୍ଥିତିରେ ଆମ ଆଦମି ପାର୍ଟି ଇଣ୍ଡିଆ ସହିତ ମେଣ୍ଟ ଭାଙ୍ଗିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଏ ନେଇ ସ୍ପଷ୍ଟ କରିଛନ୍ତି କେଜ୍ରିୱାଲ ।
ଏହି ସାମ୍ବାଦିକ ସମ୍ମିଳନୀ ଶେଷ ପରେ ଆପ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଟ୍ବିଟ କରି ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, "ଇଣ୍ଡିଆ ମେଣ୍ଟ ସହିତ ଆମ ଆଦମି ପାର୍ଟି ସମ୍ପୂର୍ଣ୍ଣ ଭାବେ ସମର୍ପିତ । ଯେହେତୁ ଏଯାବତ ମେଣ୍ଟ ସହିତ ସିଟ୍ ସେୟାରିଂ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ, ତଥାପି ଏଥିଲାଗି ସମୟ ଲାଗିବ । " ଆମେ ଏପରି ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ଯାଉଛୁ ଯେ ଯେପରି ପ୍ରତିଟି ନାଗରିକ ନିଜକୁ ଦେଶର ପ୍ରଧାନମନ୍ତ୍ରୀ ଭାବିବ । ଆପ୍ ମେଣ୍ଟ ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ।"
ଏହା ବି ପଢନ୍ତୁ- Punjab: କଂଗ୍ରେସ ସହ ସମ୍ପର୍କ ଛିନ୍ନ କଲା AAP, ସବୁ ଆସନରେ ଏକାକୀ ଲଢିବ
ସୂଚନା ଥାଉ କି 2015 ଡ୍ରଗ୍ସ ଚୋରାଚାଲାଣ ମାମଲାରେ କଂଗ୍ରେସ ବିଧାୟକ ସୁଖପାଲ ସିଂ ଖୈରାଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି । ଏ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ କେଜ୍ରିୱାଲ ଉତ୍ତର ରଖି କହିଛନ୍ତି, " ଗତକାଲି ପଞ୍ଜାବ ପୋଲିସ କଂଗ୍ରେସ ବିଧାୟକଙ୍କୁ ଗିରଫ କରିଥିବା ନେଇ ମୋତେ ସୂଚନା ମିଳିଥିଲା । ହେଲେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମୋ ନିକଟରେ ନାହିଁ । ପଞ୍ଜାବ ପୋଲିସ ଏ ନେଇ ଭଲ ଭାବେ ତଥ୍ୟ ରଖିପାରିବେ । ହେଲେ ଡ୍ରଗ୍ସ କାରବାରକୁ ବନ୍ଦ କରିବା ଲାଗି ଦଳ ସ୍ବତନ୍ତ୍ର ବ୍ୟବସ୍ଥା ହାତକୁ ନେଇଛି । ଏହି ମାମଲାରେ ଯିଏ ବି ଦୋଷୀ ସାବ୍ୟସ୍ତ ହୁଏ ତାକୁ ଛଡ଼ାଯିବ ନାହିଁ ।"
ଏହା ବି ପଢନ୍ତୁ- NDA VS INDIA: ପ୍ରଧାନମନ୍ତ୍ରୀ ପଦ ନେଇ ନୀତିଶଙ୍କ ନାମ ରଖିଲା JDU, କଂଗ୍ରେସ କହିଲା କ୍ଷମତାକୁ ଆସିବା ପରେ ନିଷ୍ପତ୍ତି
କଂଗ୍ରେସ ବିଧାୟକ ସୁଖପାଲଙ୍କୁ ଗିରଫ ପରେ ପଞ୍ଜାବରେ ଆପ୍ ଓ କଂଗ୍ରେସ ମଧ୍ୟରେ ଏକପ୍ରକାର ବିବାଦ ଦେଖିବାକୁ ମିଳିଛି । ସେପଟେ ଗତ କିଛି ଦିନ ପୂର୍ବରୁ କଂଗ୍ରେସର ନେତା ପଞ୍ଜାବରେ ବୟାନ ଦେଇଥିଲେ ଯେ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ସମସ୍ତ 13ଟି ଲୋକସଭା ଆସନରୁ ନିର୍ବାଚନ ଲଢିବ । ପରୋକ୍ଷରେ ଆମ ଆଦମି ପାର୍ଟି ସହିତ ସିଟ୍ ସେୟାରିଂ ଲାଗି କଂଗ୍ରେସ ଏକପ୍ରକାର ମନା କରିଦେଇଛି। ହେଲେ ଏଯାବତ ଏହି ପ୍ରସଙ୍ଗରେ ଆପ୍ ପକ୍ଷରୁ ପ୍ରତିକ୍ରିୟା ରଖାଯାଇନାହିଁ । ଅନ୍ୟପଟେ ଦିଲ୍ଲୀରେ ମଧ୍ୟ ସିଟ୍ ସେୟାରିଂକୁ ନେଇ କଂଗ୍ରେସ ଓ ଆପ୍ ମଧ୍ୟରେ ମତଭେଦ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ